ETV Bharat / business

ମୋଦିଙ୍କ ‘ଆୟୁଷ୍ମାନ ଭାରତ’କୁ ନୋବେଲ ବିଜେତାଙ୍କ ପ୍ରଂଶସା

ମୋଦିଙ୍କ କର୍ପୋରେଟ ଟିକସ ହ୍ରାସ ନିଷ୍ପତ୍ତିକୁ ନାପସନ୍ଦ କରୁଥିବା ନୋବେଲ ବିଜେତା ଅଭିଜିତ ବାନାର୍ଜୀ ‘ଆୟୁଷ୍ମାନ ଭାରତ’ ଯୋଜନାରେ ଖୁସ । ଏଥିସହ ସରକାରଙ୍କ ତ୍ରୁଟିକୁ ପରଖି ପରାମର୍ଶ ଦେଇଛନ୍ତି ।

ଫଟୋ ସୌଜନ୍ୟ-ଏଏନଆଇ
author img

By

Published : Oct 22, 2019, 6:22 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ଭୂରି ଭୂରି ପ୍ରଂଶସା । ଏଭଳି ବୃହତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଦୀର୍ଘ ଅବଧି ଧରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ସହଯୋଗ କରିବ ବୋଲି କହିଛନ୍ତି ଅଭିଜିତ ।

ଦୁନିଆର ସବୁଠାରୁ ବଡ ସ୍ବାସ୍ଥ୍ୟ ଯୋଜନା ହେଉଛି ‘ଆୟୁଷ୍ମାନ ଭାରତ’ । ଯେଉଁଥିରେ 50 କୋଟି ଲୋକଙ୍କୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କାର ମିଳିବ । ଏବେ ସୁଦ୍ଧା ଏହା ଅଧିନରେ ୫୦ ଲକ୍ଷ ହିତାଧିକାରୀ ମାଗଣା ଚିକିତ୍ସିତ ହୋଇପାରିଛନ୍ତି । ଏହା ଦେଖି ଅଭିଜିତ କହିଛନ୍ତି ଯେ, ଏହି ଯୋଜନା ଫଳରେ ବହୁ ଲୋକ ନିଜ ସମ୍ପତ୍ତିକୁ ନ ରହାଇ ବି ରୋଗ କବଳରୁ ରକ୍ଷା ପାଇପାରୁଛନ୍ତି । ଯାହାକି ବର୍ତ୍ତମାନ ସମୟରେ ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ।

ତେବେ କେବଳ ପ୍ରଂଶସା ନୁହେଁ ଅର୍ଥନୀତିରେ ରହିଥିବା ଦୋଷ ତ୍ରୁଟିକୁ ପରଖି ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଅଭିଜିତ । ରାଷ୍ଟ୍ରାୟତ ବ୍ୟାଙ୍କରେ ସରକାର ନିଜର ଭାଗିଦାରୀ କମ କରିବା ଦରକାର । ସେ କହିଛନ୍ତି ଯେ, ଆଜି କେନ୍ଦ୍ରୀୟ ସତର୍କତା ଆୟୋଗ (CVC) ଦ୍ବାରା ହେଉଥିବା ବ୍ୟାଙ୍କ ଜାଲିଆତି ମାମଲା ଏକ ଭୟ ବନିଯାଇଛି । ଏପଟେ ଘରୋଇ ବ୍ୟାଙ୍କଗୁଡିକରେ CVC ଯାଞ୍ଚ ହୋଇନଥାଏ । ଯେଉଁଥିପାଇଁ ଏହା ପୂରା ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି । ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ସଙ୍କଟାପର୍ଣ୍ଣ ଅବସ୍ଥାରେ ରହିଛି । ଏଣୁ ଏହା ପ୍ରତି ସତର୍କତା ଅବଲମ୍ବନ କରିବାକୁ ସେ ମତ ଦେଇଛନ୍ତି ।

ନୋବେଲ ଜିତିବା ପରେ ଆଜି ( ମଙ୍ଗଳବାର) ଅଭିଜିତ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଦୁହେଁ ମିଶି ଦେଶର ଅର୍ଥନୀତି ଓ ବିଭିନ୍ନ ଦିଗ ସମ୍ବନ୍ଧରେ କଥାବାର୍ତ୍ତା ହୋଇଛନ୍ତି । ପରେ ପିଏମ ଟ୍ବିଟ କରି ସୂଚନା ଦେଇଛନ୍ତି କି, ‘ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀଙ୍କ ସହ ବହୁ ସୁନ୍ଦର ବୈଠକଟିଏ ହୋଇଛି । ଲୋକଙ୍କ ସଶକ୍ତ କରିବା ଦିଗରେ ତାଙ୍କ ଦୃଷ୍ଟିକୋଣ ସଫା ସଫା ଦେଖାଦେଉଛି । ଆମେ ବିଭିନ୍ନ ବିଷୟରେ ବହୁ ସମୟ ଧରି କଥାବାର୍ତ୍ତା କଲୁ । ତାଙ୍କର ଉପଲବ୍ଧି ପାଇଁ ଭାରତ ଗର୍ବିତ । ଆଗାମୀ ଭବିଷ୍ୟତ ପାଇଁ ତାଙ୍କର ଯେଉଁ ପ୍ରୟାସ ରହିଛି , ସେଥିପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.