ETV Bharat / business

ପ୍ରତିଦିନ 1ଟନ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରୁ ଉତ୍ପନ ହେଉଛି 800 ଲିଟର ଡିଜେଲ - ଡେରାଡୁନ ଭାରତୀୟ ପେଟ୍ରୋଲିୟମ ପମ୍ପରେ ପ୍ଲାଷ୍ଟିକର ସଦୁପଯୋଗ

ଡେରାଡୁନରେ ଥିବା ଭାରତୀୟ ପେଟ୍ରୋଲିୟମ ପମ୍ପରେ ପ୍ରତିଦିନ 1 ଟନ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରୁ 800 ଲିଟର ଡିଜେଲ ଉତ୍ପାଦନ ହେଉଛି । ପ୍ରଶ୍ନକାଳରେ ଏ ନେଇ ସବଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ପ୍ରତିଦିନ 1 ଟନ ପ୍ଲାଷ୍ଟିକରୁ ତିଆରି ହେଉଛି 800 ଲିଟର ଡିଜେଲ
author img

By

Published : Nov 22, 2019, 8:24 PM IST

Updated : Nov 22, 2019, 8:54 PM IST

ନୂଆଦିଲ୍ଲୀ: ଡେରାଡୁନରେ ଥିବା ଭାରତୀୟ ପେଟ୍ରୋଲିୟମ ପମ୍ପରେ ପ୍ରତିଦିନ 1 ଟନ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁରୁ 800 ଲିଟର ଡିଜେଲ ଉତ୍ପାଦନ ହେଉଛି । ଏଥିପାଇଁ ଦିଲ୍ଲୀରେ ମଧ୍ୟ ପ୍ଲାଣ୍ଟ ତିଆରି କରାଯିବ । ଶୁକ୍ରବାର ଏ ନେଇ ଲୋକସଭାରେ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ଡେରାଡୁନ ଭାରତୀୟ ପେଟ୍ରୋଲିୟମ ପମ୍ପରେ ପ୍ଲାଷ୍ଟିକର ସଦୁପଯୋଗ

ବୈଜ୍ଞାନିକ ତଥା ଅନୁସନ୍ଧାନ ପରିଷଦ (ସିଏସଆଇଆର) ଅଧିନରେ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁର ଏଭଳି ସଦୁପଯୋଗ କରାଯାଉଛି ।

ହର୍ଷବର୍ଦ୍ଧନ ପ୍ରଶ୍ନକାଳରେ କହିଛନ୍ତି ଯେ, 2016 ମସିହାରେ ଡେରାଡୁନରେ ଏହି ଲାବ୍ରୋଟାରୀରେ ଏ ସମ୍ବନ୍ଧରେ ଗବେଷଣା ଆରମ୍ଭ କରାଯାଇଥିଲା । ଏଥିସହ 3 ବର୍ଷ ଭିତରେ ଏଠାରେ ଏତେ ବଡ ପ୍ଲାଣ୍ଟ ଖୋଲାଯାଇ ପ୍ଲାଷ୍ଟିକରୁ ଡିଜେଲ ତିଆରି କରାଯାଉଛି । ଏହା ବ୍ୟତିତ ପେଟ୍ରୋଲ ଆଦି ଉତ୍ପାଦ ମଧ୍ୟ ତିଆରି କରାଯିବ । ଡେରାଡୁନରେ ଥିବା ଘର ଗୁଡିକରୁ ଏନଜିଓ ଆଦି ସହାୟତାରେ ପ୍ଲାଷ୍ଟିକ ଆବର୍ଜନାକୁ ସଂଗ୍ରହ କରି ଏଭଳି ଡିଜେଲ କରାଯାଉଛି । ଏହା ଲାଭଦାୟକ ହେଉଥିବାରୁ ଡିଡିଏ ଆଦି ସଂସ୍ଥାନ ସାହାଯ୍ୟରେ ଦିଲ୍ଲୀରେ ମଧ୍ୟ ଏହାର ଏକ ପ୍ଲାଣ୍ଟ ଖୋଲାଯିବାକୁ ଯୋଜନା ରହିଛି ।

ଏହା ବ୍ୟତିତ ସିଏସଆଇଆର ଏଭଳି ବିଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ କରୁଛି । ଯେପରି ଆବର୍ଜନାରୁ ଉପଯୋଗୀ ଜିନିଷ ତିଆରି ହୋଇପାରିବ ।

Intro:Body:

BLANK FOR LINK 

Conclusion:
Last Updated : Nov 22, 2019, 8:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.