ETV Bharat / business

ଫେବୃଆରୀରେ 37 % କମିଛି ଘରୋଇ ବିମାନ ଯାତ୍ରୀ

author img

By

Published : Mar 17, 2021, 9:30 PM IST

ଘରୋଇ ବିମାନରେ ଉଡାଣ ସଂଖ୍ୟା ହ୍ରାସ ହୋଇଛି । ଗତ ବର୍ଷ ତୁଳନାରେ ଏ ବର୍ଷ ଫେବୃଆରୀରେ 36.71 ପ୍ରତିଶତ କମିଛି ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା । ଅଧିକ ପଢନ୍ତୁ..

78.27 lakh domestic air passengers in Feb, 36.71pclower than last year: DGCA

ନୂଆଦିଲ୍ଲୀ: 2021 ଫେବୃଆରୀରେ ପ୍ରାୟ 78.27 ଲକ୍ଷ ଘରୋଇ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି । ଯାହାକି ଗତ ବର୍ଷ ଫେବୃଆରୀ ତୁଳନାରେ 36.7 ପ୍ରତିଶତ କମ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଏ ନେଇ ସୂଚନା ଦେଇଛି ।

ଡିଜିସିଏ ଅନୁସାରେ ଜାନୁଆରୀରେ ଦେଶ ଭିତରେ 77.34 ଲକ୍ଷ ଲୋକ ବିମାନ ଯାତ୍ରା କରିଛନ୍ତି । ତଥ୍ୟ ମୁତାବକ , ଇଣ୍ଡିଗୋ ଫେବୃାରୀରେ 42.38 ଲକ୍ଷ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିଛି । ଯାହାକି ମୋଟ ଘରୋଇ ବଜାରର 54.2 ପ୍ରତିଶତ ଅଂଶ । ସେହିଭଳି ସ୍ପାଇସଜେଟ ମୋଟ 42.38 ଲକ୍ଷ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିଛି , ଏଙା ମୋଟ ବଜାରରେ 12.3 ପ୍ରତିଶତ ଭାଗ ।

ଫେବୃଆରୀ ମାସ ମଧ୍ୟରେ ଏୟାର ଇଣ୍ଡିଆ, ଗୋଏୟାର, ଭିସ୍ତାରା ଏବଂ ଏୟାରଏସିଆ ଇଣ୍ଡିଗୋ ଫେବୃଆରୀରେ କ୍ରମଶଃ 9.16 ଲକ୍ଷ , 5.81 ଲକ୍ଷ , 5.4 ଲକ୍ଷ ଓ 5.21 ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି । ଡିଜିସିଏ ଅନୁଯାୟୀ, ଇଣ୍ଡିଗୋ, ଭିଷ୍ଟାରା, ଗୋଏୟା, ଏୟାର ଇଣ୍ଡିଆ ଏବଂ ଏୟାରଏସିଆ ଏସିଆ ଇଣ୍ଡିଆ ପାଇଁ ସିଟ୍ ଅନୁପାତ 74.4 ପ୍ରତିଶତ, 73.7 ପ୍ରତିଶତ, 76.5 ପ୍ରତିଶତ, 78.3 ପ୍ରତିଶତ ଏବଂ 67.9 ପ୍ରତିଶତ ରହିଛି ।

କୋଭିଡ କାରଣରୁ ନିୟାମକ କମ ସିଟ କ୍ଷମତା ପୂରଣ କରିବାକୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ସେମାନେ କେବଳ 80 ପ୍ରତିଶତ ସିଟ ପାଇଁ ବୁକ କରିପାରିବେ । କୋରୋନା ଭାଇରସ ମହାମାରୀ ହେତୁ ଦୁଇ ମାସର ନିଷେଧାଦେଶ ପରେ ଗତ ବର୍ଷ ମେ 25 ରୁ ଭାରତ ଘରୋଇ ଯାତ୍ରୀ ବିମାନ ଉଡ଼ାଣ ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.