ନୂଆଦିଲ୍ଲୀ: 74ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତକୁ ଆଗକୁ ବଢାଇବାକୁ ଆହ୍ବାନ ଦେଇଛନ୍ତି । ଭାରତରୁ କଞ୍ଚାମାଲ ବାହାରକୁ ଯାଇଥାଏ, ଆଉ ସେଠାରେ ପ୍ରସ୍ତୁତ ସାମଗ୍ରୀ ଦେଶକୁ ଆସୁଛି ବୋଲି ସେ କହିଛନ୍ତି ।
ତେବେ ଏପରି କେତେ ଦିନ, ଆମ ଦେଶରୁ ଯାଉଥିବା କଞ୍ଚା ମାଲ, ପ୍ରସ୍ତୁତ ଉତ୍ପାଦ ହୋଇ ଭାରତକୁ ଫେରୁଥିବ । ଆଉ ଆମେ ତାହାକୁ କିଣି ବ୍ୟବହାର କରୁଥିବା । ସ୍ବାଧୀନତାର 73 ବର୍ଷ ପରେ ବି ବହୁତ ପ୍ରଶ୍ନ ଉଠୁଛି କି, କାହିଁକି ଉପନିବେଶ ପ୍ରଶାସନ ଦ୍ବାରା ଲଗାଯାଇଥିବା ବାଣିଜ୍ୟର ଛଦ୍ମନାମକୁ ଶେଷ କରିବା ପାଇଁ 1947 ମସିହାରେ ଭାରତ ଆକାଂକ୍ଷା ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସ୍ପଷ୍ଟ କି ଭାରତ ଏଥିରେ ସଫଳ ହୋଇପାରିନାହିଁ । କିନ୍ତୁ ଏଥିପାଇଁ 1991 ପୂର୍ବ ବ୍ଯାପାର ନୀତିକୁ ସମ୍ପୂର୍ଣ୍ଣ ଦୋଷ ଦେବା ଉଚିତ ନୁହେଁ । ପ୍ରକୃତ କଥା ହେଉଛି ବାଣିଜ୍ୟ ଉଦାରୀକରଣ ଏବଂ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ତିରିଶ ବର୍ଷର ଉଦାରୀକରଣ ମଧ୍ୟ ଏକ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରକୁ ସୁଗମ କରିବାରେ ବିଫଳ ରହିଛି । ଉଭୟ ବିଫଳତା ପାଇଁ ଏକ ସାଧାରଣ କାରଣ ହେଉଛି ଘରୋଇ ଗଠନମୂଳକ ସଂସ୍କାର ବା ସୁଧାରର ଅନୁପସ୍ଥିତି, ବିଶେଷକରି ଫ୍ୟାକ୍ଟର୍ ବଜାରରେ, ଯାହା ଏକ ପ୍ରତିଯୋଗିତାମୂଳକ ମୁକ୍ତ ବଜାର ଉତ୍ପାଦନ କରିଥିଲା ।
ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଆହ୍ବାନ ପରେ ଆତ୍ମନିର୍ଭର ଭାରତର ସଠିକ ଅର୍ଥକୁ ନେଇ କିଛି ଚିନ୍ତା ଉପୁଜିଛି। ପୂର୍ବ ପରି ଯଦି କେବଳ ଲକ୍ଷ୍ୟ ହେଉଛି ବାଣିଜ୍ୟ ନୀତି ଏବଂ ସୁରକ୍ଷା, ତେବେ ସଫଳତାର ସମ୍ଭାବନା ସୀମିତ ।
ଉଚ୍ଚ ମୂଲ୍ଯର ଅର୍ଥବ୍ୟବସ୍ଥାରେ ବ୍ୟତିକ୍ରମ ହେଲେ ଆତ୍ମନିର୍ଭର ଭାରତ ସ୍ବପ୍ନ ପୂରଣ ହୋଇପାରିବ ନାହିଁ । ସୌଭାଗ୍ୟବଶତଃ ପ୍ରଧାନମନ୍ତ୍ରୀଙ୍କ ସ୍ବାଧୀନତା ଦିବସର ଭାଷଣରେ ବାରି ହୋଇଛି କି ଏହା ଅତୀତକୁ ପୁଣି ଫେରିବ ନାହିଁ ।
ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ମେକ ଇନ ଇଣ୍ଡିଆ। ଏଥିପାଇଁ ବୈଶ୍ବିକ ପ୍ରତିଦ୍ୱନ୍ଦ୍ୱିତା ହାସଲ କରିବା ପାଇଁ ଏହା ଉଦ୍ୟୋଗ ପାଇଁ ଜରୁରୀ । ପୂର୍ବ ଏସୀୟ ଅର୍ଥନୀତି ଏବଂ ଚୀନର ରଣନୀତି ପରି ଭାରତ ମଧ୍ୟ ଏକ ମ୍ୟାନୁଫେକ୍ଚରିଂ ହବ ହେବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆତ୍ମନିର୍ଭରଶୀଳତା କେବଳ ଭାରତରେ ଉତ୍ପାଦିତ ସାମଗ୍ରୀର ବ୍ୟବହାର ପାଇଁ ନୁହେଁ, ବରଂ ଏହା ଆମର ସାମର୍ଥ୍ୟ, ଦକ୍ଷତା ଏବଂ ସୃଜନଶୀଳତାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।
ପୂର୍ବ ଏସିଆର ଉଦୀୟମାନ ଅର୍ଥବ୍ୟବସ୍ଥା ସଫଳତାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଥିଲା, ସେମାନଙ୍କ ଲୋକଙ୍କ ଶିକ୍ଷା, କ୍ଷମତା, ଦକ୍ଷତା ଏବଂ ସୃଜନଶୀଳତା । ଏହି ପରିପ୍ରେକ୍ଷୀରେ, ନିକଟରେ ଘୋଷିତ ନୂତନ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀ ଦ୍ବାରା ଭାରତର ଅତୀତ ଏବଂ ଉଦାରୀକରଣ ପୂର୍ବରୁ ଉଭୟ ଭିନ୍ନ ପାଠ୍ୟକ୍ରମ ପାଇପାରିବେ ।
ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ଉତ୍ପାଦଗୁଡ଼ିକ ବିଶ୍ୱବ୍ୟାପୀ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ ନୁହେଁ ବରଂ ନୀତି ଏବଂ ପ୍ରକ୍ରିୟା ମଧ୍ୟ ଆବଶ୍ୟକ । ଯଦି ସରକାରୀ ଯନ୍ତ୍ରପାତି ଏଥିରୁ ସଠିକ୍ ମାର୍ଗଦର୍ଶନ ନିଏ, ତେବେ ଜମି, ଶ୍ରମ, ପୁଞ୍ଜି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଉତ୍ପାଦନ ଅନୁକୂଳ ସଂସ୍କାର କାର୍ଯ୍ୟକାରୀ କରିବାକୁ ପଡିବ । କାରଣ କେବଳ ବାଣିଜ୍ୟିକ ପ୍ରତିବନ୍ଧକ ବିଷୟରେ ଆଲୋଚନା କରିବା ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀତା ନୀତି ନୁହେଁ ।
ବାସ୍ତବରେ ଯଦି 1991 ପୂର୍ବରୁ ଏବଂ ପରବର୍ତ୍ତୀ ବର୍ଷଗୁଡିକରେ ସମାପ୍ତ ହୋଇଥିବା ଗଠନମୂଳକ ସଂସ୍କାରର ସମ୍ପୂର୍ଣ୍ଣ କାର୍ଯ୍ୟ କାର୍ଯ୍ୟକାରୀ ହୁଏ, ତେବେ ବାଣିଜ୍ୟ ସଂରକ୍ଷଣର ଆବଶ୍ୟକତା ସୀମିତ ହୋଇଯିବ । ଭାରତୀୟ ଉଦ୍ୟୋଗୀ ଏବଂ ପରିଚାଳକମାନଙ୍କ ମଧ୍ୟରେ ବିଶ୍ବକୁ ପରାସ୍ତ କରିବାର କ୍ଷମତା ଏବଂ ଦକ୍ଷତା ଅଛି । ସେମାନେ କେବଳ ଏକ ଭଲ କ୍ଷେତ୍ର ( ଫିଲ୍ଡ ) ଚାହୁଁଛନ୍ତି । ଯାହାଫଳରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ।
ସାମ୍ପ୍ରତିକ ଦଶନ୍ଧି ମଧ୍ୟରେ ଅଷ୍ଟ୍ରେଲିଆ ଭଳି ଅନେକ ଦେଶ, ଯେଉଁମାନେ ଏକଦା ଭାରତ ଭଳି ନିରାଶାବାଦୀ ଥିଲେ, ଆଜି କଞ୍ଚାମାଲ, କୃଷିଜାତ ଦ୍ରବ୍ୟ ଏବଂ ଖଣିଜ ରପ୍ତାନିରେ ସମୃଦ୍ଧତା ହାସଲ କରିଛନ୍ତି ।
ଅବଶ୍ୟ, ଭାରତର ଆକାରର ଭଳି ଦେଶ ଏକ ଶକ୍ତିଶାଳୀ ବିନିର୍ମାଣ କ୍ଷେତ୍ରର ଆବଶ୍ୟକ କରେ, କିନ୍ତୁ କୃଷି ଏବଂ ସହଯୋଗୀ କାର୍ଯ୍ୟକଳାପ ଏବଂ ଖଣିଜ ପଦାର୍ଥ ମଧ୍ୟ ରପ୍ତାନି ପାଇଁ ସୁଯୋଗ ଦେଇପାରେ । ଯାହା ଦ୍ବାରା ଲକ୍ଷ ଲକ୍ଷ ଭାରତୀୟ ସମୃଦ୍ଧ ହେବେ।
ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଏକ ଉତ୍ତମ ନୀତି ଏବଂରୂପରେଖ ଫ୍ରେମୱାର୍କ ଆବଶ୍ୟକ । ଯାହାକୁ ଆଜି ଦେଶର ସାମ୍ନାରେ ପ୍ରଧାନମନ୍ତ୍ରୀ ରଖିଛନ୍ତି ।
(ଲେଖକ - ଧୀରଜ ନାୟାର, ମୁଖ୍ୟ ଅର୍ଥନୀତିଜ୍ଞ, ବେଦାନ୍ତ ରିସୋର୍ସ ଲିମିଟେଡ। ଉପରୋକ୍ତ ମତ ଲେଖକଙ୍କ ବ୍ୟକ୍ତିଗତ ମତ। ଇଟିଭି ଭାରତ ତାଙ୍କ ସହ ସହମତ ହେବା ଜରୁରୀ ନୁହେଁ )