ନୂଆଦିଲ୍ଲୀ: ଏ ବର୍ଷ ନଭେମ୍ବରରେ 60 ଲକ୍ଷ 35 ହଜାର ବିମାନ ଯାତ୍ରୀ ଘରୋଇ ଉଡାଣରେ ଯାତ୍ରା କରିଛନ୍ତି । ଯାହାକି ଗତ ବର୍ଷର ଏହି ଅବଧି ତୁଳନାରେ 51 ପ୍ରତିଶତ କମ । ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଶୁକ୍ରବାର ସୂଚନା ଦେଇଛି ।
ଡିଜିସିଏର ତଥ୍ୟ ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପରିଚାଳିତ ଘରୋଇ ଉଡାଣରେ କ୍ରମଶଃ 39.43 ଲକ୍ଷ ଓ 52.71 ଲକ୍ଷ ଯାତ୍ରୀ ଉଡାଣ ଭରିଛନ୍ତି । ବିବୃତ୍ତି ମୁତାବକ ନଭେମ୍ବର ମାସରେ34.23 ଘରୋଇ ଯାତ୍ରୀ ଇଣ୍ଡିଗୋର ସେବା ନେଇଛନ୍ତି । ଏଭଳି ଭାବରେ ଘରୋଇ ବିମାନ କ୍ଷେତ୍ରରେ ଏହାର ଭାଗୀଦାରୀ 53.9 ପ୍ରତିଶତ ରହିଛି । ଯେତେବେଳେ କି 8.4 ଲକ୍ଷ ଯାତ୍ରୀଙ୍କ ସହ ସ୍ପାଇସଜେଟର ଭାଗୀଦାର 13.2 ପ୍ରତିଶତ ଅଛି ।
ନଭେମ୍ବର ମାସରେ ଏୟାର ଇଣ୍ଡିଆ, ଗୋ ଏୟାର, ଏୟାର ଏସିଆ ଇଣ୍ଡିଗୋ ଓ ଭିସ୍ତାରାର ଘରୋଇ ଉଡାଣ କ୍ରମଶଃ 6.56 ଲକ୍ଷ , 5.77 ଲକ୍ଷ, 4.21 ଓ 3.97 ଲକ୍ଷ ଯାତ୍ରା ଯାତ୍ରା କରିଛନ୍ତି । ଡିଜିସିଏ ତଥ୍ୟ ଅନୁସାରେ ନଭେମ୍ବରରେ ବିମାନରେ ଉପଲବ୍ଧ ସିଟ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା 66.3 ରୁ 77.7 ପ୍ରତିଶତ ମଧ୍ୟରେ ଅଛି ।
ଲକଡାଉନ କୋହଳ ଓ ପାର୍ବଣ ଋତୁ ଯୋଗୁଁ 2020 ନଭେମ୍ବରରେ ଉଡାଣରେ ସିଟ ଅନୁପାତରେ ଯାତ୍ରୀଙ୍କ ସଂଖ୍ୟାରେ କିଛି ସୁଧାର ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ଭାରତରେ କୋରୋନା ଭାଇରସ ମହାମାରୀ ଯୋଗୁଁ ଉଡାଣରେ ଲାଗିଥିବା ରୋକ କାରଣରୁ ପାଖାପାଖୀ 2 ମାସ ପରେ ମେ’ 25 ରେ ଘରୋଇ ଉଡାଣ ଆରମ୍ଭ କରାଯାଇଥିଲା ।