ETV Bharat / business

2020ରେ 56% କମିଛି ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା - ଡିଜିସିଏ

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ 2020ରେ ଘରୋଇ ଉଡାଣରେ ଯାତ୍ରୀଙ୍କ ସଂଖ୍ୟା 2019 ତୁଳନାରେ 56.29 ପ୍ରତିଶତ ହ୍ରାସ ହୋଇ 6.3 କୋଟି ରହିଛି । ଅଧିକ ପଢନ୍ତୁ..

2020ରେ ଘରୋଇ ବିମାନରେ ଯାତ୍ରୀଙ୍କ ସଂଖ୍ୟା  56 ପ୍ରତିଶତ ଖସିଛି

author img

By

Published : Jan 15, 2021, 10:45 PM IST

ନୂଆଦିଲ୍ଲ: କୋରୋନା ପ୍ରଭାବରେ ଗତ ବର୍ଷ ଅର୍ଥାତ 2020ରେ ଘରୋଇ ବିମାନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହୋଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ 2020ରେ ଘରୋଇ ଉଡାଣରେ ଯାତ୍ରୀଙ୍କ ସଂଖ୍ୟା 2019 ତୁଳନାରେ 56.29 ପ୍ରତିଶତ ହ୍ରାସ ହୋଇ 6.3 କୋଟି ରହିଛି ।

ନିୟାମକ କହିଛି କି, ଭାରତୀୟ ବିମାନ ସେକ୍ଟର ଉପରେ କୋରୋନା ଭାଇରସ ମହାମାରୀର ପ୍ରଭାବ ଏବେ କାଏମ ରହିଛି । ଡିସେମ୍ବରରେ ଘରୋଇ ଉଡାଣରେ କେବଳ 73.27 ଲକ୍ଷ ଯାତ୍ରୀ ଯାତ୍ରୀ କରିଛନ୍ତି । ଯାହାକି 2019 ତୁଳନାରେ 43.72 ପ୍ରତିଶତ କମ ।

ଗତ ବର୍ଷ ଇଣ୍ଡିଗୋର ଉଡାଣ ଦ୍ବାରା 3.25 କୋଟି ଲୋକ ଯାତ୍ରା କରିଥିଲେ । ଘରୋଇ ବିମାନ ବଜାରରେ ଇଣ୍ଡିଗୋର ବଜାର ଅଂଶଧନ 51.7 ପ୍ରତିଶତ ରହିଛି । ସ୍ପାଇସଜେଟ ଯାତ୍ରୀଙ୍କ ସଂଖ୍ୟା 93.9 ଲକ୍ଷ ଓ ବଜାର ଅଂଶଧନ 14.9 ପ୍ରତିଶତ ରହିଛି । ତଥ୍ୟ ଅନୁସାରେ ଗତ ବର୍ଷ ଏୟାର ଇଣ୍ଡିଆ 69.32 ଲକ୍ଷ , ଗୋ ଏୟାର 4.38 ଲକ୍ଷ , ଏୟାର ଏସିଆ ଇଣ୍ଡିଆ 43.87 ଲକ୍ଷ ଓ ଭିସ୍ତାରା 39.39 ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛି ।

2020ଡିସେମ୍ବରରେ 6 ପ୍ରମୁଖ ଏୟାରଲାଇନ୍ସର ଟିକେଟ ବୁକିଂ ବା ଲୋଡ ଫେକ୍ଟର 65.1 ରୁ 78 ପ୍ରତିଶତ ରହିଛି । ଡିଜିସିଏ କହିଛି କି ଯାତ୍ରୀଙ୍କ ଟିକେଟ ବୁକିଂରେ ଡିସେମ୍ବର ମାସରେ ଏହାର ପୂର୍ବ ମାସ ତୁଳନାରେ ହ୍ରାସ ଆସିଛି । ଏହାର କାରଣ ହେଉଛି ପର୍ଯ୍ୟଟନ ସିଜନ ଶେଷ ହେବା ।

ଭାରତରେ କୋରୋନା ଭାଇରସ ଯୋଗୁଁ 2 ମାସ ବ୍ରେକ ପରେ ମେ 25 ରେ ଘରୋଇ ଉଡାଣ ସେବା ପୁଣି ଆରମ୍ଭ ହୋଇଥିଲା । ଏୟାରଲାଇନ୍ସକୁ ଏହାର କୋଭିଡ-19 ପୂର୍ବ ସ୍ତରରେ ସର୍ବାଧିକ 80 ପ୍ରତିଶତ ଟିକେଟ ବୁକିଂର ଅନୁମତି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.