ETV Bharat / business

‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ଯୋଜନା ସହ ଯୋଡିହେଲେ ଆଉ 5 ରାଜ୍ୟ

author img

By

Published : May 2, 2020, 12:50 AM IST

‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନେ ଗୋଟିଏ ହିଁ ରାସନ କାର୍ଡ ବ୍ୟବହାର କରି ଦେଶର କୌଣସି ରାଜ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ ଉଠାଇପାରିବେ । ଅଧିକ ପଢନ୍ତୁ...

5 more states including bihar punjab join one nation one ration card scheme paswan
‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ଯୋଜନା ସହ ଯୋଡିହେଲେ ଆଉ 5 ରାଜ୍ୟ

ନୂଆଦିଲ୍ଲୀ: ବିହାର, ପଞ୍ଜାବ ସମେତ ଆହୁରି 5 ରାଜ୍ୟ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ଯୋଜନାରେ ସାମିଲ ହୋଇଛନ୍ତି । ଶୁକ୍ରବାର କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାସୱାନ ଏନେଇ ସୂଚନା ଦେଇଛନ୍ତି ।

ଏହି ସବୁ ରାଜ୍ୟକୁ ମିଶାଇ ମୋଟ 17 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 60 କୋଟି ଲାଭାର୍ଥୀଙ୍କୁ ରାସନ କାର୍ଡ ପୋର୍ଟେବିଲିଟି ଫାଇଦା ମିଳୁଛି ।

‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀମାନେ ଗୋଟିଏ ହିଁ ରାସନ କାର୍ଡ ବ୍ୟବହାର କରି ଦେଶର କୌଣସି ରାଜ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ ଉଠାଇପାରିବେ । ସମଗ୍ର ଦେଶରେ ଜୁନ ପହିଲାରୁ ଏହି ଯୋଜନା ଲାଗୁ ପାଇଁ ଲକ୍ଷ୍ୟ ରହିଛି ।

ତେବେ ଶୁକ୍ରବାର ଏହି ଯୋଜନା ସହ ଯୋଡି ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ବିହାର, ୟୁପି, ପଞ୍ଜାବ, ହିମାଚଳପ୍ରଦେଶ, ଡାମନ-ଡିଓ ରହିଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ଜାନୁଆରୀରେ 12 ରାଜ୍ୟ ଏହି ଯୋଜନା ସହ ଯୋଡି ହୋଇଥିଲା ବେଳେ ଏବେ ଏହି ସଂଖ୍ୟା 17ରେ ପହଞ୍ଚିଛି ।

ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ, ତ୍ରିପୁରା ଓ ଝାଡ଼ଖଣ୍ଡ ଭଳି ୧୨ଟି ରାଜ୍ୟରେ ଏହା ପ୍ରଚଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.