ETV Bharat / business

ଲକଡାଉନରେ ସାଢେ 5 ଲକ୍ଷ ଚିକେନ ବିରିୟାନୀ ଅର୍ଡର ପାଇଛି ସ୍ବିଗି - Swiggy

ଲକଡାଉନ କାଳରେ ଭାରତରେ ସ୍ବିଗି ଜରିଆରେ 5.5 ଲକ୍ଷ ଚିକେନ ବିରିୟାନୀର ଅର୍ଡର କରାଯାଇଛି । ଏ ନେଇ ସ୍ବିଗି ଏକ ରିପୋର୍ଟରେ ତଥ୍ୟ ଖୁଲାସା କରିଛି । ଅଧିକ ପଢନ୍ତୁ..

ଲକଡାଉନରେ ସାଢେ 5 ଲକ୍ଷ ଚିକେନ ବିରିୟାନୀ ଅର୍ଡର ପାଇଛି ସ୍ବିଗି

author img

By

Published : Jul 25, 2020, 5:38 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଓ ଲକଡାଉନ ମଧ୍ୟରେ ପ୍ରାୟ ସମସ୍ତେ ଘରେ ବନ୍ଦ । ଏହି ସମୟରେ ଅନଲାଇନ ଫୁଡ ଡେଲିଭରି କମ୍ପାନୀର ଅର୍ଡର ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଦେଇଛି । ଆଉ ଏଥିରେ ଚିକେନ ବିରିୟାନୀ ଅର୍ଡର ଅଧିକ ଅଛି ।

ଲକଡାଉନ କାଳରେ ଭାରତରେ ସ୍ବିଗି ଜରିଆରେ 5.5 ଲକ୍ଷ ଚିକେନ ବିରିୟାନୀର ଅର୍ଡର କରାଯାଇଛି । ଏ ନେଇ ସ୍ବିଗି ଏକ ରିପୋର୍ଟରେ ତଥ୍ୟ ଖୁଲାସା କରିଛି ।

ସେହିପରି ଲକଡାଉନ ସମୟରେ ଗତ କିଛି ମାସ ମଧ୍ୟରେ ପ୍ରାୟ 1,29,000 ଚକୋ ଲାଭା କେକ ଅର୍ଡର କରାଯାଇଛି । ଏହା ପରେ ଗୁଲାବ ଜାମୁନ ଏବଂ ଚିଜ ବଟରସ୍କଚ ଫ୍ଲେଭର କେକ ପାଇଁ ଅର୍ଡର ମିଳିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଲକଡାଉନ ମଧ୍ୟରେ ସ୍ବିଗି ପାଖାପାଖୀ 1,20,000 ବାର୍ଥଡେ କେକ ଡେଲିଭରି କରିଛି ।

ତଥ୍ୟ ଦର୍ଶାଇଛି ଯେ କୋରୋନା ଭାଇରସ ମହାମାରୀ ମଧ୍ୟରେ 47,000 ଫେସ ମାସ୍କ ସହ ସାନିଟାଇଜର ଓ ହ୍ୟାଣ୍ଡ ୱାସର 73,000 ରୁ ଅଧିକ ବୋତଲ ଡେଲିଭରି କରାଯାଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି, "ଯଦି ଆମେ ଖାଦ୍ୟ ବିଷୟରେ କହିବା ତେବେ , ଯେଉଁମାନେ ରୋଷେଇ କରୁନଥିଲେ ସେମାନଙ୍କୁ ବିରିୟାନୀ ବହୁତ ରିଲିଫ ଦେଇଛି। ଏହି ସମୟ ମଧ୍ୟରେ ଆମକୁ 5.5 ଲକ୍ଷ ବିରିୟାନୀ ଅର୍ଡର ମିଳିଥିଲା। ’’

ରିପୋର୍ଟ ଅନୁସାରେ ସେହି ସମୟରେ ପ୍ରାୟ 3,50,000 ପ୍ୟାକେଟ ନୁଡଲ୍ସର ଅର୍ଡର ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.