ETV Bharat / business

ସେପ୍ଟେମ୍ବର 19 ରେ ହେବନି ଜିଏସଟି ପରିଷଦ ବୈଠକ - 42nd GST Council meet

ଜିଏସଟି ପରିଷଦର 42ତମ ବୈଠକ ସେପ୍ଟେମ୍ବର 19 ରେ ନୁହେଁ ଅକ୍ଟୋବରେ ହେବ । ଆସନ୍ତା ମାସ ପ୍ରଥମ ସପ୍ତାହରେ ବୈଠକ ହୋଇପାରେ ।

ଅକ୍ଟୋବରକୁ ଘୁଞ୍ଚିଲା ଜିଏସଟି ପରିଷଦର 42 ତମ ବୈଠକ

author img

By

Published : Sep 12, 2020, 4:48 PM IST

ନୂଆଦିଲ୍ଲୀ: ଘୁଞ୍ଚିଲା ଜିଏସଟି ବୈଠକ । ଜିଏସଟି ପରିଷଦର 42ତମ ବୈଠକ ସେପ୍ଟେମ୍ବର 19 ରେ ନୁହେଁ ଅକ୍ଟୋବରେ ହେବ । ଆସନ୍ତା ମାସ 5 ତାରିଖରେ ବୈଠକ ହେବା ସମ୍ଭାବନା ରହିଛି ।

ପ୍ରକାଶ ଯେ, ଗତ ମାସରେ କେନ୍ଦ୍ର ନିଷ୍ପତ୍ତି ନେଇଥିଲା କି ଜିଏସଟି ପରିଷଦର 41 ଓ 42 ତମ ବୈଠକ ଅଗଷ୍ଟ 27 ଓ ସେପ୍ଟେମ୍ବର 19 ରେ କରାଯିବ । କିନ୍ତୁ ସଂସଦରେ ମୌସୁମୀ ଅଧିବେଶନ ନ ସରିବା ଯାଏଁ ବୈଠକକୁ ଘୁଞ୍ଚାଯାଇଛି ।

ବିଚାରାଧୀନ କ୍ଷତିପୂରଣ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହି ସ୍ଥଗିତାଦେଶ ହୋଇଛି। ତେବେ ଅକ୍ଟୋବରରେ ହେବାକୁ ଥିବା ଜିଏସଟି ପରିଷଦର ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ । କାରଣ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏବେ ଜିଏସଟି ରାଜସ୍ବରେ 2.35 ଲକ୍ଷ କୋଟି ଟଙ୍କାର ହ୍ରାସକୁ ନେଇ ବିବାଦ ଚାଲିଛି । କେନ୍ଦ୍ରର ହିସାବ ଅନୁଯାୟୀ, ଏଥିରୁ 97,000 କୋଟି ଟଙ୍କା ହ୍ରାସ ଜିଏସଟି ଲାଗୁ ସହ ଯୋଡି ହୋଇଛି । ଅବଶିଷ୍ଟ 1.38 ଲକ୍ଷ କୋଟି ଟଙ୍କା ରାଜ୍ୟ ରାଜସ୍ୱ ଉପରେ କୋଭିଡ -19 ର ପ୍ରଭାବ ଯୋଗୁଁ ହୋଇଛି |

ତେବେ ଜିଏସଟି କ୍ଷତିପୂରଣ ନେଇ କେନ୍ଦ୍ର ସରାକାର ରାଜ୍ୟକୁ 2ଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଉଛି କେନ୍ଦ୍ର ସରକାର ଋଣ କରି ରାଜ୍ୟକୁ କ୍ଷତିପୂରଣ ଦେବେ ଅନ୍ୟଟି ରାଜ୍ୟ ନିଜେ କେନ୍ଦ୍ର ଠାରୁ ଋଣ ନେଇ ଖର୍ଚ୍ଚ ତୁଲାଇବ । ହେଲେ ରାଜ୍ୟ ଦ୍ବାରା ଋଣ ନେବା ପ୍ରସ୍ତାବକୁ ଅନେକ ଅଣ ବିଜେପି ଶାସିତ ରାଜ୍ୟ ବିରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.