ETV Bharat / business

FSSAI ସର୍ଭେ: 41% କ୍ଷୀର ହାନିକାରକ, 7% ବ୍ୟବହାର ଯୋଗ୍ୟ ନୁହେଁ

author img

By

Published : Oct 19, 2019, 7:53 PM IST

ପ୍ୟାକେଟ କ୍ଷୀରରେ ସୁରକ୍ଷା ମାନଦଣ୍ଡକୁ ପାଳନ କରାଯାଉନାହିଁ । FSSAI ସର୍ଭେ ଅନୁଯାୟୀ 41% କ୍ଷୀର ନିକୃଷ୍ଟ ଧରଣର ହୋଇଥିବା ବେଳେ 7 ପ୍ରତିଶତ ଆଦୌ ବ୍ୟବହାର ଯୋଗ୍ୟ ନୁହେଁ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜିକା ସମୟରେ ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀର ଉପରେ ସମସ୍ତେ ନିର୍ଭରଶୀଳ । ହେଲେ ଆପଣ ଜାଣନ୍ତି କି ? ଆପଣ ପିଉଥିବା ଏହି କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ? ଆଜ୍ଞା ହଁ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୁପକ୍ଷ (FSSAI) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ପ୍ୟାକେଟ କ୍ଷୀରରେ ସୁରକ୍ଷା ମାନଦଣ୍ଡକୁ ପାଳନ କରାଯାଉନାହିଁ ।

ଏହି କ୍ଷୀରର ଗୁଣବତ୍ତା ଅତ୍ୟନ୍ତ ନିକୃଷ୍ଟ । ତା ବାଦ ବି ବଡ ବଡ ବ୍ରଣ୍ଡ ନାଁରେ ଚଢା ଦାମରେ ଏ ସବୁ କ୍ଷୀରକୁ ବିକ୍ରି କରୁଛନ୍ତି । ଏ ନେଇ ଯାଞ୍ଚ କରି FSSAI 6,432 ଦୁଗ୍ଧ ପ୍ୟାକେଟକୁ ନମୂନା ଭାବେ ନେଇ ସର୍ଭେ କରିଛି । ଏଥିରୁ ପ୍ରାୟ 41 ପ୍ରତିଶତ କ୍ଷୀର ମାନ ନିକୃଷ୍ଟ ରହିଛି । ସେପରି ଭାବେ 7 ପ୍ରତିଶତ ବ୍ୟବହାର ଉପଯୋଗୀ ନୁହେଁ । ଏସବୁଥିରେ ଅଧିକ ପରିମାଣରେ ପେଷ୍ଟିସାଇଡ ଏବଂ ଆଣ୍ଟି ବାୟୋଟିକ ରହିଥିବା ଜଣାପଡିଛି ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳକୁ ନେଇ 2018ରୁ 2019 ମେ ମଧ୍ୟରେ FSSAI ଏହି ସର୍ଭେ କରିଥିଲା । ଏଥିମଧ୍ୟରେ ଦିଲ୍ଲୀ, କେରଳ, ତାମିଲନାଡୁ ଭଳି ରାଜ୍ୟରେ ପଙ୍ଗସ ଭଳି ମାରାତ୍ମକ ଦ୍ରବ୍ୟ ଏଧିକ ପରିମାଣରେ ରହିଥିବା ନେଇ FSSAI ସିଇଓ ପୱନ ଅଗ୍ରୱାଲ କହିଛନ୍ତି ।

ତେବେ ଚଳିତ ବର୍ଷ ସୁଦ୍ଧା କ୍ଷୀର ପ୍ୟାକେଟ ପାଇଁ ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡ ପଳନ ପାଇଁ FSSAI ପକ୍ଷରୁ ବ୍ୟବସାୟୀ ନିର୍ଦ୍ଦେଶ ନାମା ଜାରି ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.