ETV Bharat / business

ଲକଡାଉନ ଇଫେକ୍ଟ: ଏକ ମାସରେ ଡିଜିଟାଲ ପେମେଣ୍ଟ 30 ପ୍ରତିଶତ ହ୍ରାସ - ଲକଡାଉନରେ ଅନଲାଇନ ପେମେଣ୍ଟ

ଡିଜିଟାଲ ନେଣଦେଣରେ ସର୍ବାଧିକ 41 ପ୍ରତିଶତ ହ୍ରାସ ଗୁଜୁରାଟରେ ରେକର୍ଡ ହୋଇଥିବାବେଳେ ଏହା ପଛକୁ ମଧ୍ୟପ୍ରଦେଶରେ 39 ପ୍ରତିଶତ ଓ ତାମିଲନାଡୁରେ 26 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

online payment
ଅନଲାଇନ ପେମେଣ୍ଟ
author img

By

Published : Apr 25, 2020, 11:30 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ବିଭିନ୍ନ ସେକ୍ଟରରେ ଗତିବିଧି ଠପ୍‌ ହୋଇଥିବାରୁ ଗତ 1 ମାସ ମଧ୍ୟରେ ଅନଲାଇନ ପେମେଣ୍ଟରେ 30 ପ୍ରତିଶତ ହ୍ରାସ ପାଇଛି । ଟ୍ରାଭେଲ, ରିୟଲଇଷ୍ଟେଟ, ଲଜିଷ୍ଟିକ୍ସ ଓ ଖାଦ୍ୟ ଓ ପାନୀୟ ପଦାର୍ଥ କ୍ଷେତ୍ରରେ ଡିଜିଟାଲ ନେଣଦେଣ କମ ଏହାର ମୁଖ୍ୟ କାରଣ । ଆର୍ଥିକ ଟେକ୍ନୋଲୋଜି ପ୍ଲାଟଫର୍ମ ରେଜରପେ (Razorpay)ଏନେଇ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟ ଲକଡାଉନ ଆରମ୍ଭ ପୂର୍ବରୁ (ଫେବୃଆରୀ 24ରୁ ମାର୍ଚ୍ଚ 23) ଏବଂ ପରେ ଅର୍ଥାତ ଲକଡାଉନ ଅବଧି କାଳ( ମାର୍ଚ୍ଚ 24ରୁ ଏପ୍ରିଲ 23) ମଧ୍ୟରେ କମ୍ପାନୀର ପ୍ଲାଟଫର୍ମରେ ହୋଇଥିବା ନେଣଦେଣ ଉପରେ ଆଧାରିତ

ରିପୋର୍ଟରେ ଦର୍ଶାଯାଇଛି ଯେ, ଡିଜିଟାଲ ନେଣଦେଣରେ ସର୍ବାଧିକ 41 ପ୍ରତିଶତ ହ୍ରାସ ଗୁଜୁରାଟରେ ରେକର୍ଡ ହୋଇଛି । ଏହା ପଛକୁ ମଧ୍ୟପ୍ରଦେଶରେ 39 ପ୍ରତିଶତ ଓ ତାମିଲନାଡୁରେ 26 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ତେବେ ଏଭଳି ସମୟରେ ନଗଦ ନେଣଦେଣ ବିପଦଜନକ ରହିଥିବାକୁ କିଛିଟା କ୍ଷେତ୍ରରେ ଅନଲାଇନ ଟ୍ରାଞ୍ଜାକ୍ସନ ବୃଦ୍ଧି ପାଇଛି । ଏଥିରେ ବିଦ୍ୟୁତ, ପାଣି ଭଳି ସେବା , ଆଇଟି ଓ ସଫ୍ଟୱେୟର ଏବଂ ମିଡିଆ ତଥା ମନୋରଞ୍ଜନ କ୍ଷେତ୍ରରେ ଡିଜିଟାଲ ନେଣଦେଣ କ୍ରମଶଃ 73 , 32, ଓ 25 ପ୍ରତିଶତ ବୃଦ୍ଧି ହୋଇଛି । ଲକଡାଉନ ମଧ୍ୟରେ ଲୋକ ଘରେ ବନ୍ଦ ରହିଥିବାରୁ ଏହି ପରିମାଣ ବଢିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.