ETV Bharat / business

50 ହଜାର କୋଟିର ରୋଜଗାର ଯୋଜନା, ପ୍ରତି ଜିଲ୍ଲାର 25 ହଜାର ପ୍ରବାସୀଙ୍କୁ ମିଳିବ କାମ - ସୀତାରଣଙ୍କ ପ୍ରେସ ମିଟ

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମୁହାଁ କରିବା ପାଇଁ ଜୁନ 20ରୁ ଆରମ୍ଭ ଏକ ବଡ ଗ୍ରାମୀଣ ଲୋକ କାର୍ଯ୍ୟ ଯୋଜନା ‘ ଗରିବ କଲ୍ୟାଣ ରୋଜଗାର ଅଭିଯାନ’ । 125 ଦିନର ଏହି କାର୍ଯ୍ୟକ୍ରମରେ 25ଟି ସ୍କିମରେ (ଅଲଗା ଅଲଗା କାମ) କାମ ଦିଆଯିବ । ଅଧିକ ପଢନ୍ତୁ..

Garib Kalyan Rojgar Abhiyaan
ପ୍ରତି ଜିଲ୍ଲାର 25 ହଜାର ପ୍ରବାସୀଙ୍କୁ ମିଳିବ କାମ
author img

By

Published : Jun 18, 2020, 5:56 PM IST

ନୂଆଦିଲ୍ଲୀ: ଜୁନ 20ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଏ ନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି ଏହି ଅଭିଯାନ ଅଧିନରେ ସରକାର 25 ସ୍କିମରେ 50,000 କୋଟି ଟଙ୍କାର କାମ କରାଯିବ । ଏହା ମାଧ୍ୟମରେ 6ଟି ରାଜ୍ୟର 116 ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ କାମ ଦିଆଯିବ । ଶ୍ରମିକଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ କାମ ଦିଆଯିବ । ଯାହା ଫଳରେ ସେମାନେ ସହଜରେ ଗୁଜୁରାଣ ମେଣ୍ଟାଇପାରିବେ । ଏଥିପାଇଁ ପ୍ରତି ଜିଲ୍ଲାରୁ 25 ହଜାର ଲେଖାଏଁ ଶ୍ରମିକଙ୍କୁ କାମ ଦେବାକୁ ଚୟନ କରାଯାଇଛି ।

ଲକଡାଉନରେ ମଧ୍ୟରେ ବହୁ ପ୍ରବାସୀ ଘର ବାହୁଡିଛନ୍ତି । ବିଶେଷ କରି 6 ଟି ରାଜ୍ୟର 116 ଜିଲ୍ଲାରେ ଅଧିକ ସଂଖ୍ୟକ ପ୍ରବାସୀ ଫେରିଛନ୍ତି । ଏମାନଙ୍କୁ କାମ ଯୋଗାଇଦେବା ପାଇଁ 125 ଦିନ ପାଇଁ ଏହି ଅଭିଯାନ ଚାଲିବ । ଏହା ଅଧିନରେ ବିହାରର 32 , ଉତ୍ତର ପ୍ରଦେଶର 31 , ମଧ୍ୟପ୍ରଦେଶର 24, ରାଜସ୍ଥାନର 22 , ଓଡିଶାର 4 , ଝାଡଖଣ୍ଡର 3 ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମିଳିବ ।

ଏହି ଅଭିଯାନ ଅଧିନରେ କମ୍ୟୁନିଟି ସାନିଟାଇଜେସନ କମ୍ପେକ୍ସ, ଗ୍ରାମ ପଞ୍ଚାୟତ ଭବନ, ଅର୍ଥଆୟୋଗ ପାଣ୍ଠି ଅନ୍ତର୍ଗତ କାମ, ନ୍ୟାସନାଲ ହାଇୱେ ୱାର୍କ, ଜଳ ସଂରକ୍ଷଣ ଓ ଜଳସେଚନ , କୂଅ ଖନନ, ବୃକ୍ଷରୋପଣ, ଉଦ୍ୟାନ କୃଷି, ଅଙ୍ଗନବାଡି କେନ୍ଦ୍ର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପିଏମ ଗ୍ରାମ ସଡକ ଯୋଜନା, ରେଲୱେ , ପିଏମ କୁସୁମ, ଭାରତ ନେଟ ଫାଇବର ଅପ୍ଟିକ , ଜଳ ଜୀବନ ମିଶନ ଆଦିର କାମ କରାଯିବ । ଏହି ଅଭିଯାନ 12 ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ମିଳିତ ପ୍ରୟାସରେ ହେବ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ବିବୃତ୍ତି ଅନୁସାରେ ପିଏମ ଜୁନ 20 ସକାଳ 11 ଟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଯାନ ବିହାରର ଖଗଡିଆ ଜିଲ୍ଲାର ବେଲଦର ପ୍ରଖଣ୍ଡର ତେଲିହର ଗାଁରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.