ETV Bharat / business

ସବୁଠୁ ମହଙ୍ଗା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ! 14 ଅରବ ଡଲାର ଖର୍ଚ୍ଚ ଆଶା - US Presidential election

ଆମେରିକାର ଚଳିତ ରାଷ୍ଟ୍ରପତି ନିର୍ବାଚନ ଇତିହାସର ସବୁଠୁ ମହଙ୍ଗା ନିର୍ବାଚନ ହୋଇପାରେ । ଏଥର 14 ଅରବ ଡଲାର ଖର୍ଚ୍ଚ ହେବା ଆକଳନ କରାଯାଇଛି । ଅଧିକ ପଢନ୍ତୁ..

ସବୁଠୁ ମହଙ୍ଗା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ! 14 ଅରବ ଡଲାର ଖର୍ଚ୍ଚ ଆଶା

author img

By

Published : Oct 29, 2020, 6:09 PM IST

ନ୍ୟୁୟର୍କ: ଇତିହାସର ସବୁଠୁ ମହଙ୍ଗା ନିର୍ବାଚନ ହେବାକୁ ଯାଉଛି ଏ ବର୍ଷର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଗତ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ 2 ଗୁଣା ଟଙ୍କା ଖର୍ଚ୍ଚ ହେବା ଅନୁମାନ ରହିଛି । ଏଥର ପାଖାପାଖୀ 14 ଅରବ ଡଲାର ଖର୍ଚ୍ଚ ହେବା ଆଶା ରହିଛି ।

ଅନୁସନ୍ଧାନ ସମୂହ 'ଦି ସେଣ୍ଟର ଫର ରେସପନସିବ ପଲିଟିକ୍ସ ' କହିଛି ଯେ ମତଦାନ ପୂର୍ବରୁ ଶେଷ ମାସରେ ରାଜନୈତିକ ଦାନରେ ବହୁତ ବୃଦ୍ଧି ଘଟିଛି । ଏହି କାରଣରୁ ଚଳିତ ନିର୍ବାଚନରେ ଯେଉଁ 11 ଅରବ ଡଲାର ​​ଖର୍ଚ୍ଚ ଅନୁମାନ ଥିଲା, ତାହା ଏବେ ଉପରମୁହାଁ ହୋଇଛି ।

ଅନୁସନ୍ଧାନ ସଂସ୍ଥା କହିଛି ଯେ, 2020 ନିର୍ବାଚନରେ 14 ଅରବ ଡଲାର ଖର୍ଚ୍ଚ ହେବା ଆଶା ରହିଛି । ଯାହା ଦ୍ବାରା ନିର୍ବାଚନରେ ଖର୍ଚ୍ଚ ପୁରୁଣା ସମସ୍ତ ରେକର୍ଡ ଭାଙ୍ଗିପାରେ । ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ, ଆମେରିକା ଇତିହାସରେ ପ୍ରଥମ ଆଶାୟୀ , ଯିଏ ଦାନକର୍ତ୍ତାଙ୍କ ଠାରୁ 1 ଅରବ ଡଲାର ରାଶି ପ୍ରାପ୍ତ କରିଛନ୍ତି । ତାଙ୍କ ପ୍ରଚାର ଅଭିଯାନକୁ ଅକ୍ଟୋବର 14 ରେ 93.8 କୋଟି ଡଲାର ମିଳିଲା , ଯାହା ଦ୍ବାରା ଡେମୋକ୍ରେଟର ରିପବ୍ଲିକିଆନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇବା ପାଇଁ ଉତ୍ସୁକତା ବଢିଚାଲିଛି ।

ସେପଟେ ଟ୍ରମ୍ପ ଦାନାକର୍ତ୍ତାଙ୍କ ଠାରୁ 59.6 କୋଟି ଡଲାରର କୋଷ ନିର୍ବାଚନ ପ୍ରଚାର ପାଇଁ ଏକଜୁଟ କରିଛନ୍ତି । ରିପୋର୍ଟ ଅନୁସାରେ ‘‘ ମହାମାରୀ ପରେ ବି ସାଧାରଣ ଠାରୁ କୋଟିପତି ସମସ୍ତେ 2020 ର ନିର୍ବାଚନରେ ଅଧିକ ରାଶି ଦାନ କରୁଛନ୍ତି । ଏଥର ମହିଳାମାନେ ଦାନ ଦେବାରେ ସବୁ ରେକର୍ଡ ଭାଙ୍ଗିଥିବା କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.