ETV Bharat / business

ବିଦେଶ ଯିବାର 2 ବର୍ଷ ପରେ ଆସିଲା 350 କୋଟି ଟଙ୍କାର ଠକେଇ ଅଭିଯୋଗ - 2 Years After Businessman Leaves India

ଦୁଇ ବର୍ଷ କାନାଡା ଯିବା ପରେ ବ୍ୟବସାୟୀଙ୍କ ନାଁରେ 350 କୋଟି ଟଙ୍କାର ଠକେଇ ଅଭିଯୋଗ । 6ଟି ବ୍ୟାଙ୍କରୁ ଋଣ ନେଇ ସୁଝି ପାରିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିଦେଶ ଯିବାର 2 ବର୍ଷ ପରେ ଆସିଲା 350 କୋଟି ଟଙ୍କାର ଠକେଇ ଅଭିଯୋଗ

author img

By

Published : Jul 3, 2020, 12:02 PM IST

ନୂଆଦିଲ୍ଲୀ: ପଞ୍ଜାବ ବାସମତି ରାଇସ ଲିମିଡେଟର ନିର୍ଦ୍ଦେଶକ ମଞ୍ଜିତ ସିଂ ମଖିନ ନାଁରେ 350 କୋଟି ଟଙ୍କାର ଠକେଇ ଅଭିଯୋଗ । 6 ଟି ବ୍ୟାଙ୍କରୁ ରୁଣ ନେଇ ସୁଝି ନପାରି ବିଦେଶ ଫେରାର ହୋଇଥିବା ଅଭିଯୋଗ ହୋଇଛି । ସେ ଦୀର୍ଘ 2 ବର୍ଷ କାନାଡାରେ ରହିବା ପରେ ଠକେଇ ମାମଲା ରୁଜୁ ହୋଇଛି ।

ବ୍ୟାଙ୍କଗୁଡିକର ଅଭିଯୋଗ ପରେ, ସିବିଆଇ ଅମୃତସର ସ୍ଥିତ ପଞ୍ଜାବ ବାସମତି ରାଇସ ଲିମିଡେଟ ଓ ଏହାର ନିର୍ଦ୍ଦେଶକ ମଞ୍ଜିତ ସିଂଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁଅ କୁଲବିନ୍ଦର, ବୋହୂ ଜସମିତ କୌର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁଯାୟୀ, କାନାଡା ବ୍ୟାଙ୍କରୁ 175 କୋଟି, ଆନ୍ଧ୍ର ବ୍ୟାଙ୍କ 53 କୋଟି, ୟୁବିଆଇରୁ 44କୋଟି, ଓବିସି25, ଆଇଡିବିଆଇରୁ 14 ଓ ୟୁସିଓ ବ୍ୟାଙ୍କରୁ 41 କୋଟି ଟଙ୍କା ରୁଣ ନେଇଛନ୍ତି ।

ସୂଚନାଯୋଗ୍ୟ, 2003ରୁ କାନାଡା ବ୍ୟାଙ୍କରୁ ମନଜିତଙ୍କ କମ୍ପାନୀ ଋଣ ନେଉଥିଲା । ୨୦୧୨ରେ କାନାଡ଼ା ବ୍ୟାଙ୍କ ଆଉ ୫ଟି ବ୍ୟାଙ୍କ ସହିତ ପଞ୍ଜାବ ବାସମତି ରାଇସ ଲିମିଟେଡକୁ ଋଣ ଦେବା ବ୍ୟବସ୍ଥା କରିଥିଲା। ପରେ କାନାଡା ବ୍ୟାଙ୍କ ନେତୃତ୍ୱ ନେଇ ଆନ୍ଧ୍ରା ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଓବିସି, ୟୁବିଆଇ ଏବଂ ୟୁକୋ ବ୍ୟାଙ୍କରୁ ଋଣ ବ୍ୟବସ୍ଥା କରିଥିଲା।

ଏନପିଏ ଘୋଷଣା କରିବା ପରେ ୬ଟି ବ୍ୟାଙ୍କ ୨୦୧୯ରେ ଆରବିଆଇକୁ ଏ ବାବଦରେ ଅବଗତ କରାଇଥିଲେ। ସେମାନେ ଋଣ ଦେଇ ଠକେଇର ଶିକାର ହୋଇଛନ୍ତି ବୋଲି ଗତ ବର୍ଷ ମାର୍ଚ୍ଚରେ ୬ଟି ବ୍ୟାଙ୍କ ଆରବିଆଇକୁ କହିଥିଲେ। ଏନେଇ ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ। ଜୁନ ମାସରେ ଏନେଇ ମାମଲା ସିବିଆଇ ମାମଲା ରୁଜୁ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.