ETV Bharat / business

ଅନଲାଇନରେ ବିଦ୍ୟୁତ-ପାଣି ବିଲ ପେମେଣ୍ଟ 163 ପ୍ରତିଶତ ବୃଦ୍ଧି - electricity water bills during lockdown

ସଂକ୍ରମଣ ଭୟରେ ଓ ଘରେ ରହିବା କଟକଣା ଯୋଗୁଁ ଅନଲାଇନ ପେମେଣ୍ଟ ସଂଖ୍ୟା ବହୁଳ ବଢିଛି । ଜୁଲାଇ 2 ସୁଦ୍ଧା ଲକଡାଉନର 101 ଦିନରେ ଅନଲାଇନ ବିଦ୍ୟୁତ ଓ ପାଣି ବିଲ ପେମେଣ୍ଟ 163 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଅଧିକ ପଢନ୍ତୁ..

ଅନଲାଇନରେ ବିଦ୍ୟୁତ-ପାଣି ବିଲ ପେମେଣ୍ଟ  163 ପ୍ରତିଶତ ବୃଦ୍ଧି

author img

By

Published : Jul 7, 2020, 5:47 PM IST

ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ପରଠୁ ବଢିଛି ଡିଜିଟାଲ ନେଣଦେଣର ପରିମାଣ । ସଂକ୍ରମଣ ଭୟରେ ଓ ଘରେ ରହିବା କଟକଣା ଯୋଗୁଁ ଅନଲାଇନ ପେମେଣ୍ଟ ସଂଖ୍ୟା ବହୁଳ ବଢିଛି । ଜୁଲାଇ 2 ସୁଦ୍ଧା ଲକଡାଉନର 101 ଦିନରେ ଅନଲାଇନ ବିଦ୍ୟୁତ ଓ ପାଣି ବିଲ ପେମେଣ୍ଟ 163 ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ ହୋଇଛି ।

ମାର୍ଚ୍ଚ 24 ରୁ ଜୁଲାଇ 2 ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ଡିଜିଟାଲ ନେଣଦେଣକୁ ବିଶ୍ଲେଷଣ କରି ଅନଲାଇନ ପେମେଣ୍ଟ ପ୍ଲାର୍ଟଫର୍ମ ରେଜରପେ (RazerPay)ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଶିକ୍ଷା କ୍ଷେତ୍ର, ଚିକିତ୍ସା କ୍ଷେତ୍ର ଓ ଅନ୍ୟନ କ୍ଷେତ୍ରରେ ମଧ୍ୟ ହୋଇଥିବା ଅନଲାଇନ ଟ୍ରାଞ୍ଜାକ୍ସନର ମଧ୍ୟ ଆକଳନ କରାଯାଇଛି ।

ରିପୋର୍ଟ ମୁତାବକ, ଏହି ଅବଧିରେ ବିଦ୍ୟୁତ ଓ ପାଣି ବିଲ ଅନୁଲାଇନ ପେମେଣ୍ଟ ସଂଖ୍ୟା ବଢିଛି । ଏଥିମଧ୍ୟରେ ଅନଲାଇନ ପାଠପଢା ଚାହିଦା ମଧ୍ୟ ବଢିଛି । ଅନଲାଇନ ଶିକ୍ଷା ପାଇଁ ଡିଜିଟାଲ ପେମେଣ୍ଟରେ 23 ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଡାକ୍ତରଙ୍କଠାରୁ ଅନଲାଇନ ପରାମର୍ଶ ନେବା ମାମଲାରେ ପେମଣ୍ଟ ମଧ୍ୟ 20 ପ୍ରତିଶତ ବଢିଛି ।

ଡିଜିଟାଲ ଟ୍ରାଞ୍ଜାକ୍ସ ପେମେଣ୍ଟ ମାମଲାରେ ରାଜ୍ୟକୁ ଦେଖିଲେ କର୍ଣ୍ଣାଟକର ଯୋଗଦାନ 23 ପ୍ରତିଶତ ସହ ସବୁଠୁ ଅଧିକ ରହିଛି । ଏହା ପଛକୁ ମହାରାଷ୍ଟ୍ର(17) , ତେଲେଙ୍ଗାନା (11) ରହିଛି । ତେବେ ଡିଜିଚଟାଲ ନେଣଦେଣ ବିଭିନ୍ନ ପ୍ରକ୍ରିୟାରେ ସବୁଠୁ ଲୋକପ୍ରିୟ ୟୁପିଆଇ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.