ETV Bharat / business

ଗୁରୁବାର ପଞ୍ଚଦଶ ଅର୍ଥ ଆୟୋଗର ଆର୍ଥିକ ସୁଦୃଢୀକରଣ ସମିତିର ବୈଠକ

author img

By

Published : May 20, 2020, 10:39 PM IST

ଗୁରୁବାର ଅନୁଷ୍ଠିତ ହେବ ପଞ୍ଚଦଶ ଅର୍ଥ ଆୟୋଗର ଆର୍ଥିକ ସୁଦୃଢୀକରଣ ସମିତିର ବୈଠକ । ଏଥିରେ କେନ୍ଦ୍ର ଓ ରାଜ୍ୟକୁ ଅର୍ଥନୀତି ମଜବୁତ ଓ ସ୍ଥିତିକୁ ନିୟନ୍ତ୍ରଣ ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ । ଅଧିକ ପଢ଼ନ୍ତୁ...

15th FinComms fiscal consolidation panel to meet on Thursday
ଗୁରୁବାର ପଞ୍ଚଦଶ ଅର୍ଥ ଆୟୋଗର ଆର୍ଥିକ ସୁଦୃଢୀକରଣ ସମିତିର ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ସୁଦୃଢୀକରଣ ନେଇ ଗୁରୁବାର ବସିବ ପଞ୍ଚଦଶ ଅର୍ଥ ଆୟୋଗ ଅଧିନରେ ଗଠିକ ସମିତିର ବୈଠକ । ଏନକେ ସିଂହଙ୍କ ନେତୃତ୍ବାଧୀନ ଏହି ଆୟୋଗକୁ 2021-22 ରୁ 2025-2026 ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ମଜବୁତ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ଦାୟିତ୍ବ ଦିଆଯାଇଛି ।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ‘‘କୋରୋନା ଭାଇରସ ମହାମାରୀ ଯୋଗୁଁ ଉପୁଜିଥିବା ସଙ୍କଟ ଓ ଏହାର ପରିଣାମ ସ୍ବରୂପ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏହି କାମ ଏବେ କଷ୍ଟକର ହୋଇପଡିଛି ।

କେନ୍ଦ୍ର ସରକାର ପୂର୍ବରୁ ହିଁ ରାଜ୍ୟର ଋଣ ଉଠାଣ ସୀମାକୁ ବଢାଇ ଜିଏସଡିପିର 5 ପ୍ରତିଶତ କରିଦେଇଛନ୍ତି । ତେବେ ଋଣ ଓ କ୍ଷତିକୁ ଉଚିତ ସ୍ତରରେ ରଖିବା ପାଇଁ ବିଭିନ୍ନ ଦିଗକୁ ବିଚାର କରି ପଞ୍ଚଦଶ ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟକୁ କାର୍ଯ୍ୟଯୋଜନା ସମ୍ପର୍କରେ ସୁପାରିଶ କରିବ । ଏହି ସ୍ଥିତିକୁ ଦେଖିବାକୁ ଗଲେ ପଞ୍ଚଦଶ ଅର୍ଥ ଆଯୋଗ ମାର୍ଚ୍ଚ 18ରେ ଏକ ସମିତିର ଗଠନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.