ETV Bharat / business

ଫେବୃଆରୀରେ ESIC ସ୍କିମ ସହ ଯୋଡି ହେଲେ 11.56 ଲକ୍ଷ

author img

By

Published : Apr 24, 2020, 5:14 PM IST

2018-19 ମଧ୍ୟରେ ଇଏସଆଇସିରେ 1.49 କୋଟି ନୂଆ ସଦସ୍ୟ ଯୋଡି ହୋଇଛନ୍ତି । 2017 ସେପ୍ଟେମ୍ବରରୁ 2020 ଫେବୃଆରୀ ପର୍ଯ୍ୟନ୍ତ, ପ୍ରାୟ 3.75 କୋଟି ନୂତନ ଲୋକ ESICର ସଦସ୍ୟ ହୋଇଥିଲେ । 2018 ଏପ୍ରିଲ ଠାରୁ NSO ଏଭଳି ରିପୋର୍ଟ ପ୍ରକାଶ କରୁଛି ।

11.56 lakh new members join ESIC scheme in February
ଫେବୃଆରୀରେ ESIC ସ୍କିମ ସହ ଯୋଡି ହେଲେ 11.56 ଲକ୍ଷ

ନୂଆଦିଲ୍ଲୀ: ଫେବୃଆରୀ ମାସରେ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ର ସାମାଜିକ ସୁରକ୍ଷା ଯୋଜନାରେ 11.56 ଲକ୍ଷ ନୂତନ ସଦସ୍ୟ ଯୋଡି ହୋଇଛନ୍ତି । ଏହା ପୂର୍ବରୁ ଜାନୁଆରୀରେ ESICରେ 12.19 ଲକ୍ଷ ନୂତନ ପଞ୍ଜିକରଣ ହୋଇଥିଲା । ଶୁକ୍ରବାର ଏ ନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ମୁତାବକ, 2018-19 ମଧ୍ୟରେ ଇଏସଆଇସିରେ 1.49 କୋଟି ନୂଆ ସଦସ୍ୟ ଯୋଡି ହୋଇଛନ୍ତି । 2017 ସେପ୍ଟେମ୍ବରରୁ 2020 ଫେବୃଆରୀ ପର୍ଯ୍ୟନ୍ତ, ପ୍ରାୟ 3.75 କୋଟି ନୂତନ ଲୋକ ESICର ସଦସ୍ୟ ହୋଇଥିଲେ । 2018 ଏପ୍ରିଲ ଠାରୁ NSO ଏଭଳି ରିପୋର୍ଟ ପ୍ରକାଶ କରୁଛି । ଏଥିପାଇଁ 2017 ସେପ୍ଟେମ୍ବର ପରେ ହିସାବ ନିଆଯାଏ ।

ESIC, କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ), ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA)ର ବିଭିନ୍ନ ଯୋଜନାରେ ଯୋଗ ଦେଇଥିବା ନୂତନ ସଦସ୍ୟଙ୍କ ତଥ୍ୟ ଉପରେ NSICର ରିପୋର୍ଟ ନିର୍ଭର କରିଥାଏ ।

ଫେବୃଆରୀରେ EPFO​​ରେ 10.34 ନୂତନ ସଦସ୍ୟ ଯୋଡି ହୋଇଥିଲେ । ଯାହା ଜାନୁଆରୀରେ 10.71 ଲକ୍ଷ ଥିଲା । 2017 ସେପ୍ଟେମ୍ବର ରୁ 2020 ଫେବୃଆରୀ ମଧ୍ୟରେ EPFO ସହ ଯୋଡି ହୋଇଥିବା ନୂତନ ସଦସ୍ୟଙ୍କ ସଂଖ୍ୟା ପ୍ରାୟ 3.29 କୋଟି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.