ETV Bharat / business

ବଜେଟ୍‌ 2021: ସଡକ ପରିବହନ ପାଇଁ 1.18 ଲକ୍ଷ କୋଟି ବ୍ୟୟବରାଦ

author img

By

Published : Feb 1, 2021, 12:09 PM IST

ପରିବହନ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ସରକାର । ସଡକ ପରିବହନ ପାଇଁ 1.18 ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।

ବଜେଟ୍‌ 2021
ବଜେଟ୍‌ 2021

ନୂଆଦିଲ୍ଲୀ: କୋରୋନା ପରେ ରୋଜଗାର ବଢାଇବା ସହ ଅର୍ଥନୀତିକୁ ବୁଷ୍ଟ ଦେବାକୁ ପରିବହନ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ସରକାର । ଏନେଇ ସଡକ ପରିବହନ ପାଇଁ 1.18 ଲକ୍ଷ କୋଟି ବ୍ୟୟବରାଦ କରାଯାଇଛି ।

ସେହିପରି 35 ହଜାର କିମିର ଜାତୀୟ ରାଜପଥ ନିର୍ମାଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ପଶ୍ଚିମବଙ୍ଗରେ 625 କିମିର ଜାତୀୟ ରାଜପଥ ନିର୍ମାଣ ହେବ । ଏଥିପାଇଁ 25 ହଜାର କୋଟି ଆବଣ୍ଟନ କରାଯାଇଛି । ଏହାସହ ଦେଶରେ ନୂଆ ଇକୋନୋମିକ କରିଡର ହେବ ।

ସେପଟେ ତାମିଲନାଡୁରେ ନ୍ୟାସନାଲ ହାଇୱେ ପ୍ରୋଜେକ୍ଟ ପାଇଁ 1.03 ଲକ୍ଷ କୋଟି ଓ କେରଳରେ ନ୍ୟାସନାଲ ହାଇୱେ ପାଇଁ 65 ହଜାର କୋଟି ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.