ETV Bharat / briefs

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଜିରାଫ୍, ଆନାକୋଣ୍ଡା ଓ ଓରାଙ୍ଗଉଟାନ୍

ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପୁଣି ଥରେ ଏଠାକୁ ନୂଆ ଅତିଥିଙ୍କ ଆଗମନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 30, 2019, 5:45 PM IST

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ନନ୍ଦନକାନନକୁ ଆସିବେ 2 ନୂଆ ଅତିଥି । ଦିନକୁ ଦିନକୁ ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଉଟାନ 'ଵିନି'ର ବୁଧବାର ମୃତ୍ୟୁ ଘଟିଛି । ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତାକୁ ବଢାଇ ଦେଇଛି ।

ଏବେ ପୁଣି ଥରେ ନନ୍ଦନକାନନକୁ 2 ନୂଆ ଅତିଥି ଆସିବା ନେଇ ସୂଚନା ମିଳିଛି । ଓରାଙ୍ଗଉଟାନ୍ ଛଡା ଜିରାଫ ଓ ଆନାକୋଣ୍ଡା ଆସିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପ୍ରଧାନ ବନ ସଂରକ୍ଷକ ଶଶୀ ପଲ୍ । ମହୀଶୂର ବନ୍ୟପ୍ରାଣୀ ଉଦ୍ୟାନରୁ ପୁରୁଷ ଜିରାଫ୍ ଆସିବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ପର୍ଯ୍ୟଟକ ଆକର୍ଷଣ ପାଇଁ ଆନାକୋଣ୍ଡା ଆଣିବାର ଯୋଜନା ମଧ୍ୟ ରହିଛି । ତେବେ ନନ୍ଦନକାନନରେ ଏକମାତ୍ର ଜିରାଫ ରହିଥିବାବେଳେ ଆଉ ଏକ ଜିରାଫକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଆସନ୍ତା 3 ମାସ ମଧ୍ୟରେ ଜିରାଫକୁ ନନ୍ଦନକାନନକୁ ଆଣିବାର ଲକ୍ଷ୍ୟ ରହିଛି । ସେହିପରି ନନ୍ଦନକାନନକୁ ଆନାକୋଣ୍ଡା ଆଣିବାକୁ ନନ୍ଦନକାନନର କର୍ତ୍ତୃପକ୍ଷ ସେଣ୍ଟ୍ରାଲ ଜୁ ଅଥୋରିଟି ଗ୍ରୀନ୍ ସିଗନାଲ ଦେଇଛନ୍ତି । ଆନାକୋଣ୍ଡାର ଆଗମନକୁ ନେଇ ପର୍ଯ୍ୟଟକ ବେଶ ଉତ୍ସାହିତ ଥିବାବେଳେ ମାଡ୍ରାସର କ୍ରୋକୋଡାଇଲ ବ୍ୟାଙ୍କ ସହ ମଧ୍ୟ ଏସମ୍ପର୍କରେ ଆଲୋଚନା କରାଯାଇଛି ।

ଅସୁସ୍ଥତା କାରଣରୁ ବୁଧବାର ରାତିରେ ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଓରାଙ୍ଗଉଟାନ୍ କେବଳ ନନ୍ଦନକାନନ ନୁହେଁ ସାରା ଭାରତ ଦେଶରେ ବିରଳ ଥିଲା । ପୁଣେ ପ୍ରାଣୀ ଉଦ୍ୟାନରୁ ୨୦୦୩ ମସିହାରେ ଏହି ଓରାଙ୍ଗଓଟାନକୁ ନନ୍ଦନକାନନ ଅଣାଯାଇଥିଲା । ଏହି ପ୍ରଜାତିର ଆଉ ୨ଟି ଓରାଙ୍ଗଉଟାନ୍ ଆଣିବାକୁ ଆଲୋଚନା ହୋଇଛି । ସିଙ୍ଗାପୁରରୁ ଆସିବ ଆଉ 2ଟି ନୂଆ ଓରାଙ୍ଗଉଟାନ୍ । ମୁକ୍ତ ଆକାଶରେ ରହୁଥିବା ଓରାଙ୍ଗଉଟାନକୁ ଦେଖିବା ପାଇଁ ପୁଣି ଥରେ ନନ୍ଦନକାନନ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣସ୍ଥଳୀ ପାଲଟିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ଖୁବ ଶୀଘ୍ର ନନ୍ଦନକାନନରେ ଦେଖିବାକୁ ମିଳିବ ଆନାକୋଣ୍ଡା ଓ ଜିିରାଫ୍।

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର। ଖୁବ ଶୀଘ୍ର ନନ୍ଦନକାନନ କୁ ଆସି ବ ଦୁଇଟି ନୁଆ ଅତିଥି। ନନ୍ଦନକାନନ ରେ ବନ୍ୟପ୍ରାଣୀ ଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଦିନ କୁ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ବନ୍ୟଜନ୍ତୁ ଙ୍କ ହ୍ରାସ ହେଉଥିବା ବେଳେ ଭାରତର ବିରଳ ପ୍ରଜାତିର ଏକମାତ୍ର ଓରାଙ୍ଗ ଉଟାନ୍ ର ' ଵିନି' ର ମୃତ୍ୟୁ ଘଟିଛି। ତେବେ ଓରାଙ୍ଗ ଉଟାନ୍ ଛଡା ଜିରଫ ଓ ଅନାକୋଣ୍ଡା ଆସିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ ସଂରକ୍ଷକ ( ବନ୍ ପ୍ରାଣୀ)  ଶଶୀ ପଲ୍ ।

ନନ୍ଦନକାନନ କୁ ଆସିବ ପୁରୁଷ ଜିରାଫ। ମହିଶୂର ବନ୍ୟପ୍ରାଣୀ ଉଦ୍ୟାନ ରୁ ଆସିବାର ଲକ୍ଷ ରଖାଯାଇଛି। ନନ୍ଦନକାନନ ରେ ଏକ ମାତ୍ର ଯିରାଫ୍ ରହିଥିବା ବେଳେ ଅନ୍ୟ ଏକ ଜୀରାଫ କୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇବେ । ଆସନ୍ତା ୩ମାସ ଭିତରେ ନନ୍ଦନକାନନ କୁ ଆସିବାର ଲକ୍ଷ ରଖାଯାଇଛି। ଅନକୋଣ୍ଡା କୁ ନନ୍ଦନକାନନର କର୍ତ୍ତୃପକ୍ଷ ସେଣ୍ଟ୍ରାଲ ଜୁ ଅର୍ଥରିଟି ଏହାକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି। ନନ୍ଦନକାନନ ରେ ଆନାକୋଣ୍ଡା ରହିବାର ସୁବିଧା ସୁଯୋଗ ରହିଥିବା ବେଳେ ପର୍ଯ୍ୟଟକ ଏହାକୁ ନେଇ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଲୋକମାନଙ୍କ ଭିତରେ ସଚେତନତା କରିବା ପାଇଁ ସେଣ୍ଟ୍ରାଲ ଜୁ ଅର୍ଥରିଟି ଏହାକୁ ଗ୍ରୀନ ଶିଗନାଲ୍ ଦେଇଛନ୍ତି। ଏହା ସହ ମାଡ୍ରାସ ର କୋକୋଡାଇଲି ବ୍ୟାଙ୍କ୍ ସହ ମଧ୍ୟ ଆଲୋଚନା କରାଯାଇଛି । ଖୁବ ଶୀଘ୍ର ମଧ୍ୟ ନନ୍ଦନକାନନ ଙ୍କୁ ଅାନାକୋଣ୍ଡା ଆସିବ ବୋଲି ସୂଚନା ଦେଇଛନ୍ତି ତିରିକ୍ତ ପ୍ରଧାନ ମୁଖ୍ୟ ବନ୍ ସଂରକ୍ଷକ(ବନ୍ ପ୍ରାଣୀ) ଶଶୀ ପଲ୍ ।
ଏହା ସହ ବୁଧବାର ମଧ୍ୟ ରାତିରେ ମୃତ୍ୟୁ ବରଣ କରିଥିବା ଓରାଙ୍ଗ ଉଟାନ୍ ନନ୍ଦନକାନନ ନୁହେଁ ସାରା ଭାରତ ଦେଶରେ କୌଣସି ବନ୍ୟ ସଂରକ୍ଷଣ ଉଦ୍ୟାନ ରେ ବିରଳ ଥିଲା। ଏହି ପ୍ରଜାତିର ଆଉ ୨ ଟି ଓରାଙ୍ଗ ଉଟାନ୍ ଆଣିବାକୁ ଆଲୋଚନା ହୋଇଛି। ସିଙ୍ଗାପୁର ରୁ ଆସିବ ନୁଆ ଦୁଇଟି ଓରାଙ୍ଗ ଉଟାନ୍ । ମୁକ୍ତ ଆକାଶ ରେ ରହୁଥିବା ଓରାଙ୍ଗ ଉଟାନ୍ ଦେଖିବା ଲାଗି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲ ଟିବ। 

Byte- ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ ସଂରକ୍ଷକ ( ବନ୍ ପ୍ରାଣୀ)  ଶଶୀ ପଲ୍ ।
Byte send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.