ETV Bharat / briefs

ହଟିଲା ପ୍ରତିବନ୍ଧକ, ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତ ଯୋଗୀ

ସରିଛି ପ୍ରତିବନ୍ଧକର ଅବଧି ସୀମା। ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କ୍ରମରେ ଶୁକ୍ରବାର ସେ ସମ୍ଭଲ, ଫିରୋଜାବାଦ, ଇଟାୱା ଏବଂ ମିଶ୍ରିଖ ନିର୍ବାଚନୀ କ୍ଷେତ୍ରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ।

ଫଟୋ ସୌଜନ୍ୟ: ପ୍ରତିକାତ୍ମକ ଫଟୋ
author img

By

Published : Apr 19, 2019, 11:56 AM IST

Updated : Apr 19, 2019, 2:19 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ଲାଗିଥିବା ପ୍ରତିବନ୍ଧକର ସମୟସାମୀ ଶେଷ ହୋଇଛି। ପ୍ରତିବନ୍ଧକ ହଟିବା ପରେ ପୁଣି ଥରେ ଜୋରଦାର ପ୍ରଚାର ଅଭିଯାନ ପାଇଁ ମୈଦାନକୁ ଓହ୍ଲାଇବେ ଯୋଗୀ । ଏହି କ୍ରମରେ ଶୁକ୍ରବାର ସେ ସମ୍ଭଲ, ଫିରୋଜାବାଦ, ଇଟାୱା ଏବଂ ମିଶ୍ରିଖ ନିର୍ବାଚନୀ କ୍ଷେତ୍ରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ।

ସକାଳ 11.30ରେ ସମ୍ଭଲର ଅସମୌଲୀରେ ଦଳୀୟ ପ୍ରାର୍ଥୀ ପରମେଶ୍ବର ଲାଲ ସୌନୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ। ଏହା ପରେ ସେ ଅପରାହ୍ନ 1ଟାରେ ଫିରୋଜବାଦରେ ପ୍ରାର୍ଥୀ ଡ. ଚନ୍ଦ୍ରସେନ ଜାଦୌନ ଏବଂ ଅପରାହ୍ନ 2ଟାରେ ଇଟାୱାରେ ରାମଶଙ୍କର କଠେରିୟା ଓ 3ଟା ବେଳେ ହରଦୋୟୀର ମିଶ୍ରିଖରେ ଅଶୋକ ରାୱତଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ।

ସୂଚନାଯୋଗ୍ୟ, ନିର୍ବାଚନୀ ପ୍ରଚାର ବେଳେ ଯୋଗୀ ଆଦିତ୍ୟନାଥ ବିବାଦୀୟ ବୟାନ ଦେଇଥିଲେ। ଯେଉଁ ବୟାନ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିଲା। ଫଳରେ ନିର୍ବାଚନ କମିଶନ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ନିର୍ବାଚନୀ ପ୍ରଚାର ଉପରେ ୩ଦିନ(72ଘଣ୍ଟା) ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ଯାହାର ଅବଧି ଆଜି(ଶୁକ୍ରବାର) ସକାଳ ୬ଟାରେ ଶେଷ ହୋଇଛି।

Intro:Body:

dhrd

Conclusion:
Last Updated : Apr 19, 2019, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.