ହାଇଦ୍ରାବାଦ: ସାପ, ନାଁ ଶୁଣୁଶୁଣୁ ମନ ଭିତରକୁ ଆପେ ଆପେ ଭୟ ଚାଲି ଆସୁଛି । କଥାରେ ଅଛି ସମସ୍ତଙ୍କ ସହ ବିଶ୍ବାସ କରିବ ହେଲେ ସାପକୁ ନୁହେଁ । ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ଏକ ବିଷାକ୍ତ ନାଗ ସାପକୁ ଗୁହପାଳିତ ପଶୁ ଭଳି ପାଳିବା ସହ ତାକୁ ଗାଧୋଇ ଦେଉଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।
ନାଗ ସାପକୁ ଗାଧାଉଛନ୍ତି ମହିଳା:
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭି଼ଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ଏକ ବିଷାକ୍ତ ନାଗ ସାପକୁ ହାତରେ ଧରିଛନ୍ତି । କେବଳ ସେତିକି ନୁହେଁ ଗୃହପାଳିତ ପଶୁ ଭଳି ପାଖରେ ଥିବା ଏକ ପାଣି ପାତ୍ରରେ ସାପକୁ ବୁଡ଼ାଇ ଗାଧୋଇ ଦେଉଛନ୍ତି । ନିଜ ଛୁଆକୁ ଗାଧୋଇବା ଭଳି ସାପକୁ ସଫା କରି ଗାଧୋଉଛନ୍ତି । ଏତିକି ବେଳେ ସାପଟି ପାଣିପୂର୍ଣ୍ଣ ପାତ୍ରରୁ ବାହାରି ବାହାରକୁ ଯିବାକୁ ଚେଷ୍ଟା କରୁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମହିଳା ଜଣଙ୍କ ଆଦୌ ଭୟଭିତ ନ ହୋଇ ସାଧାରଣ ମଣିଷଙ୍କ ଭଳି ସାପ ପାଖରେ ଅଛନ୍ତି ।
କମେଣ୍ଟ ଦେଉଛନ୍ତି ୟୁଜର୍ସ:
ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ, ନାଗ ସାପର ବିଷ ଏତେ ବିଷାକ୍ତ ଯେ, ଏହାର ଗୋଟିଏ ବୁନ୍ଦା ଅନେକ ଲୋକଙ୍କ ଜୀବନ ନେଇପାରେ । ଏଭଳି ଭିଡ଼ିଓ ଦେଖିବା ପରେ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଏଭଳି ଏକ ବିପଜ୍ଜନକ କାର୍ଯ୍ୟ କରିବା ଉଚିତ ନୁହେଁ । ଏଭଳି ହୋଇଥାଇପାରେ ଯେ, ମହିଳା ଜଣଙ୍କ ସାପର ବିଷ ଦାନ୍ତକୁ ବାହାର କରିଦେଇଥିବେ । ଯଦି ବି ମହିଳା ସାପର ଦାନ୍ତ ବାହାର କରିଦେଇଛନ୍ତି ତଥାପି ନିଜ ସୁରକ୍ଷାକୁ ନେଇ ସତର୍କ ରହିବା ଉଚିତ । ଏହି ଭାଇରାଲ୍ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @si_kirtan ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲକ୍ଷଲକ୍ଷ ଲୋକ ଦେଖି ସାରିଲେଣି । ଅନେକ ଲୋକ ଭିଡ଼ିଓକୁ ପସନ୍ଦ କରିଥିବା ବଳେ ଅନେକ ଏହାକୁ ସେୟାର କରିଛନ୍ତି । ତେବେ ଏହି ଭିଡ଼ିଓରେ ୟୁଜର୍ସମାନେ କେମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ଭାଇ ତାଙ୍କୁ ଡର ଲାଗୁନି କି ।" ସେହିପରି ଆଉ ଜଣେ ଲେଖିଛନ୍ତି, "ସାପ ସହ ଏଭଳି କରନ୍ତୁ ନାହିଁ, ତାକୁ ଜଙ୍ଗଲରେ ଛାଡ଼ିଦିଅନ୍ତୁ ।" ଆଉ ଜଣେ ଲେଖିଛନ୍ତି, "ହରହର ମହାଦେବ ।" ଅନ୍ୟପକ୍ଷେ କିଛି ଲୋକ ମହିଳାଙ୍କ ସାହସକୁ ପ୍ରଶଂସା କରିଛନ୍ତି ।