ETV Bharat / state

RDC ନୁହେଁ ବିଚାର ବିଭାଗୀୟ ତଦନ୍ତ ହେଉ: ପୂର୍ବତନ କେନ୍ଦ୍ରମନ୍ତ୍ରୀ - KANDHAMAL AMBA TAKUA

ଆମ୍ୱ ଟାକୁଆ ଖାଇ ଅସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ଏହି ଘଟଣାରେ ସେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

KANDHAMAL MANGO SEED TRAGEDY
KANDHAMAL MANGO SEED TRAGEDY (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 10:45 PM IST

ବ୍ରହ୍ମପୁର: ଆମ୍ୱ ଟାକୁଆ ଖାଇ କନ୍ଧମାଳ ଜିଲ୍ଲାର ଗଜାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ୮ ଜଣ ଅସୁସ୍ଥ ହେବା ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣା । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ତାଙ୍କ ସହ ମାନବାଧିକାର ସଦସ୍ୟ ମନୋଜ ଜେନା ମଧ୍ୟ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାକୁ ଅନୁଧ୍ୟାନ କରିଛନ୍ତି । ସେପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।

ବିଚାର ବିଭାଗୀୟ ତଦନ୍ତ ଦାବି:

KANDHAMAL MANGO SEED TRAGEDY (ETV Bharat Odisha)

ସେ କହିଛନ୍ତି,"ଆମ୍ୱ ଟାକୁଆ ଖାଇଥିବା ପରିବାର ବର୍ଗଙ୍କୁ ଗତ ଜୁଲାଇ ମାସରେ ଚାଉଳ ଯୋଗାଇ ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଚାଉଳ ନପାଇବା ଯୋଗୁଁ ସେମାନେ ବାଧ୍ୟ ହୋଇ ନିଜ ଘରେ ରଖିଥିବା ଆମ୍ୱ ଟାକୁଆକୁ ଖାଇଛନ୍ତି । ଆଦିବାସୀ ଅଞ୍ଚଳରେ ଯେଉଁ ଚାଉଳ ଯୋଗାଇ ଦିଆଯାଏ, ତାହା କେବଳ ଜଣଙ୍କ ପିଛା ମାତ୍ର ୧୫ ଦିନ ଚଳିବା ହୋଇଥାଏ । ଅନ୍ୟ ଦିନରେ ଅତ୍ୟନ୍ତ କଷ୍ଟକର ଜୀବନ ବିତାଉଛନ୍ତି । ପୂର୍ବରୁ ଓଡ଼ିଶାର ଯେଉଁ ଅପବାଦ ରହିଥିଲା ତାହାର ପୁନରାବୃତ୍ତି ଘଟଛି । ଯେଉଁମାନେ କହିଛନ୍ତି ସେମାନେ ଅଭ୍ୟାସ ଗତ ଭାବରେ ଖାଇଥାନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ । ତେଣୁ ଘଟଣାର ଆର୍.ଡି.ସି ନୁହେଁ ବିଚାର ବିଭାଗୀୟ ତଦନ୍ତ ହେଉ ।"

ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ:

ଆମ୍ୱ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜ କରାଯାଇଥିବା କହିଛନ୍ତି ବ୍ରହ୍ମପୁରକୁ ଆସିଥିବା ଏନ୍.ଏଚ୍.ଆର୍.ସିର ସଦସ୍ୟ ମନୋଜ ଜେନା । ଘଟଣାରେ ରୁନି ମାଝୀ ଓ ରମିତା ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁ ଚାଉଳ ଯୋଗାଇବା କଥା ତାହା ଯୋଗାଇ ଦିଆଯାଇନଥିବା ଯୋଗୁଁ ଆଦିବାସୀ ପରିବାରର ସଦସ୍ୟମାନେ ଆମ୍ୱ ଟାକୁଆ ଖାଇଥିବା ସେ କହିଛନ୍ତି । ତେବେ ଦାୟିତ୍ୱରେ ଅବହେଳା କରିଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍.ଏଚ୍.ଆର୍.ସିରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଏକ ଟିମ୍ ଗ୍ରାମକୁ ଯିବା ପାଇଁ ଅବଗତ କରାଯାଇଥିବା କହିଛନ୍ତି ମନୋଜ ।

ଏହା ମଧ୍ୟ ପଢନ୍ତୁ ... ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ ...ଆମ୍ବ ଟାକୁଆ ଟ୍ରାଜେଡି; ଯୋଗାଣ ମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେଡି, ଜବାବ ରଖିଲା ବିଜେପି

ଏହା ମଧ୍ୟ ପଢନ୍ତୁ ... ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

'ଘରେ ଚାଉଳ କମ୍ ରହିଥିଲେ ହିଁ ଆମ୍ୱ ଟାକୁଆ ଜାଉ କରାଯାଏ':

ମାଣ୍ଡିପଙ୍କା ଗ୍ରାମର ଆଶାକର୍ମୀ ସୁଜାନ୍ତି ବେହେରା ପାତ୍ର କହିଛନ୍ତି," ଆଦିବାସୀ ଅଞ୍ଚଳରେ ଘରେ ଯଦି ଚାଉଳ କମ୍ ରହିଥିଲେ ହିଁ ସେଥିରେ ଆମ୍ୱ ଟାକୁଆକୁ ଘରେ ରଖାଯାଇଥିବା ସ୍ଥାନରୁ ବାହାର କରି ଜାଉ ପ୍ରସ୍ତୁତ କରି ଖାଇଥାନ୍ତି । ଆମ୍ୱ ଦିନରେ ସଂଗ୍ରହ କରି ରଖାଯାଉଥିବା ଆମ୍ୱ ଟାକୁଆକୁ ରୋଷେଇ ଘର ଭାଡିରେ ବର୍ଷ ବର୍ଷ ଧରି ସଂରକ୍ଷିତ କରି ରଖାଯାଏ । ଚାଉଳ ଅଭାବ ହେଉ ବା ଶୀତ ଦିନରେ ବାହାର କରି ସେଥିରେ ଚାଉଳକୁ ମିଶାଯାଇ ରୋଷେଇ କରାଯାଏ । ତାହାକୁ ସମସ୍ତେ ଖାଆନ୍ତି । ମୁଖ୍ୟତଃ ଶୀତ ଦିନରେ ଅଧିକ ଖାଦ୍ୟର ଆବଶ୍ୟକ ହେଉଥିବା ଯୋଗୁଁ ଏହି ଦିନରେ ଅଧିକ ମାତ୍ରାରେ ତାହାକୁ ବ୍ୟବହାର କରାଯାଏ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.