ନୂଆଦିଲ୍ଲୀ: ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ । ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ଅବସରରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ଜିଲ୍ଲା ସ୍ତର ପର୍ଯ୍ୟନ୍ତ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ କେନ୍ଦ୍ର ଆଗକୁ ଆସିଛି । ଏଥିସହ ଲୋକଙ୍କୁ ଏନେଇ ଆଗକୁ ଆସି ସାହାଯ୍ୟ ମାଗିବା ଆବଶ୍ୟକ ବୋଲି ସେ ଅନୁରୋଧ କରିଛନ୍ତି ।
ତେବେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସରେ ଆସନ୍ତୁ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିବା ଏବଂ ମାନସିକ ରୋଗ ସହ ଜଡିତ କଳଙ୍କ ଦୂର କରିବାରେ ସାହାଯ୍ୟ କରିବା ବୋଲି ସେ କହିଛନ୍ତି । ମୋଦି ସରକାର ଜିଲ୍ଲା ସ୍ତରରୁ ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସୁବିଧା କରୁଛନ୍ତି । ଏଣୁ ଦେଶବାସୀଙ୍କୁ ଅନୁରୋଧ କରୁଛି ଏନେଇ ଆଗକୁ ଆସି ସାହାଯ୍ୟ ନିଅନ୍ତୁ ।