ETV Bharat / briefs

ବିଶ୍ବକପ: ଆଫଗାନିସ୍ତାନର 'କର ବା ମର' ପରିସ୍ଥିତି

ବିଶ୍ବକପର 24ତମ ମୁକାବିଲା ଆଜି ମାଞ୍ଚେଷ୍ଟରରେ ଖେଳାଯିବ । ଆଫଗାନିସ୍ତାନ ବନାମ ଇଂଲଣ୍ଡ । ଆଫଗାନିସ୍ତାନ ଦଳ ଏହି ମ୍ୟାଚରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ବିପକ୍ଷ ଇଂଲଣ୍ଡର ସ୍ଥିତି ମଜବୁତ ରହିଛି ।

author img

By

Published : Jun 18, 2019, 12:48 PM IST

ଡିଜାଇନ ଫଟୋ

ମାଞ୍ଚେଷ୍ଟର: ବିଶ୍ବକପର 24ତମ ମୁକାବିଲା ଆଜି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଖେଳାଯିବ । ଏହି ଗ୍ରାଉଣ୍ଡରେ ଆଫଗାନିସ୍ତାନ - ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଆୟେଜକ ଟିମ ଇଂଲଣ୍ଡ ଫର୍ମରେ ଥିବା ବେଳେ ବିପକ୍ଷ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଏଯାଏଁ କୌଣସି ବିଜୟ ହାସଲ କରି ନାହିଁ ।

world cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ACBofficials

ତେଣୁ ଆଫଗାନିସ୍ତାନ ଦଳ ଏହି ମ୍ୟାଚରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଏହି ଟିମ୍‌ କ୍ରିକେଟ ମହାକୁମ୍ଭରେ ଏବେ ସୁଦ୍ଧା ଦ.ଆଫ୍ରିକା, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଠାରୁ ହାରି ସାରିଛି ।
ତଥାପି ଶ୍ରୀଲଙ୍କା ମ୍ୟାଚରେ ଆଫଗାନ୍‌ ଦଳ ପ୍ରଭାବି ପ୍ରଦର୍ଶନ କରିଥିଲା । ତେବେ ଟିମ ପାଇଁ ଚିନ୍ତାର ବିଷୟ ହେଲା ବ୍ୟାଟିଂ ଲାଇନ । କାରଣ ବିଶ୍ବକପରେ ଆଫଗାନ୍‌ ଟିମ ଏଯାଏଁ କୌଣସି ମ୍ୟାଚରେ 40 ଓଭର ଯାଏଁ ପିଚ୍‌ରେ ତିଷ୍ଠି ପାରି ନାହିଁ ।

ଏପଟେ ଇଂଲଣ୍ଡ ଦଳର 2 ଖେଳାଳି ଆହତ ହୋଇଛନ୍ତି । ଯାହାକୁ ନେଇ ଦଳ ଚିନ୍ତାରେ । ଆହତ ଜେସନ ରୟ ଓ ଇଅନ ମୋର୍ଗନ ଇଣ୍ଡିଜ ବିପକ୍ଷରେ ଖେଳିବା ବେଳେ ଆହତ ହୋଇଛନ୍ତି । ତେଣୁ ଜେସନ ରୟଙ୍କ ସ୍ଥାନରେ ଜେମ୍ସ ଭିନ୍ସ ଆଜିର ମ୍ୟାଚରେ ଖେଳି ପାରନ୍ତି । ସେହିପରି ଅଧିନାୟକ ମୋର୍ଗନ ଯଦି ଏହି ମ୍ୟାଚରେ ଖେଳିବେ ନାହିଁ ,ତେବେ ଟିମ୍‌ର ନେତୃତ୍ବ ଉପ-ଅଧିନାୟକ ଜସ ବଟଲର ନେଇ ପାରନ୍ତି । ତଥାପି ଆଫଗାନ ଟିମକୁ ହାଲୁକାରେ ନେବ ନାହିଁ ଇଂଲଣ୍ଡ ଦଳ । କାରଣ ଇଂଲଣ୍ଡର ଦୁର୍ବଳତା ସ୍ପିନ ରହିଥିବା ବେଳେ ଆଫଗାନ ଟିମରେ ରଶିଦ ଖାନ, ମହମ୍ମଦ ନବି ଓ ମୁଜିବ ଉର ଭଳି ସ୍ପିନର ଅଛନ୍ତି ।

ଆଫଗାନିସ୍ତାନ ସାମ୍ଭବ୍ୟ ଦଳ: ଇକ୍ରାମ ଅଲି ଖିଲ(ୱିକେଟକିପର), ହଜରାତୁଲ୍ଲା ଜାଜାଇ, ରାହମତ ସାହା, ହସମୁତୁଲଲ୍ଲା ସାହିଦି, ମହମ୍ମଦ ନବୀ, ଗୁଲବାଦିନ ନୈବ(କ୍ୟାପଟେନ), ନଜିବୁଲ୍ଲା ଜର୍ଡନ, ରସିଦ ଖାନ, ଦୱଲାତ ଜର୍ଡାନ, ମୁଜିବ ଅର ରେହମାନ, ହିମିଦ ହସନ

ଇଂଲଣ୍ଡ ସାମ୍ଭବ୍ୟ ଦଳ: ଇଆନ ମୋର୍ଗାନ(କ୍ୟାପଟେନ), ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜନ୍ନି ବେଷ୍ଟୋ(ୱିକେଟ କିପର), ଜସ ବଟଲର, ସାମ କର, ଲିଆନ ଡାସନ, ଲିଆମ ପ୍ଲଙ୍କେଟ, ଆଦିଲ ରସିଦ, ଜୋ ରୁଟ, ବେନ ଷ୍ଟୋକ୍ସ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.