ETV Bharat / briefs

ଦିଦିଙ୍କ ଚାଲ୍, ନିଜେ କହିଲେନି ଲୋକଙ୍କୁ କୁହାଇଲେ - mamata banerjee

ଆଜି ଡାଇମଣ୍ଡ ହର୍ବରରେ ଏକ ନିର୍ବାଚନ ରାଲିରେ ମୋଦିଙ୍କୁ ଆଟାକ କରି ଗର୍ଜିଛନ୍ତି ଦିଦି । ଆଉ ପରୋକ୍ଷ ଭାବେ ଚୌକିଦାର ଚୋର ହେ କମେଣ୍ଟକୁ ସମର୍ଥନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 17, 2019, 7:45 AM IST

କୋଲକାତା: ନିର୍ବାଚନୀ ପ୍ରଚାର ବନ୍ଦ ନେଇ ଇସିଙ୍କ ନିଷ୍ପତ୍ତି ପରେ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମମତା । ଆଜି ଏକ ନିର୍ବାଚନ ରାଲିରେ ମୋଦିଙ୍କୁ ଆଟାକ କରି ଗର୍ଜିଛନ୍ତି ଦିଦି । ଆଉ ପରୋକ୍ଷ ଭାବେ ଚୌକିଦାର ଚୋର ହେ କମେଣ୍ଟକୁ ସମର୍ଥନ ଦେଇଛନ୍ତି ।

ପୁଣିଥରେ ଶୁଭିଲା ଚୌକିଦାର ଚୋର ହେ କମେଣ୍ଟ । ଏଥର କଂଗ୍ରେସ ନୁହେଁ, ନାରା ଦେଲେ ପଶ୍ଚିମବଙ୍ଗର ଟିଏମସି କର୍ମୀ । ଡାଇମଣ୍ଡ ହର୍ବରରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବା ସମୟରେ ମମତା ନିଜେ ନକହି ଲୋକଙ୍କୁ କୁହାଇଲେ ଚୌକିଦାର ଚୋର ହେ । ନିଜେ କେବଳ ଚୌକିଦାର କହି ବାକି ନାରା ଲୋକଙ୍କୁ ଦେବା ପାଇଁ ସେ କହିଥିଲେ ।

ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ 5 ବର୍ଷ ଶାସନରେ ମୋଦି ରାମ ମନ୍ଦିର ନିର୍ମାଣ କରିପାରିଲେନି । ହେଲେ ବିଦ୍ୟାସାଗର ଷ୍ଟାଚ୍ୟୁ ନିର୍ମାଣ କରିବାକୁ ସ୍ବପ୍ନ ଦେଖୁଛନ୍ତି । ବିଜେପିର ଗୁଣ୍ଡା ନେତା ବେଙ୍ଗଲକୁ ଆସି ଆମକୁ କାଙ୍ଗାଳ କହୁଛନ୍ତି । ହେଲେ ଆମେ କାହାରି ପାଖରେ ହାତ ପତାଇବୁ ନାହିଁ କି କାହାର ଦୟାର ପାତ୍ର ନୁହେଁ । ଆମେ କଙ୍ଗାଳ ନୁହେଁ ବୋଲି ମମତା କହିଥିଲେ ।

ଏହାସହ ସେ ନିଜେ ଚୌକିଦାର ନାରା ଦେଇଥିଲେ ଏବଂ ଲୋକଙ୍କୁ ପରବର୍ତ୍ତୀ ନାରା କହିବାକୁ ଅନୁରୋଧ କରିଥିଲେ । ଏହାପରେ ସବୁଆଡେ ଶୁଭିଥିଲା ଚୌକିଦାର ଚୋର ହେ । ଏପରିକି ଲୋକେ ଧିରେ ଧିରେ କହୁଥିବାବେଳେ ସେ ଜୋର କରି ଚିଲ୍ଲାଇବାକୁ ଉପସ୍ଥିତ ଜନତାଙ୍କୁ କହିଥିଲେ ।

ତେବେ ପୂର୍ବରୁ ରାହୁଲ ଗାନ୍ଧୀ ଚୌକିଦାର ଚୋର ଦେ ନାରା ଦେଇଥିବାରୁ ତାଙ୍କୁ ଇସିର ନୋଟିସ ଜାରି ହୋଇଥିଲା । ଏଥିପାଇଁ ରାହୁଲ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଏବେ ପୁଣି ପଶ୍ଚିମବଙ୍ଗରେ ଏହାର ପୁନରାବୃତ୍ତି ହେବା ଦେଖିବାକୁ ମିଳିଛି । ଏହା ଉପରେ ଇସି କିଛି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।

SLUG - AGITATION
FORMAT - AVB
REPORTER — HARIHARA PATNAIK
PLACE - GAJAPATI
DATE - 16.05.2019
ଭିଓ - ଗଜପତି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ରହିଥିବା ପ୍ରତିବାଦରେ ପାରଳାଖେମୁଣ୍ଡିବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇବା ସହ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘୋରାଉ କରିଛନ୍ତି । ଲୋକଙ୍କ ଅଭିଯୋଗ ହେଲା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କ ପାଇଁ ଡାଇଲେସିସ ସେଣ୍ଟର ଖୋଲାଗଲା କିନ୍ତୁ ଦୀର୍ଘ ଦିନ ହେଲା ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ  । ଚିକିତ୍ସାଳୟରେ ଆଲ୍ଟ୍ରାସାଉଣ୍ଡର ମେସିନ ରହିଛି କିନ୍ତୁ ଟେକନିସିଅନ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ  । ଫଳରେ ରୋଗୀ ଘରୋଇ କ୍ଲିନିକ ଉପରେ ନିର୍ଭର କରି ଅଧିକ ଖର୍ଚାନ୍ତ ହେବାକୁ ପଡୁଛି  । ସେହି ଭଲି ଚିକିତ୍ସାଳୟକୁ 24 ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟବିଭାଗ ତରଫରୁ 23 ଲକ୍ଷଟଙ୍କା ବିଦ୍ୟୁତ୍ ବିଭାଗ ନିକଟରେ ଜମା କରାଯାଇଛି କିନ୍ତୁ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି  । ଲେକଙ୍କର ଏହି ସବୁ ଦାବୀକୁ ନେଇ ଏକ ସ୍ମାରକ ପତ୍ର ଜିଲ୍ଲାମୁଖ୍ୟ ଚିକିତ୍ସକଙ୍କୁ ପ୍ରଦାନ କରାଯାଇଛି । 15 ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।................
ବାଇଟ୍ - ପ୍ରଶାନ୍ତ ପ୍ରଧାନ (ପାରଳାଖେମୁଣ୍ଡି ବାସିନ୍ଦା)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.