ETV Bharat / briefs

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆରମ୍ଭ

author img

By

Published : May 17, 2021, 7:13 PM IST

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ରକ୍ତଦାନ ଶିବିର । କୋରୋନା କାଳରେ ରକ୍ତ ସଙ୍କଟ ଏଡାଇବା ମୁଖ୍ୟ ଲକ୍ଷ୍ୟ । ପ୍ରଥମ ଦିନରେ ସଂଗ୍ରହ ହେଲା ୨୨ ୟୁନିଟ୍ ରକ୍ତ । ଅଧିକ ପଢନ୍ତୁ...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ରକ୍ତଦାନ ଶିବିର

ଭୁବନେଶ୍ବର : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ରକ୍ତଦାନ ଶିବିର । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏହି ରକ୍ତଦାନ ଶିବିର ଆରମ୍ଭ ହୋଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସପ୍ତାହେ ବ୍ୟାପୀ ଚାଲିବାକୁ ଥିବା ଏହି ରକ୍ତଦାନ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

କୋରୋନା ସମୟରେ ରାଜ୍ୟରେ ରକ୍ତଭାବ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଜୀବନ ବିନ୍ଦୁ ଏବଂ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବାକୁ ଆଜିଠୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସପ୍ତାହବ୍ୟାପୀ ରକ୍ତଦାନ ଶିବିର । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ମିିକୁ ପ୍ରଧାନଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ପ୍ରଥମ ଦିନରେ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବଡମ୍ବା ବିଧାୟକ ଦେବୀ ମିଶ୍ର, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଓଡ଼ିଶା ମୋ ପରିବାର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଏହି ରକ୍ତଦାନ ଶିବିରକୁ ଆହୁରି ବ୍ୟାପକ କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।
କୋରୋନା ସମୟରେ ରକ୍ତ ଅଭାବ ନ ଦେଖା ଯିବା ପାଇଁ ରକ୍ତଦାନ କାର୍ଯ୍ୟକ୍ରମକୁ ତ୍ଵରାନିତ କରାଯିବ । ଏଥି ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ଉତ୍ସାହିତ ଓ ପ୍ରତିଶ୍ରୁତିବଦ୍ଧ ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ବିଜୟ ବସନ୍ତିଆ, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ରାଜ୍ୟ ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଲେଙ୍କା ସମେତ ଭୁବନେଶ୍ୱର ଜିଲ୍ଲା ଛାତ୍ର ଉପସଭାପତି ସିଦ୍ଧାର୍ଥ ସ୍ୱାଇଁ ଓ ବହୁ ଛାତ୍ରନେତା ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.