ETV Bharat / briefs

ବିଶ୍ବକପ: ଅଷ୍ଟ୍ରେଲିଆର 3ୟ ବିଜୟ, ପାକ୍‌କୁ ଦେଲା ମାତ୍‌

ବିଶ୍ବକପର 17ତମ ମ୍ୟାଚ୍‌ରେ କଙ୍ଗାରୁ ଦଳ ପାକିସ୍ତାନକୁ 41ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ 2ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Jun 13, 2019, 10:55 AM IST

ଟାଉଣ୍ଟନ: କାଉଣ୍ଟି ଗ୍ରାଉଣ୍ଡରେ ବୁଧବାର ଦିନ ଆଇସିସି ବିଶ୍ବକପ୍‌ର 17ତମ ମ୍ୟାଚ୍‌ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ବିଶ୍ବ ଚମ୍ପିଆନ 41 ରନ୍‌ରେ ପାକିସ୍ତାନକୁ ପରାଜୟ କରିଛି ।

won
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@cricketworldcup

ପାକିସ୍ତାନ ଟସ ଜିତି ବିପକ୍ଷ ଦଳକୁ ବ୍ୟାଟିଂର ଆମନ୍ତ୍ରଣ ଦେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରି ପାକକୁ 308ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ନର ସର୍ବାଧିକ 107 ରନ ହାସଲ କରିଥିଲେ ।

run

ଜବାବରେ ପାକିସ୍ତାନ ଲଢୁଆ ବ୍ୟାଟିଂ କରିଥିଲେ ସୁଦ୍ଧା 266ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା । ଏହି ପରାଜୟ ପରେ ପାକିସ୍ତାନ 3ପଏଣ୍ଟ ଫଳରେ ପଏଣ୍ଟ ଟେବୁଲ୍‌ରେ 8ମ ସ୍ଥାନରେ ରହିଛି ।

ସୂଚନାଥାଉକି ପାକିସ୍ତାନ ଏଯାଏଁ ଏହି ଟୁର୍ଣ୍ଣମେଣ୍ଟରେ 3ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି । କଙ୍ଗାରୁ ଦଳ ସହ ଖେଳିବା ପୂର୍ବରୁ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ କରାଯାଇଥିଲା ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.