ETV Bharat / briefs

ବିଶ୍ବକପ: ଆଝାରୁଦ୍ଦିନଙ୍କ ପରେ କୋହଲିଙ୍କ ଅର୍ଦ୍ଧଶତକ ପାଳି - ଅର୍ଦ୍ଧଶତକ

ଚଳିତ ବିଶ୍ବକପରେ ବିରାଟ ବାହିନୀ ପ୍ରତି ମ୍ୟାଚରେ ଅନେକ ରେକର୍ଡ ସୃଷ୍ଟି କରୁଛି । ସେହିପରି ଆଫଗାନ ବିପକ୍ଷରେ ଅର୍ଦ୍ଧଶତକ ପାଳି ଖେଳି 3ଟି ମ୍ୟାଚରେ କ୍ରମାଗତ ଭାବେ ଅର୍ଦ୍ଧଶତକ ପାଳି ଖେଳିଥିବା 2ୟ ଅଧିନାୟକ ହୋଇଯାଇଛନ୍ତି ବିରାଟ କୋହଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 23, 2019, 2:05 PM IST

ହାଇଦ୍ରାବାଦ: କ୍ରିକେଟ ମହାକୁମ୍ଭରେ ଆଫଗାନ ବିପକ୍ଷରେ ମେନ ଇନ୍‌ ବ୍ଲ୍ୟୁର ବିଜୟ । ଫଳରେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ଯାତ୍ରା ବିନା ବାଧାରେ ଆଗେଇ ଚାଲିଛି । ତେବେ ଏଥିମଧ୍ୟରେ ଟିମ୍‌ ଇଣ୍ଡିଆର ଅଧିନାୟକଙ୍କ ବ୍ୟାଟରୁ କ୍ରମାଗତ 3ଟି ମ୍ୟାଚରେ ଅର୍ଦ୍ଧଶତକ ପାଳି ତାଙ୍କ ନାଁରେ ଏକ ବିଶେଷ ରେକର୍ଡ ସୃଷ୍ଟି କରିଛି ।

ସୂଚନାଥାଉକି, ଏହିପରି ଭାରତର ପୂର୍ବ ଅଧିନାୟକ ଆଝାରୁଦ୍ଦିନ 1992 ମସିହା ବିଶ୍ବକପରେ କ୍ରମାଗତ ମ୍ୟାଚରେ ଅର୍ଦ୍ଧଶତକ ପାଳି ଖେଳିଥିଲେ । ତେଣୁ ଏହି ବିଶ୍ବକପରେ ଅଧିନାୟକ ବିରାଟ କୋହଲି କ୍ରମାଗତ ଭାବେ 3ଟି ମ୍ୟାଚରେ ଅର୍ଦ୍ଧଶତକ ପାଳି ଖେଳି ଆଝାରୁଦ୍ଦିନଙ୍କ ସମାନ ରେକର୍ଡ ନିଜ ନାଁରେ କରିଛନ୍ତି । ଫଳରେ ଏପରି ରେକର୍ଡ ସୃଷ୍ଟି କରିବାରେ ଭାରତର 2ୟ ଅଧିନାୟକ ହୋଇ ଯାଇଛନ୍ତି ।

ଚଳିତ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି 82ରନ୍‌ ହାସଲ କରିଥିଲେ । ଏହାପରେ ପାକିସ୍ତାନ ବିପକ୍ଷରେ 77ରନ୍‌ ଓ ଆଫଗାନିସ୍ତାନ ବିପକ୍ଷରେ 67ରନ କରିଛନ୍ତି ଭାରତର ଅଧିନାୟକ ବିରାଟ କୋହଲି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.