ETV Bharat / briefs

ହାତୀ ଆକ୍ରମଣରେ ମହିଳା ମୃତ, ବନ କର୍ମଚାରୀ ଅଟକ - died

ଶୌଚ ପାଇଁ ଯାଇଥିବା ବେଳେ ଗୋଟିଏ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବନ ରେଞ୍ଜର ଓ ସେମାନଙ୍କ କର୍ମଚାରୀଙ୍କ ଗାଡିକୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 18, 2019, 11:20 AM IST

ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ରେଞ୍ଜର ବିନ୍ଧପୁର ଗାଁରେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନାନୁସାରେ ବିନ୍ଧପୁର ଗାଁର ଜଣେ ମହିଳା ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ମାରିଦେଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଳମ୍ବରେ ପହଞ୍ଚିଥିଲା ବନ ବିଭାଗ ଅଧିକାରୀ । ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ ବିଭାଗର ଗାଡିକୁ ଘେରିବା ସହ ବନ ରେଞ୍ଜର ଦୟାନିଧି ସାହୁ ଓ ଅନ୍ୟ କର୍ମଚାରୀଙ୍କୁ ଠେଲାପେଲା କରି ଅଟକ ରଖିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଉକ୍ତ ହାତୀଟି ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ବାରମ୍ବାର ତାଣ୍ଡବ କରୁଥିବା ବେଳେ ଏହାକୁ ଘଉଡାଇବାକୁ ବାରମ୍ବାର ବନବିଭାଗକୁ ଦାବି କରୁଥିଲେ ସ୍ଥାନୀୟଲୋକେ । ମାତ୍ର ବନ ବିଭାଗ ନିଷ୍କ୍ରିୟତା ଲୋକଙ୍କ ଜୀବନ ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅପରପକ୍ଷେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟଲୋକେ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଉତ୍ୟକ୍ତ ଲୋକେ।ଏହା ସହ ଠେଲାପେଲା କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ। ଜଣେ ମହିଳାଙ୍କୁ ହାତୀ ମରିଦେବା ପରେ ବନ ବିଭାଗର କର୍ମଚାରୀ ବିଳମ୍ବ ରେ ଆସିବାରୁ ଉତ୍ୟକ୍ତ ଲୋକେ ଏମିତି କରିଥିବାର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଲ ରେଞ୍ଜ ର ବିନ୍ଧପୁର ଗାଁରେ ଘଟିଛି ଏମିତି ଘଟଣା।Body:ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଲ ରେଞ୍ଜ ର ବିନ୍ଧପୁର ଗାଁର ଜଣେ ମହିଳା ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କୁ ଗୋଟିଏ ବଣୁଆ ହାତୀ ମରିଦେଇଥିଲା।ଏହି ଘଟଣା ନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଲା ପରେ ମଧ୍ୟ ବନ ବିଭାଗର କର୍ମଚରୀ ବିଲମ୍ବରେ ପହଂଚିବାରୁ ଗାଁ ଲୋକେ ବନ ବିଭାଗର ଗାଡିକୁ ଘେରିବା ସହ ବନ ବିଭାଗର ରେଞ୍ଜର ଦୟାନିଧି ସାହୁ ଓ ଅନ୍ୟ କର୍ମଚାରୀ ଙ୍କୁଠେଲାପେଲା କରିବା ସହ ଅଟକ ରଖିଥିବାର ଅଭିଯୋଗ ହୋଇଛି। ଏହି ହାତୀଟି ବାରମ୍ବାର ଏହି ଅଞ୍ଚଳରେ ଉପଦ୍ରବ କରୁଥିବାରୁ ତାକୁ ଏହି ଅଞ୍ଚଳରୁ ଘଉଡାଇବାକୁ ଦାବି କରିଆସୁଥିଲେ ଲୋକେ।Conclusion:ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରଵ ହେଉଥିଲେ ମଧ୍ୟ ବନ ବିଭାଗ ନିଷ୍କ୍ରିୟ ରହୁଥିବା ଅଭିଯୋଗ ହୋଇଛି.ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଲୋକେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.