ETV Bharat / briefs

ପ୍ରିୟଙ୍କା ଗାନ୍ଧୀ ହେବେ ମୁଖ୍ୟମନ୍ତ୍ରୀ !

ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାୟବରେଲୀ ଗସ୍ତରେ ଆସିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କ ସହ ଝିଅ ପ୍ରିୟଙ୍କା ମଧ୍ୟ ଆସି ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ଆଗାମୀ 2022 ୟୁପି ବିଧାନସଭା ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 13, 2019, 12:35 PM IST

ଲକ୍ଷ୍ନୌ: ସରିଛି ସାଧାରଣ ନିର୍ବାଚନ । କେନ୍ଦ୍ରରେ ଗଠନ ହୋଇସାରିଛି ସରାକାର । ଏବେ ବିଜୟ ଓ ପରାଜୟର ଚାଲିଛି ସମୀକ୍ଷା, ବିଶ୍ଲେଷଣ,ଆଲୋଚନା ଓ ପର୍ଯ୍ୟାଲୋଚନା । ଗତକାଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲୀକୁ ଦିନିକିଆ ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଭେଟିଛନ୍ତି । ତାଙ୍କ ସହ କଂଗ୍ରେସ ମହାସଚିବ ତଥା ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ ।

ଉଭୟ ନେତ୍ରୀ ରାୟବରେଲୀର ଭୁଏମଓ ଗେଷ୍ଟ ହାଉସରେ ଅବସ୍ଥାନ କରି ନିର୍ବାଚନର ସମୀକ୍ଷା କରିବା ସହ ସମସ୍ତ କର୍ମକର୍ତ୍ତାଙ୍କ ସହ ଅଲଗା ଅଲଗା ବୈଠକ କରି ମତାମତ ନେଇଛନ୍ତି । ତେବେ ଏହି ସମୀକ୍ଷା ବୈଠକରେ ପ୍ରିୟଙ୍କା ଦଳୀୟ ପଦାଧିକାରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ପ୍ରିୟଙ୍କା କହିଛନ୍ତି ମୁଁ ମୋ ଭାବନାକୁ ପ୍ରକାଶ କରିବାକୁ ଚାହୁଁଛି ଭାଷଣ ଦେବାକୁ ଆସିନାହିଁ ନିର୍ବାଚନରେ କେଉଁ ମାନେ ଦଳ ପାଇଁ ନିସ୍ବାର୍ଥ ପର ଭାବେ କାମ କରିଛନ୍ତି ଓ କେଉଁମାନେ ଦଳରେ ଥାଇ ଦଳୀୟ ବିରୋଧୀ କାମ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ ।

ଏହା ସହ କହିଛନ୍ତି ଯେଉଁମାନେ ଦଳପାଇଁ ହୃଦୟରୁ କାମ କରିଛନ୍ତି ତାଙ୍କୁ ସମସ୍ତେ ଜାଣନ୍ତି ଆଉ ଯେଉଁମାନେ ଦଳରେ ଥାଇ ଦଳ ବିରୋଧୀ କାମ କରିଛନ୍ତି ସେମାନଙ୍କୁ ମୁଁ ଜଣାଇବି ବୋଲି କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଦଳୀୟ ପଦାଧିକାରୀଙ୍କୁ କହିଛନ୍ତି ନିର୍ବାଚନ ସଂଗଠନ ଲଢେ ଆଉ ନିର୍ବାଚନରେ ସଫଳତା ପାଇବା ପାଇଁ ହେଲେ ସଂଘର୍ଷ କରିବାକୁ ପଡିବ ତେଣୁ ମନ ଲଗାଇ ସଂଗଠନ ସଜାଡିବାକୁ ପଡିବ ।

ଏହାସହ ଏହି ବୈଠକରେ ଆଗାମୀ 2022 ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହୋଇଛି ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳୀୟ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବାକୁ ସ୍ଥାନୀୟ ନେତା ଦାବି କରିଛନ୍ତି । ଏଥିସହ ୟୁପି ବିଧାନସଭାର 12ଗୋଟି ସିଟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଦଳ କିଭଳି ଲଢିବ ସେନେଇ କର୍ମୀଙ୍କ ସହ ପ୍ରିୟଙ୍କା ଆଲୋଚନା କରିଛନ୍ତି ।

Intro:Body:

GSG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.