ଲକ୍ଷ୍ନୌ: ଟ୍ରାକ୍ଟର ଓ ଟ୍ରଲି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ 6 ମୃତ ଓ 6 ଆହତ। ଆହତମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଉତ୍ତରପ୍ରଦେଶର ତେଡୱା ଚିଲୱାଲା ଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଘଟିଛି ।
ଖବର ଅନୁଯାୟୀ, ଏ ସମସ୍ତ ମୃତାହତ ବ୍ୟକ୍ତି ଏକ ବିବାହରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଏକ ସ୍ପିଡ ଅଏଲ ଟ୍ୟାଙ୍କର ପଛପଟୁ ଆସି ଟ୍ରଲିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣାଟି ଘଟିଥିଲା । ତେବେ ଆହତମାନଙ୍କ ମଧ୍ୟରୁ କେତେ ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଲକ୍ଷ୍ନୌ ତାରୁମା ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ।
ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପାଖାପାଖି 40 ରୁ ଉର୍ଦ୍ଧ୍ବ ଲୋକ ଏକ ଟ୍ରଲିରେ ଯାତ୍ରା କରୁଥିଲେ । ଏହି ସମୟରେ ଦୁର୍ଘଟଣାଟି ଘଟିଥିଲା ।