ETV Bharat / briefs

ପାକିସ୍ତାନରେ ଜନ୍ମ, ଭାରତରେ ମତଦାନ

ଭାରତର ଲୋକତନ୍ତ୍ରକୁ ଦୃଢ କରିବାକୁ ନିଜ ମତାଧିକାର ସାବ୍ୟସ୍ତ କଲେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିବା 2 ଭଉଣୀ ।

author img

By

Published : May 19, 2019, 7:30 PM IST

ଫାଇଲ ଫଟୋ

ପ୍ରୟାଗରାଜ: ଗଣତନ୍ତ୍ର ମହାପର୍ବର ଆଜି ଥିଲା ଅନ୍ତିମ ତଥା ଶେଷ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟ ମତଦାନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିବା 2 ଭଉଣୀ ଭାରତର ଲୋକତନ୍ତ୍ରକୁ ଦୃଢ କରିବାକୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭାରତ ପାଇଁ ମତଦାନ କରିବା ପରେ ଉଭୟ ନିଜ ଖୁସି ମଧ୍ୟ ଜାହିର କରିଥିଲେ । ଭାରତର ଝିଅ ହୋଇଥିବାରୁ ସେମାନେ ଗର୍ବ ଅନୁଭବ କରିଥିଲେ ।

ଭାରତୀୟ ବାପା ଏବଂ ପାକିସ୍ତାନ ମା' ର ସନ୍ତାନ ଏହି 2 ଭଉଣୀ ହେଉଛନ୍ତି ନିନ୍ଦା ଓ ମାହେରୁଖ । ଭୋଟ ଦେଇ ଉଭୟ ନିଜ ମୌଳିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ କିଛି ଦିନ ପୂର୍ବରୁ ଭାରତୀୟ ନାଗିରକତା ମିଳିବା ପରେ ସେମାନଙ୍କ ଖୁସିର ସୀମା ପାର ହୋଇଥିଲା । ଆଜି ଶେଷ ପର୍ଯ୍ୟାୟ ମତଦାନରେ ନିଜ ପରିବାର ସହ ବାରଣାସୀର ଆର୍ଯ୍ୟ ଇଣ୍ଟର କଲେଜରେ ଭୋଟ ଦେବାକୁ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ବାରଣୀସୀର ପାନ ଦରିବା ନିବାସୀ ନସୀମଙ୍କ ବିବାହ ପାକିସ୍ତାନ କରାଚୀର ଶାହିଦାଙ୍କ ସହିତ ହୋଇଥିଲା । ଫଳରେ ନସୀମଙ୍କ ପାକିସ୍ତାନକୁ ଯିବା ଆସିବା ଲାଗି ରହୁଥିଲା । ସେଠାରେ ହିଁ ଶହୀଦା ନିନ୍ଦା ଓ ମାହେରୁଖଙ୍କୁ ଜନ୍ମ ଦେଇଥିଲେ । 2007ରେ ଶାହିଦାଙ୍କୁ ଭାରତୀୟ ନାଗରିକତା ମିଳିବା ପରେ ସେ ନିଜ 2 ଝିଅଙ୍କୁ ଧରି ଭାରତ ଚାଲିଆସିଥିଲେ । କିନ୍ତୁ ତାଙ୍କ 2 ଝିଅଙ୍କୁ ଭାରତୀୟ ନାଗରିକତାର ପରିଚୟ ମିଳିନଥିଲା । ଏନେଇ ନସୀମ ଓ ତାଙ୍କ ପତ୍ନୀ ଶାହିଦା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସମ୍ପର୍କ କାର୍ଯ୍ୟାଳୟରେ ସମ୍ପର୍କ କରିଥିଲେ । ଦୀର୍ଘ 2 ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ପରେ ଉଭୟଙ୍କୁ ଭାରତୀୟ ନାଗରିକତା ମିଳିଥିଲା । ନାଗରିକତା ମିଳିବା ପରେ ଆଜି ପ୍ରଥମ ଥର ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.