ୱାସିଂଟନ: ନୂତନ ନାମଲେଖାଇଥିବା ପ୍ରବାସୀ ଛାତ୍ରଙ୍କୁ ଆମେରିକାରେ ପ୍ରବେଶ ମନା । ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ସେମାନଙ୍କୁ ଅନଲାଇନ୍ ପାଠପଢିବା ପାଇଁ ସୁଯୋଗ ଦିଆଯାଉଥିବାରୁ ସେମାନଙ୍କୁ ଆମେରିକା ଆସିବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ଭିସା ଏଜେନ୍ସି ପକ୍ଷରୁ କୁହାଯାଇଛି ।
ମାର୍ଚ୍ଚ 9 ପରଠାରୁ ନୂତନ କିମ୍ବା ପ୍ରାରମ୍ଭିକ ସ୍ଥିତିରେ ଥିବା ଅଣ-ପ୍ରବାସୀ ଛାତ୍ରମାନେ ଯୁକ୍ତରାଷ୍ଟ୍ରରେ ପ୍ରବେଶ କରି ପାରିବେ ନାହିଁ । 100 ପ୍ରତିଶତ ଅନଲାଇନ ଅଧ୍ୟୟନର ସୁବିଧା ଦିଆଯାଉଥିବା କାରଣରୁ ନାମ ଲେଖାଇବା ପାଇଁ ଆମେରିକାର ବିଦ୍ୟାଳୟକୁ ଆସିପାରିବେ ନାହିଂ ବୋଲି ଆମେରିକାର ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଏଜେନ୍ସି (ICE) ଏକ ବିବୃତ୍ତିରେ କହିଛି।
ମାର୍ଚ୍ଚ 9ରେ ICE ନିର୍ଦ୍ଦେଶନାମା ଜାରି କରି ବିଦେଶୀ ଛାତ୍ରମାନଙ୍କୁ ଦେଶରେ ରହିବାକୁ ଓ ଅନଲାଇନରେ ସେମାନଙ୍କ କ୍ଲାସ୍ ଜାରି କରିବାକୁ ଅନୁମତି ଦେଇଥିଲା । ଓପନ୍ ଡୋର୍ସ ଅନୁଯାୟୀ 2019 ପହିଲାରୁ ଆରମ୍ଭ ହେବାକୁ ଥିବା ଏକାଡେମିକ୍ ଅଧିବେଶନ ପାଇଁ ସ୍ନାତକ ଓ ଅଣ-ଡିଗ୍ରୀ ପାଠ୍ୟକ୍ରମରେ ପ୍ରାୟ 270,000 ନୂତନ ବିଦେଶୀ ଛାତ୍ର ନାମ ଲେଖାଇଥିଲେ।
ଏମାନଙ୍କ ମଧ୍ୟରୁ ପ୍ରାୟ 1 ମିଲିୟନ ଭାରତୀୟ ଛାତ୍ର ଅଛନ୍ତି । କିଛି ଦିନ ପୂର୍ବେ ଟ୍ରମ୍ପ ସରକାର ପ୍ରବାସୀ ଛାତ୍ରଙ୍କ ଏଫ-1 ଭିସା ବ୍ୟାନ କରିବା ନେଇ କହିଥିଲେ ମାତ୍ର ଏଥିରେ ଭାରତ ଅସନ୍ତୋଷ ପ୍ରକାଶ କରିଥିଲା । ପରେ ଆମେରିକାର କିଛି ବିଶ୍ବ ବିଦ୍ୟାଳୟ ଟ୍ରମ୍ପ ପ୍ରଶାସନ ବିରୋଧରେ କୋର୍ଟରେ ମାମଲା ରୁଜୁ କରିଥିଲେ । ଏହାପରେ ଟ୍ରମ୍ପ ପ୍ରଶାସନ ନିଜର ଏହି ନିଷ୍ପତ୍ତିକୁ ଫେରେଇନେଇଥିଲା ।