ETV Bharat / briefs

ଗୁରୁଙ୍କ ଦୀର୍ଘାୟୁ ଓ ମଙ୍ଗଳ ମନାସି ସାବିତ୍ରୀ ପାଳିଲେ କିନ୍ନର

ସର୍ବଦା ସମାଜରେ ଅବହେଳାର ଶିକାର ହେଉଥିବା ତୃତୀୟ ଲିଙ୍ଗ କିନ୍ନର ସମ୍ପ୍ରଦାୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ହେଲେ ସାଧାରଣ ମହିଳାଙ୍କ ଭଳି ନିଜ ସ୍ବାମୀର ଦୀର୍ଘାୟୁ ଓ ମଙ୍ଗଳ ମନାସି ନୁହେଁ ବରଂ ପରିବାର ପରେ ତାଙ୍କୁ ମାର୍ଗଦର୍ଶନ କରିଥିବା ଗୁରୁଙ୍କ ମଙ୍ଗଳ ଓ ଦୀର୍ଘାୟୁ ମନାସି ଏହି ବ୍ରତ ପାଳନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jun 3, 2019, 5:47 PM IST

ଗଜପତି: ଆଜି ପବିତ୍ର ସାବିତ୍ରୀ ବ୍ରତ । ଆଜି ଭଳି ପବିତ୍ର ଦିନରେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ଏହି ବ୍ରତ ପାଳନ କରିଥାନ୍ତି । ହେଲେ ସମାଜରେ ସାଧାରଣ ମଣିଷଙ୍କ ଠାରୁ ସାମାନ୍ୟ ଭିନ୍ନ ଶୈଳୀରେ ଜୀବନଯାପନ କରୁଥିବା କିନ୍ନରମାନେ ନିଜ ଗୁରୁଙ୍କ ମଙ୍ଗଳ କାମନା କରି ଏହି ବ୍ରତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସକାଳୁ ସକାଳୁ ହାତରେ ଚୁଡି, ପାଦରେ ଅଳତା, ମଥାରେ ସିନ୍ଦୂର ଏବଂ ନୂଆ ଲୁଗା ପିନ୍ଧି ସମ୍ପୂର୍ଣ୍ଣ ସଧବା ବେଶରେ ବିଭିନ୍ନ ଫଳମୂଳ ଧରି ମନ୍ଦିର ପରିସରରେ ନିଜ ଗୁରୁଙ୍କ ମଙ୍ଗଳ ମନାସୁଛନ୍ତି କିନ୍ନର ସମ୍ପ୍ରଦାୟ । ଏଭଳି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ପାରଳାଖେମୁଣ୍ଡିର ଶ୍ୟାମାକାଳୀ ମନ୍ଦିରରେ ।

ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପରେ ଗୁରୁଙ୍କ ପାଦୁକାର ଜଳକୁ ପାନ କରି ପ୍ରସାଦ ସେବନ କରିଛନ୍ତି । ତେବେ ନିଜ ଘର ଛାଡି ବାହାରେ ରହୁଥିବା କିନ୍ନରଙ୍କ ପାଇଁ ଗୁରୁ ହିଁ ବାପା, ମା. ସ୍ବାମୀ ସବୁକିଛି । ଯେଉଁକାରଣରୁ ସେ ଗୁରୁଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ।

ଅପରପକ୍ଷେ ଦକ୍ଷିଣ ଓଡିଶାର କିନ୍ନରମାନେ ଏହି ବ୍ରତକୁ ବିଶେଷ କରି ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ପାଳନ କରିଥାନ୍ତି । ବର୍ତ୍ତମାନ ସମୟରେ କିନ୍ନରଙ୍କୁ ଆଇନଗତ ଅଧିକାର ମିଳିଥିବା ବେଳେ ଆଜି ବି ସେମାନଙ୍କୁ ସମାଜ ଭଲଭାବେ ଗ୍ରହଣ କରିପାରିନାହିଁ । ତଥାପି ସେମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ମାନି ଆସୁଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.