ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ବ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । କେନ୍ଦ୍ର ସରକାରଙ୍କ ସମତେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ 30 ହଜାର ଲୋକଙ୍କ ସହ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଏହି ଯୋଗ ଖାଲି ଯେ ବାସ୍ତବ ଜୀବନରେ ସୀମିତ ହୋଇ ରହିନାହିଁ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଯୋଗର ପ୍ରଦର୍ଶନ କରିଛନ୍ତି ।
ଆଜି ଯୋଗ ଦିବସ ଅବସରରେ ଲୋକମାନେ ବିଭିନ୍ନ ଶୈଳୀରେ ଯୋଗ କରୁଥିବାର ଫଟୋ ପୋଷ୍ଟ କରିଛନ୍ତି । ସେହିପରି ଟିକଟକ୍ ୟୁଜର୍ସ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗ ନେଇଛନ୍ତି । ଭିନ୍ନ ଭିନ୍ନ ଶୈଳୀରେ ଯୋଗ କରି ଏହାର ଭିଡିଓ ଟିକଟକରେ ପୋଷ୍ଟ କରୁଛନ୍ତି ।
ସୂଚନାନୁସାରେ, ଆଜି ବିଶ୍ବ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବାବେଳେ ଏହାର ଥିମ ରହିଥିଲା 'କ୍ଲାଇମେଟ୍ ଆକ୍ସନ' ।