ETV Bharat / briefs

ଅନ୍ତିମ ସଂସ୍କାରରେ କୋଭିଡ ନିୟମ ଭାଙ୍ଗିବା ଘଟଣା: 20ରୁ ଊର୍ଦ୍ଧ୍ବ ଲୋକଙ୍କୁ କାରଣ ଦର୍ଶାଅ ନୋଟିସ - ରାଉରକେଲା

ଏକ ମର ଶରୀର ଶୋଭାଯାତ୍ରାରେ ହଜାର ହଜାର ଲୋକ ବିନା ମାସ୍କରେ ଏକାଠି ହେବା ଘଟଣା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଏଭଳି ଘଟଣା ଗତ ଆଠ ତାରିଖରେ ରାଉରକେଲା ସହରରେ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

 କୋଭିଡ-19 ନିୟମକୁ ଫୁଁ: ବିନା ମାସ୍କରେ ଏକାଠି ହେଲେ ହଜାର ହଜାର ଲୋକେ

author img

By

Published : Jun 11, 2020, 2:30 PM IST

ରାଉରକେଲା: କୋଭିଡ 19 ପରିଚାଳନାରେ ତ୍ରୁଟି । ଏକ ମର ଶରୀର ଶୋଭାଯାତ୍ରାରେ ହଜାର ହଜାର ଲୋକ ବିନା ମାସ୍କରେ ଏକାଠି ହେବା ଘଟଣା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଏଭଳି ଘଟଣା ଗତ ଆଠ ତାରିଖରେ ରାଉରକେଲା ସହରରେ ଦେଖିବାକୁ ମିଳିଥିଲା । ତେବେ କୋରୋନାକୁ ଦୃଷ୍ଟିରେ ରଖି ଯେଉଁଠି ସରକାର 5ରୁ 10 ଜଣଙ୍କ ମଧ୍ୟରେ ଅନ୍ତିମ ସଂସ୍କାର ପାଇଁ ନିୟମ କରିଛନ୍ତି, ସେଠାର ହଜାର ହଜାର ଲୋକଙ୍କ ସମାଗମ ପ୍ରଶାସନ ପାଇଁ ଏକ ମୁଣ୍ଡବ୍ୟାଥର କାରଣ ପାଲିଟିଛି ।

 କୋଭିଡ-19 ନିୟମକୁ ଫୁଁ: ବିନା ମାସ୍କରେ ଏକାଠି ହେଲେ ହଜାର ହଜାର ଲୋକେ
କୋଭିଡ-19 ନିୟମକୁ ଫୁଁ: ବିନା ମାସ୍କରେ ଏକାଠି ହେଲେ ହଜାର ହଜାର ଲୋକେ

କୋଭିଡ 19 ଗାଇଡ଼ ଲାଇନ୍ସ ମାନି ଏବଂ ଏ ବାବଦରେ ଥିବା କଟକଣାକୁ ପାଳନ ଲାଗି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ରାଉରକେଲାବାସୀଙ୍କୁ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସମନ୍ବୟ ବୈଠକ ITDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସହରର ବିଭିନ୍ନ ମସଜିଦ କମିଟିର ସଦସ୍ୟମାନେ ଯୋଗଦେଇ କୋଭିଡ 19 ପରିଚାଳନାରେ ଉପୁଜିଥିବା ବିଶୃଙ୍ଖଳା ବାବଦରେ ଆଲୋଚନା କରିଥିଲେ । ଭବିଷ୍ୟତରେ ଏପରି ତୃଟି ଆଉ ହେବନାହିଁ ବୋଲି ଉପସ୍ଥିତ ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଅନ୍ୟପକ୍ଷରେ କୋଭିଡ ଗାଇଡ଼ଲାଇନ ଏବଂ କଟକଣାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ପାନପୋଷ ଉପଜିଲ୍ଲାପାଳ 20ରୁ ଉର୍ଦ୍ଧ୍ବ ଲୋକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.