ETV Bharat / briefs

ଖୋର୍ଦ୍ଧା ଉପଖଣ୍ଡରେ ଅଣାୟତ କୋରୋନା ସ୍ଥିତି, ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨କୁ ବୃଦ୍ଧି - ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨କୁ ବୃଦ୍ଧି

ଖୋର୍ଦ୍ଧା ଉପଖଣ୍ଡରେ ଅଣାୟତ କୋରୋନା ସ୍ଥିତି । ଦିନକୁ ଦିନ କୋରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ କିପରି ଏହି ସଂକ୍ରମଣକୁ ରୋକାଯିବ ତାହାକୁ ନେଇ ପ୍ରଶାସନ ଦିନ ରାତି ଅଙ୍କ କଷିବାରେ ଲାଗିଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଉପଖଣ୍ଡରେ ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ଅଣାୟତ କୋରୋନା ସ୍ଥିତି,  ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨କୁ ବୃଦ୍ଧି

author img

By

Published : Aug 25, 2020, 10:12 AM IST

ଖୋର୍ଦ୍ଧା: ରାଜ୍ୟରେ ଉପରମୁହାଁ ହେଉଛି କୋରୋନା ଗ୍ରାଫ । ଉପରେ ଖୋର୍ଦ୍ଧା ଉପଖଣ୍ଡରେ କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ କୋରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କିପରି ଏହି ସଂକ୍ରମଣକୁ ରୋକାଯିବ ତାହାକୁ ନେଇ ପ୍ରଶାସନ ଦିନ ରାତି ଅଙ୍କ କଷିବାରେ ଲାଗିଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଉପଖଣ୍ଡରେ ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨ରେ ପହଞ୍ଚିଛି । ସେଥି ମଧ୍ୟରୁ ୧୭୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୭୨ ଜଣ ସକ୍ରିୟ ଅଛନ୍ତି ଏବଂ ୨ ଜଣ ମୃତ୍ୟୁବରଣ କରିଥିବା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ଉପଖଣ୍ଡରେ ସୁସ୍ଥ ହାର ୬୪ପ୍ରତିଶତ ଥିବାବେଳେ ମୃତ୍ୟୁହାର ୧ପ୍ରତିଶତ ରହିଛି । ଏବଂ ୩୫ ପ୍ରତିଶତ ଆକ୍ଟିଭ କେସ ରହିଛି।

ସୂଚନା ମୁତାବକ ଖୋର୍ଦ୍ଧା ଉପଖଣ୍ଡରେ ୬ଗୋଟି ବ୍ଲକ, ଗୋଟିଏ ପୌରପରିଷଦ ଏବଂ ଦୁଇଟି ବିଜ୍ଞପିତ ଅଞ୍ଚଳ ପରିଷଦ ରହିଛି । ତେବେ ଖୋର୍ଦ୍ଧା ପୌରାଅଞ୍ଚଳରେ ୧୨୦ଜଣ ସୁସ୍ଥ ହୋଇଥିବାବେଳେ ୧୨୬ଟି ମାମଲା ସକ୍ରିୟ ରହିଛି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଣପୁର ଏନଏସିରେ ୧୨୨ ସୁସ୍ଥ, ୯୧ ସକ୍ରିୟ ଏବଂ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ବାଲୁଗାଁ ଏନଏସିରେ ୬୯ ସୁସ୍ଥ, ୭୧ ସକ୍ରିୟ ଓ ଜଣେ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ବାଣପୁର ବ୍ଲକରେ ୧୩୩୦ ସକ୍ରିୟ କେଶ ରହିଥିବାବେଳେ ୩୦୨ ସୁସ୍ଥ ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଚିଲିକା ବ୍ଲକରେ ୬୩ସୁସ୍ଥ, ୧୫୮ ସକ୍ରିୟ ଓ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଟାଙ୍ଗି ବ୍ଲକରେ ୩୬୮ ସୁସ୍ଥ, ୭୨ ସକ୍ରିୟ , ୨ ମୃତ ।

ଏହିକ୍ରମରେ ବୋଲଗଡ ବ୍ଲକରେ ୨୭୪ ସୁସ୍ଥ, ୧୦୯ ସକ୍ରିୟ ଓ ୪ଜଣ ମୃତ୍ୟୁବରଣ କରିଛନ୍ତି । ବେଗୁନିଆ ବ୍ଲକରେ ୧୫୨ ସୁସ୍ଥ, ୧୦ ୨ ସକ୍ରିୟ ଓ ମୃତ୍ୟୁ ୨ ଜଣଙ୍କର ହୋଇଛି । ଖୋର୍ଦ୍ଧା ବ୍ଲକରେ ୧୧୭ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୦ ଜଣ ସକ୍ରିୟ ରହିଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି ବୋଲି ଉପଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଉପଖଣ୍ଡରେ ଅଣାୟତ କୋରୋନା ସ୍ଥିତି,  ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨କୁ ବୃଦ୍ଧି
ଖୋର୍ଦ୍ଧା ଉପଖଣ୍ଡରେ ଅଣାୟତ କୋରୋନା ସ୍ଥିତି, ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨କୁ ବୃଦ୍ଧି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.