ବ୍ରହ୍ମପୁର: କୋରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ପରୀକ୍ଷା ଜାରି ରଖିଛନ୍ତି ୨୦୨୧ଟି ଟିମ୍ । ଜିଲ୍ଲାରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟ ଜାରି ରଖିଛନ୍ତି ଆଶା କର୍ମୀ, ଅଙ୍ଗନୱାଡି ଓ ସୁପରଭାଇଜରଙ୍କୁ ନେଇ ଗଠିତ ଏହି ଟିମ ।
![ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡାର ସ୍ବାସ୍ଥ୍ୟ ପରୀକ୍ଷା ,୨୦୨୧ ଟିମ ସାମିଲ](https://etvbharatimages.akamaized.net/etvbharat/prod-images/04:46:39:1621422999_od-bam-d-to-d-health-survey-at-ganjam-7205524_19052021161329_1905f_1621421009_505.jpg)
ମୁଖ୍ୟତଃ ଏହି ଟିମ୍ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କ ଶରୀରରେ ଅମ୍ଳଜାନ ସ୍ତର ଅକ୍ସି ମିଟରରେ ଯାଞ୍ଚ କରାଯିବା ସହିତ ଶରୀରରେ ତାପମାତ୍ରାକୁ ମଧ୍ୟ ଥର୍ମାଲ ସ୍କ୍ରିନିଂ ମାଧ୍ୟମରେ ଯାଞ୍ଚ କରାଯାଉଛି । ଏପରିକି ଯାହା ପାଖରେ ଲକ୍ଷଣ ରହିଛି, ତାଙ୍କୁ ଚିହ୍ନଟ କରି ଚିକିତ୍ସାଳୟକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି । ଗଞ୍ଜାମ ଜିଲାରେ ଏହି ଟିମ୍ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମରେ ୧୧୧ଟି ଟିମ କାର୍ଯ୍ୟ କରୁଥିବାବେଳେ ଗ୍ରାମାଞ୍ଚଳରେ ମୋଟ ୧୮୪୨ ଟିମ, ସହରାଞ୍ଚଳରେ ୬୮ଗୋଟି ଟିମ୍ ନିୟୋଜିତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି କାର୍ଯ୍ୟ ପାଇଁ ଜିଲ୍ଲାବାସୀଙ୍କ ସହଯୋଗ ମିଳିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ଅବଗତ କରାଇଛନ୍ତି ।
![ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡାର ସ୍ବାସ୍ଥ୍ୟ ପରୀକ୍ଷା ,୨୦୨୧ ଟିମ ସାମିଲ](https://etvbharatimages.akamaized.net/etvbharat/prod-images/04:46:35:1621422995_od-bam-d-to-d-health-survey-at-ganjam-7205524_19052021161329_1905f_1621421009_354.jpg)
![ଗଞ୍ଜାମରେ ଆରମ୍ଭ ହେଲା ଡୋର ଟୁ ଡାର ସ୍ବାସ୍ଥ୍ୟ ପରୀକ୍ଷା ,୨୦୨୧ ଟିମ ସାମିଲ](https://etvbharatimages.akamaized.net/etvbharat/prod-images/04:46:38:1621422998_od-bam-d-to-d-health-survey-at-ganjam-7205524_19052021161329_1905f_1621421009_797.jpg)
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ