ETV Bharat / briefs

ରେଳଧାରଣାରୁ ମିଳିଲା ବାଘର ମୃତଦେହ, ତଦନ୍ତ ହେବ କହିଲେ ପିସିସିଏଫ୍ - dead body of a Kalarapatriya tiger was found from a train depot

ରମ୍ପିଆ ନିକଟ ରେଳଧାରଣା କଡ଼ରୁ ଉଦ୍ଧାର ହେଲା କଲରାପତରିଆ ବାଘର ମୃତଦେହ । ଖବର ପାଇ ଘଟଣାସ୍ଥଳରେ ସୁନ୍ଦରଗଡ଼ ଡି ଏଫ ଓ ଏବଂ ଅନ୍ୟ ବନ ବିଭାଗ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

the dead body of a kalarapatriya tiger
ରେଳ ଧାରଣାରୁ କଲରାପତ୍ରିଆ ବାଘର ମୃତ ଦେହ ଉଦ୍ଧାର
author img

By

Published : Aug 5, 2020, 11:25 AM IST

Updated : Aug 5, 2020, 8:24 PM IST

ରାଉରକେଲା: ରମ୍ପିଆ ନିକଟ ରେଳ ଧାରଣା କଡ଼ରୁ ଉଦ୍ଧାର ହେଲା କଲରାପତରିଆ ବାଘର ମୃତଦେହ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବଡ଼ରମ୍ପିଆ ଗାଁରେ ଗତକାଲି(ମଙ୍ଗଳବାର) ରାତିରେ ଏକ କଲରାପତରିଆ ବାଘ ପଶି ଆସି ଜଣେ ମହିଳା ସମେତ 4 ଜଣଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । କିନ୍ତୁ ଆଜି ସକାଳେ ସେହି ବାଘର ମୃତଦେହ ମୁମ୍ବାଇ ରୁଟର ହେମଗିରି ଓ ଡାକଘୋରା ରେଳ ଷ୍ଟେସନ ମଧ୍ୟ ଭାଗରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ୍ ବର୍ତ୍ତମାନ ପିସିସିଏଫ ଏହି ମାମଲାର ତଦନ୍ତ କରିବା ସହ ରେଳ ବିଭାଗର ମଧ୍ୟ ଯାଞ୍ଚ କରାଯିବ ।

ରେଳଧାରଣାରୁ ମିଳିଲା ବାଘର ମୃତଦେହ

ତେବେ ଗ୍ରାମବାସୀ ମାନେ ରାତିରେ ବାଘକୁ ମାରି ରେଳ ଧାରଣାରେ ପକାଇ ଦେଇଥିବା ଅଭିଯୋଗ ହେଉଛି । ଖବର ପାଇ ଘଟଣାସ୍ଥଳରେ ସୁନ୍ଦରଗଡ଼ ଡି ଏଫ ଓ ଏବଂ ଅନ୍ୟ ବନ ବିଭାଗ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘ ଆକ୍ରମଣରେ ଗ୍ରାମର ନଳିନୀ ବିଶ୍ବାସ (୪୦) , ନିରଞ୍ଜନ ଭୋଇ (୩୦), ପରମେଶ୍ବର ଭୋଇ (୫୦), କେଶବ ତାଙ୍କର (୫୦) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଜଙ୍ଗଲରେ କଲରାପତ୍ରିଆ ବାଘ ସହ ମହାବଳ ବାଘ ମଧ୍ୟ ରହିଥିବା ପୂର୍ବରୁ ସୂଚନା ରହିଛି।

ରେଳଧାରଣାରୁ ମିଳିଲା ବାଘର ମୃତଦେହ

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଝାରସୁଗୁଡ଼ାରୁ ରବି ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2020, 8:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.