ETV Bharat / briefs

'ବିଜେପି ଛାଡିଲେ ରାଜନୀତିରୁ ସନ୍ନ୍ୟାସ ନେବି' - bjp

ଯେଉଁଦିନ ବିଜେପି ଛାଡିବି, ସେହି ଦିନ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଛନ୍ତି ବରୁଣ ଗାନ୍ଧୀ।

ଫାଇଲ ଫଟୋ
author img

By

Published : Apr 16, 2019, 7:18 PM IST

ନୂଆଦିଲ୍ଲୀ: ସୁଲତାନପୁରରୁ ବିଜେପି ସାଂସଦ ତଥା ନେହେରୁ ଗାନ୍ଧୀ ପରିବାରର ସଦସ୍ୟ ବରୁଣ ଗାନ୍ଧୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା । ସେ ନିଜ ପାରିବାର ଏବଂ ନିଜ ଭାଇ ଭଉଣୀଙ୍କ ବିରୋଧରେ ପ୍ରଚାର ନକରି କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଥିଲା । ତେବେ ଏହି ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି ବରୁଣ। ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରରେ ସେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, 15 ବର୍ଷ ପୂର୍ବରୁ ମୁଁ ବିଜେପିରେ ଯୋଗ ଦେଇଥିଲି । ଯେଉଁଦିନ ମୁଁ ବିଜେପିର ସଦସ୍ୟତା ଗ୍ରହଣ କରିଥିଲି, ସେ ଦିନ ବି କହିଥିଲି ଆଉ ଆଜି ବି କହୁଛି । ଯେବେ ମୁଁ ବିଜେପି ଛାଡିବି ସେଦିନ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି। ବିଜେପି ଛଡା ଅନ୍ୟ କୌଣସି ଦଳ ମୋର ବିକଳ୍ପ ନୁହେଁ ବୋଲି ସେ କହିଛନ୍ତି ।

ଚଳିତ ନିର୍ବାଚନରେ ଦଳ ବରୁଣ ଏବଂ ମା ମେନକାଙ୍କୁ ଆସନ ଅଦଳ ବଦଳ କରି ଟିକେଟ ଦେଇଛି । ବରୁଣଙ୍କୁ ମାଙ୍କ ଆସନ ପିଲଭିତରୁ ଟିକେଟ ମିଳିଥିବା ବେଳେ ମେନକାଙ୍କୁ ସୁଲତାନପୁରରୁ ଦଳ ଟିକେଟ ଦେଇଛି ।

Intro:Body:

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ହେବ ଜୋରଦାର ଲଢେଇ

କଟକ: ରାଜ୍ୟରେ ଖରା ତାତି ଠାରୁ ବେଶି ତାତି ରହିଛି ନିର୍ବାଚନୀ ତାତି। ଟାଣ ଖରାକୁ ଖାତିର ନକରି ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀ ମାନେ। ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ତେବେ ଏହି ନିର୍ବାଚନୀ ତାତି ଦେଖିବାକୁ ମିଳିଛି କଟକରେ। କଟକର ବାରବାଟୀ ନିର୍ବାଚନୀ ମଣ୍ଡଳୀରୁ କଂଗ୍ରେସର ବିଧାନସଭା ପ୍ରାର୍ଥୀ ମହମ୍ମଦ ମୋକିମ ଓ ବିଜେଡି ପ୍ରାଥୀ ଦେବାଶିଷ ସାମନ୍ତରାୟଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ନାରାୟଣ ସାହୁ।

ଖରାକୁ ଖାତିର ନକରି କ୍ୟାମ୍ପେନିଂରେ ବ୍ୟସ୍ତ ପ୍ରାର୍ଥୀ ମାନେ। ଚଳିତ ନିର୍ବାଚନରେ ବିଜୟୀ ହେବାପରେ ସହରବାସୀଙ୍କ ପାଇଁ କଣ ସବୁ ସୁବିଧା ମୂଳକ ପଦକ୍ଷେପ ନେବେ ସେନେଇ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି ନେତା।

ତେବେ ଦେଖିବାକୁ ବାକି ରହିଲା ପ୍ରକୃତରେ ପ୍ରାର୍ଥୀ ମାନେ ଜନ ସମର୍ଥନ ପାଇ ବିଜୟୀ ହେବା ପରେ ଜନତାଙ୍କ ବିଷୟରେ କେତେ ଚିନ୍ତା କରୁଛନ୍ତି? 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.