ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଘେରିବା ପାଇଁ ଜୋରଦାର ଉଦ୍ୟମ କରିଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ନିଜ ଦଳରୁ ଲାଗିଛି ଜବରଦସ୍ତ ଝଟକା ।
ନିଜେ ଚୟନ କରି ଦଳୀୟ ଟିକେଟ ଦେଇ ରାଜ୍ୟସଭାକୁ ପଠାଇଥିବା ଦଳର 4ଜଣ ସାଂସଦ ଆଜି ତେଲୁଗୁ ଦେଶମ୍ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ଯୋଗଦେବା ପୂର୍ବରୁ ଏହି ସାଂସଦ ମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ନିଜ ନିଷ୍ପତି ଜଣାଇବା ସହ ଭବିଷ୍ୟତ କାର୍ଯ୍ଯପନ୍ଥା ତାଙ୍କର କଣ ହେବ ସେନେଇ ଆଲୋଚନା କରିଥିଲେ ।
ବିଜେପିରେ ମିଶିଥିବା ଏହି 4ଜଣ ସାଂସଦ ହେଉଛନ୍ତି ୱାଇ.ଏସ୍. ଚୌଧୂରୀ, ସି.ଏମ୍. ରମେଶ , ଟି.ଜି. ଭେଙ୍କଟେଶ ଓ ଜି.ଏମ୍. ରାଓ ।