ETV Bharat / briefs

ଜାଣନ୍ତୁ, କ’ଣ ରହିଛି ସିବିଏସଇ ଟପ୍ପର ତାରୁଖଙ୍କ ସ୍ବପ୍ନ ? - exam

ସିବିଏସଇ 10 ଶ୍ରେଣୀ ପରୀକ୍ଷାରେ 499 ନମ୍ବର ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି 13 ଜଣ ପରୀକ୍ଷାର୍ଥୀ ।

ଫଟୋ ସୌଜନ୍ୟ: ani
author img

By

Published : May 6, 2019, 11:04 PM IST

ଜୟପୁର: ପ୍ରକାଶ ପାଇଛି ସିବିଏସଇ 10 ଶ୍ରେଣୀ ରେଜଲ୍ଟ । ଏଥିରେ 13 ଜଣ ପରୀକ୍ଷାର୍ଥୀ 500ରୁ 499 ନମ୍ବର ହାସଲ କରିଛନ୍ତି । ଯେଉଁଥିରେ ଜୟପୁରରେ ରହୁଥିବା ତାରୁଖ ଜୈନଙ୍କ ନାଁ ମଧ୍ୟ ସାମିଲ ଅଛି । ଯିଏ ସିବିଏସଇ 10 ଶ୍ରେଣୀ ପରୀକ୍ଷାରେ 499 ନମ୍ବର ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ।

ଏହି ଜୟପୁର ଟପ୍ପର ଭବିଷ୍ୟତରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ନିଜ ସଫଳତା ପଛରେ ତାଙ୍କ ବାପା-ମା ଓ ଶିକ୍ଷକଙ୍କ ସହଯୋଗ ଥିବା କହିଛନ୍ତି । ପ୍ରତିଦିନ 4-5 ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି ଓ ଆଗାମୀ ଦିନରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅର୍ଥନୀତିଶାସ୍ତ୍ରରେ ଅନର୍ସ ରଖି ପଢିବାକୁ ଚାହାଁନ୍ତି ।

ତେବେ ପାସ ହୋଇଥିବା ତାଲିକାରେ ପୁଣିଥରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ପୁଅଙ୍କ ତୁଳନାରେ ଝିଅଙ୍କ ପ୍ରତିଶତ 2.31 ଅଧିକ ଥିବାବେଳେ 92.45 ପ୍ରତିଶତ ଝିଅ ପରୀକ୍ଷାରେ ସଫଳ ହୋଇଛନ୍ତି । ଚଳିତବର୍ଷ ଭଲ ରେଜଲ୍ଟ ହୋଇଥିବାବେଳେ 57 ହଜାର 256 ଛାତ୍ରଛାତ୍ରୀ 95 ପ୍ରତିଶତକୁ ଊର୍ଦ୍ଧ୍ବ ନମ୍ବର ରଖି ପାସ କରିଛନ୍ତି ।

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.