ETV Bharat / briefs

ଡ୍ରେନପାଣିରେ ଭାସୁଛି ଭୁବନେଶ୍ବର

ସହରୀ ଜୀବନ ବ୍ୟସ୍ତତା ଭିତରେ ରାଜଧାନୀବାସୀ ଧାଁ ଦୌଡ କରୁଥାନ୍ତି ସେତେବେଳେ ପାଣିର ମୁଲ୍ୟକୁ କେହିବି ବୁଝିନଥାନ୍ତି ।

author img

By

Published : May 8, 2019, 9:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ଯିବାର ଆଜିକୁ 6ଦିନ ବିତି ଯାଇଛି । ଫନି ତାଣ୍ଡବ ସମୟରେ ଯାହା ସବୁ ଦୁଃଖ ଦେଇ ଯାଇଥିଲା ଲୋକେ ସାମ୍ନା କରି ନେଇଥିଲେ । କିନ୍ତୁ ଏବେ ଫନି ପରର ଯନ୍ତ୍ରଣା ଲୋକେ ସାମ୍ନା କରିବାକୁ ଅକ୍ଷମ ଓ ଅସହାୟ । କାରଣ ଫନି ତାଣ୍ଡବରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିବା ଦେଶର ପ୍ରଥମ ସ୍ମାର୍ଟ ସିଟି ଏବେ ଯେମିତି ‘ଜଳ ବିହୁନେ ସର୍ବନାଶ ଜଳ ବହୁଳେ ସର୍ବନାଶ’ ମନ୍ତ୍ରକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ରାଜଧାନୀ ବାସିନ୍ଦା । ଗୋଟିଏ ପଟେ ଫନି ପ୍ରଳୟରେ ଖିନଭିନ ହୋଇପଡିଥିବା ରାଜ୍ୟ ରାଜଧାନୀକୁ କେବେ ବିଜୁଳି, ଜଳ ଆସିବ ତାହା ସ୍ବଂୟ ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହରୀ ଜୀବନ ସହ ଅଭ୍ୟସ୍ତ ଥିବା ଲୋକ ଏବେ ପାଣି ପାଇଁ ଗୋଟିଏ ପଟେ ହାହାକାର ହେଉଥିବା ବେଳେ ଅନ୍ୟ ପଟେ ସହର ରାଜରାସ୍ତାରେ ଡ୍ରେନ ପାଣି ଲହଡି ଭାଙ୍ଗୁଛି । ଗତ ୩ ଦିନ ହେବ ଆଇଆରସି ଭିଲେଜ ଏନ-୬ ନିକଟରେ ଥିବା ମୁଣ୍ଡାସାହି ଛକରୁ ହେଲଥ ଭିଲେଜ ରାସ୍ତାରେ ସ୍ବେରଜ ଟାଙ୍କିର ତରଳ ବର୍ଜ୍ୟବସ୍ତୁ ରାସ୍ତା ଉପରେ ଲହଡି ଭାଙ୍ଗୁଥିବା ବେଳେ ସ୍ଥାନୀୟ ପ୍ରଶାସନ କିଛି ନଦେଖିଲା ପରି ଚୁପ ବସିଛି ।

ଏବେ ଭୁବନେଶ୍ବରରେ ପାଣି, ବିଜୁଳି, ଅଟା, ଡାଟା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରାସ୍ତା ଉପରେ ସ୍ବରେଜ ପାଣି ଭାସିବା ଗୋଟେ ଉପହାସ ନୁହେଁକି ? ଦୁଇ ତିନି ଦିନ ହେଲା ସ୍ବେରଜ ଟାଙ୍କିରୁ ଅପରିଷ୍କାର ପାଣି ରାସ୍ତା ଉପରେ ଭାସିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ବାତ୍ୟା ପରେ ସମସ୍ୟା ବଢିବଢି ଯାଉଛି । ରାସ୍ତାଘାଟ, ବିଜୁଳି , ପିଇବା ପାଣି ଟିକେ କେହି ଦେଉ ନାହାନ୍ତି ବୋଲି ସାଲିଆ ସାହି ୨୬ ନଂ ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସେପଟେ ସ୍ବେରଜ ବୋର୍ଡ଼ ଅଧିକାରୀ ହି ଘଟଣା ସଂର୍ପକରେ ଅବଗତ ଥିବା କହିଛନ୍ତି । ଟିମ ପହଞ୍ଚି ସନ୍ଧ୍ୟା ସୁଦ୍ଧା ସଫା କରିବା ସହ ବର୍ଜ୍ୟବସ୍ତୁ ସଫା ହେବ ବୋଲି ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

Intro:କୁହାଯାଏ ଦୁଃଖ ଯେତେବେଳେ ଆସେ ବନ୍ଧୁ ବାନ୍ଧବକୁ ଧରି ଆସେ। ଏଇ ଯେମିତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଂଚାୟତ ର ଆଦମପୁର ଗାଁ ର ସସ୍ମିତା ସେଠି ଓ ତାଙ୍କ ପରିବାର କଥା। ସସ୍ମିତା ବାପାଙ୍କୁ କେବେ ହରାଇଛନ୍ତି ମନେ ନାହିଁ।, ମା କିଛି ବର୍ଷ ତଳେ ବାପା ପାଖକୁ ଆରପାରିକୁ ଚାଲିଗଲେ। ଘରେ କେବଳ ସସ୍ମିତା କୁ ମିଶାଇ କେବଳ 5 ଭଉଣୀ । ମୁଣ୍ଡଗୁଂଜିବାକୁ ଯାଗା ଖଣ୍ଡେ ନାହିଁ। ସହି ପଡ଼ିଶାଙ୍କ ସହାୟତାରେ 3ଭଉଣୀ ହାତକୁ ଦୁଇ ହାତ ହୋଇଯାଇଛନ୍ତି। ସସ୍ମିତା ବଡ଼ ଭଉଣୀ ସହିତ ରହୁଥିବା ନୁଆଁଣିଆ ଘରର ସୁଖକୁ ବି ଛଢାଇ ନେଇଛି ବାତ୍ୟା ଫନି। ଏବେ ସାହି ପଡ଼ିଶା ଙ୍କ ବାରଣ୍ଡା ପାଲଟିଛି ସସ୍ମିତା ଓ ଭଉଣୀଙ୍କ ଆଶ୍ରୟସ୍ଥଳୀ। ଭିଓ୧-ଆଉ ଦୁଃଖ ସହିବାକୁ ହେବ ? ଦୁଃଖର କଣ କୌଣସି ସୀମା ନାହଁ ? କେମିତି ବଂଚିବୁ ଏ ଦୁନିଆରେ ? ଆଉ କାହା ପାଖରେ କେତେ ନେହୁରା ହେବୁ ? କିଏ ଆମକୁ ସାହାଯ୍ୟ କରିବ? ଆଉ କେତେ ଦିନ ଏ ସଂଘର୍ଷ ଚାଲିବ ? ଏମିତି ଅତୀତକୁ ବାହୁନି ବାହୁନି ଭବିଷ୍ୟତ ଗଢିବା ପାଇଁ ଲାଗି ପଡିଛି ଆଡ଼ମପୁର ଗାଁର ସସ୍ମିତା ସେଠି। ସସ୍ମିତା ନିଜ ଭଉଣୀ ସହିତ ରହୁଥିବା ଏହି ନୁଆଁଣିଆ ଚାଳ ଘର ଉପରେ ଶେଷରେ ବାତ୍ୟା ଫନି ବି ଦାଉ ସାଜିଲା।ବର୍ଷ ବର୍ଷ ଧରି ମରାମତି ଓ ଛପର ହୋଇନଥିବା ଏହି ଚାଳ ଘର ସଂପୂର୍ଣ୍ଣ ଭାବେ ମାଟିରେ ମିଶିଛି । ଆଉ ଏବେ ସସ୍ମିତା ଓ ଭଉଣୀ ଠିକଣା ପାଲିଟିଛି ପଡ଼ୋଶୀଙ୍କ ବାରଣ୍ଡା । ଯେଉଁଠି କିଛି ପିଲାଙ୍କୁ ପାଠ ପଢ଼ାଇ ଦାନା ଯୋଗାଡ଼ ପାଇଁ ସଂଘର୍ଷ କରୁଛି।

Body:bite-ସସ୍ମିତା ସେଠି, ଆଦମପୁର ବାସିନ୍ଦା bite-ଭୀମସେନ ସେଠି, ସମ୍ପର୍କୀୟ ଭିଓ୨-ସସ୍ମିତାଙ୍କ ପରିବାର କହିଲେ 5 ଭଉଣୀ । ବାପା ଦୀର୍ଘ ବର୍ଷ ହେଲା ଆରପାରିକୁ ଚାଲିଯାଇଛନ୍ତି। ମା ମଧ୍ୟ କିଛି ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । 3 ଭଉଣୀଙ୍କୁ ଗାଁ ଲୋକେ ସାହାଯ୍ୟ କରି ବିଭାହ କରିଦେଇଛନ୍ତି। ଏବେ ସସ୍ମିତା ଓ ତାଙ୍କ ଭଉଣୀ ଦୈନିକ କାମ ଧନ୍ଦା କରି ଯାହା କିଛି ରୋଜକାର କରୁଛନ୍ତି ସେଥିରେ ଦୈନିକ ଚୁଲି ଜଳୁଛି। ଯଦିଓ ସରକାର ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବିଶେଷ କରି ଦଳିତ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ଦାବୀ କରୁଛନ୍ତି, ତେବେ ଏଠି କୌଣସି ଯୋଜନା ପହଁଚି ନ ପାରିବା ପ୍ରଶାସନିକ ଅବହେଳା କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆମେ ଏ ସମ୍ପର୍କରେ ତୁରନ୍ତ ରସୁଲପୁର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। bite-ଲୋକନାଥ ପଣ୍ଡା, ପଡୋଶୀ bite-ଉମାକାନ୍ତ ପରିଡା, ରସୁଲପୁର ବିଡ଼ିଓ ଫାଭିଓ- କେବେ ବିଡ଼ିଓଙ୍କ ପ୍ରତିଶ୍ରୁତି ପାଳନ ହେବ ଏବଂ କେବେ ସସ୍ମିତାଙ୍କ ପରିବାରକୁ ନ୍ୟାୟ ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା ପିଟିସି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.