ETV Bharat / briefs

ଜୈଶକୁ କଡା ଶାସ୍ତି ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛୁ : ସୁଷମା ସ୍ବରାଜ - pulwama

ଚୀନର ୱୁଜେନ ସହରରେ ଋଷ-ଭାରତ-ଚୀନର ବୈଦେଶିକ ମନ୍ତ୍ରୀ ପରିଷଦର 16ତମ ଅଧିବେଶନ ଅନୁଷ୍ଠିତ ହେଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବାଲାକୋଟରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ
author img

By

Published : Feb 27, 2019, 7:04 PM IST

ନୂଆଦିଲ୍ଲୀ: ଚୀନର ୱୁଜେନ ସହରରେ ଋଷ-ଭାରତ-ଚୀନର ବୈଦେଶିକ ମନ୍ତ୍ରୀ ପରିଷଦର 16ତମ ଅଧିବେଶନ ଅନୁଷ୍ଠିତ ହେଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବାଲାକୋଟରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ବୈଠକରେ ସୁଷମା ଆତଙ୍କବାଦ ପ୍ରସଙ୍ଗ ରଖିଛନ୍ତି । ଏହାସହ ଆତଙ୍କବାଦ ସାରା ମାନବ ସଭ୍ୟତା ପାଇଁ ବିପଦ ବୋଲି ସେ କହିଛନ୍ତି । ଏଥି ପାଇଁ କେବଳ କିଛି ଦେଶର ରଣନୀତି ନୁହେଁ ବିଶ୍ବ ସମୂହକୁ ନେଇ ଏକ ବୈଷୟିକ ରଣନୀତି ଆବଶ୍ୟକ ।

ସେ କହିଛନ୍ତି ଯେ, ଆତଙ୍କବାଦର ଦମନ ପାଇଁ ବିଶ୍ବସ୍ତରୀୟ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ଅଟେ । ଏଥି ପାଇଁ ବିଶ୍ବସମୂହର ସହଭାଗିତା ଓ ସହଯୋଗିତା ଆବଶ୍ୟକ ବୋଲି ସେ କହିଛନ୍ତି ।

  • EAM Sushma Swaraj in Wuzhen, China: As far as Pulwama is concerned, I had raised this issue in the bilateral meeting with Mr Wang Yi and also at RIC (Russia-India-China) forum. pic.twitter.com/2bs8UZ1OTe

    — ANI (@ANI) February 27, 2019 " class="align-text-top noRightClick twitterSection" data=" ">

ଏହାସହ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ସେ କହିଛନ୍ତି ଯେ, ଏହା କୌଣସି ପ୍ରକାର ସେନା ଅପରେସନ ନୁହେଁ । ଏହା ଜୈଶ-ଏ-ଅହମ୍ମଦ ଉପରେ ଏକ କାର୍ଯ୍ୟାନୁଷ୍ଠାନ ଥିଲା । ଭାରତ ଦାୟିତ୍ବବୋଧତା ଏବଂ ସଂଯମତା ସହ କାମ କରିବା ଜାରି ରଖିଛି । ଜୈଶ ଭାରତ ବିରୋଧରେ ଆହୁରି ଷଡଯନ୍ତ୍ର କରୁଥିଲା । ଫଳରେ ଏହାକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ଆକ୍ରମଣ କରିଛି ।

  • EAM in Wuzhen, China: We need a global strategy, global cooperation. I'm happy to tell you today we discussed the establishment of UN led global counter-terrorism mechanism & finalising CCIT (Comprehensive Convention on International Terrorism) proposed by India to implement it. https://t.co/x1BBjer7X2

ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ଚୀନର ସମ୍ପର୍କ ଦୁଇ ଦେଶ ପାଇଁ ମହତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେଇଥିବା ଆଲୋଚନା ପରେ ଦୁଇ ଦେଶର ସମ୍ପର୍କରେ ବହୁତ ସୁଧାର ଆସିଛି ।

ଏହାସହ ଜାତିସଂଘ ସାଧାରଣ ପରିଷଦରେ ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ବା ସିସିଆଇଟି ଉପରେ ବୁଝାମଣା ପ୍ରସ୍ଥାବ ରହିଛି । ପ୍ରସ୍ଥାବିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଆତଙ୍କବାଦୀଙ୍କୁ ଦଣ୍ତ ଦେବା ଉପରେ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନେ ଏକ ଆଇନଗତ ନୀତି ପ୍ରଣୟନ କରିବେ । ଏହି ପ୍ରସ୍ଥାବକୁ ଭାରତ ୟୁଏନ ପାଖରେ ରଖିଥିଲା । ଏହାକୁ ଅନ୍ତିମ ରୂପ ଦେବା ପାଇଁ ଚର୍ଚ୍ଚା ଜାରି ରହିଥିବା ସେ କହିଛନ୍ତି ।

ଭାରତର ସର୍ଜିକାଲ୍ ଷ୍ଟ୍ରାଇକ: ଉଚିତ ସମୟରେ ଉଚିତ ପଦକ୍ଷେପ। 

ପୁଲୱାମା ହାମଲା ର ପ୍ରତିଶୋଧ ର ଆକାସନ୍ ମୋଡରେ ଭାରତ। ମଙ୍ଗଳବାର ରାତି ପ୍ରାୟ ୩ ଟା ସମୟରେ ସୀମାରେ ଜବରଦସ୍ତ ଆକ୍ରମଣ କରିଛି ଭାରତ।  ଭାରତୀୟ ବାୟୁସେନାର ବିମାନ ସୀମା ଅତିକ୍ରମ କରି ଆତଙ୍କବାଦୀ ଶିବିରକୁ ଧ୍ଵଂସ କରିଥିବା ସୂଚନା ରହିଛି। 

ସୂଚନା ଅନୁଯାୟୀ, ଭାରତ ଦ୍ଵାରା ପାକିସ୍ତାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ଅଭିଯୋଗ ଲଗାଇଛି ଜେ ଭାରତୀୟ ବାୟୁସେନା ସୀମା ଉଲଘଂନ କରାଯାଇଛି। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପ୍ରାୟ ରାତି ତିନି ଟାରେ ପାକିସ୍ତାନର ଅଧିକୃତ କାଶ୍ମରରେ ପ୍ରାୟ ୧୦୦୦ କିଲୋଗ୍ରାମ ରୁ ଅଧିକ ବୋମରେ ଆକ୍ରମଣ କରିଛି। 

ଲେଫ୍ଟ ଜେନେରାଲ ନାରାୟଣ ମହାନ୍ତି କହିଛନ୍ତି, ଏହା ସ୍ବାଗତ ଯୋଗ୍ୟ ଭାରତ ସରକାର ଉଚିତ ପଦକ୍ଷେପ ଅଟେ। ଯୁଦ୍ଧ ଡାକରା ନଦେଇ ମଧ୍ୟ ଅର୍ତର୍କିତ ଭାବରେ ଆକ୍ରମଣ କରିଛିନ୍ତି। ଏହା ଦ୍ବାରା ପାକିସ୍ତାନର ଯୁଦ୍ଧର ମନ ବଳ ହରାଇଛି। ଭାରତ ଉଚିତ ପଦକ୍ଷେପ ନେଇଛ। ଏହା ଛଡା ୧୯୯୯ ମସିହାରେ ମଧ୍ୟ ଭାରତ ପାକିସ୍ଥାନକୁ ଏଭଳି ଆକ୍ରମଣ କରିଥିଲା ଯାହା ଫଳରେ ବିଭିନ୍ନ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଥିଲା।

Byte_  Lt general Narayan mohanty
Send byte mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.