ETV Bharat / briefs

ଚମକି ଜ୍ବରକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - notice

ଆକ୍ୟୁଟ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ୍‌)କୁ ନେଇ ସୁପ୍ରିମକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଛନ୍ତି ସୁପ୍ରିମକୋର୍ଟ । ଆଗାମୀ 7 ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି ।

ଫାଇଲ ଫଟୋ
author img

By

Published : Jun 24, 2019, 1:38 PM IST

ନୂଆଦିଲ୍ଲୀ: ବିହାରରେ କାୟା ବିସ୍ତାର କରୁଥିବା ଆକ୍ୟୁଟ ଏନ୍‌ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ୍‌)କୁ ନେଇ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆଗାମୀ 7 ଦିନ ମଧ୍ୟରେ କେନ୍ଦ୍ର, ବିହାର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି 10 ଦିନ ପରେ ହେବ । ଓକିଲ ମନୋହର ପ୍ରତାପଙ୍କ ଦ୍ବାରା ଦାୟର ଜନସ୍ବାର୍ଥ ମାମଲାରେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ବିଆର ଗୋବିଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ତେବେ ଏହି ଯାଚିକାରେ ବିହାର ସରକାରର ବେପରୁଆ ମନୋଭାବ ଥିବା ଅଭିଯୋଗ ହୋଇଛି । ଏଥିସହିତ ଏହି ରୋଗରେ ପୀଡିତ ପିଲାଙ୍କୁ ବଞ୍ଚାଇବା ସହ ତୁରନ୍ତ ଏକ ସ୍ପେଶାଲ ଡାକ୍ତରୀ ଟିମ ଗଠନ କରି ବିହାରର ମୁଜଫରପୁର ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଇବାକୁ ଦାବି ହୋଇଥିଲା । ଏତଦ ବ୍ୟତୀତ କେନ୍ଦ୍ର ଏବଂ ବିହାର ସରକାରକୁ 500 ଆଇସିୟୁ ଯଥା 100 ମୋବାଇଲ ଆଇସିୟୁ ପଠାଇବାକୁ ନିର୍ଦ୍ଦେଶ ହୋଇଛି । ଖାଲି ସେତିକି ନୁହେଁ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ଯୋଗାଇବାକୁ କୁହାଯାଇଛି ।

ତେବେ ଯାଚିକାରେ କେବଳ ବିହାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇନାହିଁ ବରଂ ଉତ୍ତରପ୍ରଦେଶ ସରକାରଙ୍କୁ ମଧ୍ୟ ଏହି ରୋଗ ଉପରେ ରୋକ ଲଗାଇବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଅପରପକ୍ଷରେ ଚମକି ରୋଗରେ ମୃତ ଶିଶୁଙ୍କ ପରିବାରକୁ 10 ଲକ୍ଷ ଟଙ୍କା ସହାୟତା ଯୋଗାଇବାକୁ ଦାବି ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.