ETV Bharat / briefs

ମୁସଲିମ୍‌ ବିରୋଧୀ ହିଂସାକାଣ୍ଡ , କର୍ଫ୍ୟୁ ପରେ ଜଣେ ମୃତ - ମୁସଲମାନ

ଇଷ୍ଟର ଦିନ ସିରିଜ୍‌ ବିସ୍ଫୋରଣ ପର ଠାରୁ ଦେଶ ମଧ୍ୟରେ ପରିସ୍ଥିତ ଗମ୍ଭୀର ରହିଛି । ଏହାପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କାରଣରୁ ଦେଶରେ ମୁସଲିମ ବିରୋଧୀ ହିଂସା ଦେଖିବାକୁ ମିଳିଛି । ଏଥି ମଧ୍ୟରେ ହିଂସା କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : May 14, 2019, 10:16 AM IST

Updated : May 14, 2019, 10:25 AM IST

କଲମ୍ବୋ: ଶ୍ରୀଲଙ୍କାରେ ସୋମବାର ଦିନ ମସଜିଦ୍‌, ମୁସଲମାନଙ୍କ ଘର ଓ ଦୋକାନମାନଙ୍କରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେଣୁ ସୋମବାର ରାତିରେ ଦେଶ ସାରା କର୍ଫ୍ୟୁ ଲାଗୁ ହୋଇଛି । ତେବେ ହିଂସା କାରଣରୁ ଜଣେ 45ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ସୂଚନାଥାଉକି, ଦେଶର ରାଜଧାନୀ କଲମ୍ବୋ ଓ ତା'ର ଆଖପାଖ ଜିଲ୍ଲାରେ ମୁସଲିମ୍‌ ବିରୋଧୀ ହିଂସା ହୋଇଥିଲା । ଏହାକୁ ନଜରରେ ରଖି ସରକାର ସୋମବାର ରାତିରେ ଦେଶସାରା କର୍ଫ୍ୟୁ ଲାଗୁ କରିଛନ୍ତି ।

ଏହା ପୂର୍ବରୁ ଗତ ରବିବାର ଦିନ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମରେ ଅଞ୍ଚଳରେ ମୁସଲିମ ବିରୋଧୀ ହିଂସାକାଣ୍ଡର ଖବର ଆସିଥିଲା । ଏହା ପରେ ସୋମବାର ମଧ୍ୟ ତା'ର ପାଖାପାଖି ଅଞ୍ଚଳରେ ହିଂସା ବ୍ୟାପୀ ଥିଲା । ନମାଜ ପଢିବାକୁ ଆସିଥିବା ଲୋକଙ୍କ ଡ୍ରେସ ଜଳାଇ ଦିଆଯାଇଥିଲା । ତେବେ ଦେଶରେ ପାଖାପାଖି 10ପ୍ରତିଶତ ମୁସଲମାନ ବସବାସ କରନ୍ତି ।

ଏଥିସହ ଗତ ସୋମବାର ଦିନ ଦେଶରେ ସୋସିଆଲ ମିଡିଆରେ ବ୍ୟାନ ଲଗାଯାଇଥିଲା । ଅନୁମାନ କରାଯାଉଛି ଯେ, ଏକ ପୋଷ୍ଟ କାରଣରୁ ଦେଶରେ ମୁସଲିମ ବିରୋଧୀ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

Intro:Body:

sdfd

Conclusion:
Last Updated : May 14, 2019, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.