ETV Bharat / briefs

ହିଟ୍ଓ୍ଵେଭକୁ ନେଇ ସଚିବାଳୟରେ ପ୍ରସ୍ତୁତି ବୈଠକ

ପ୍ରତିଦିନ ବିଭିନ୍ନ ଗଣମାଧ୍ୟମ ଜରିଆରେ କିଭଳି ଲୋକଙ୍କ ପାଖରେ ସମସ୍ତ ଜଳବାୟୁ ସମ୍ପର୍କରେ ଖବର ପହଞ୍ଚିପାରିବ, ସେନେଇ ସୂଚନା ଦେଇଛନ୍ତି ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହାସହ ଏକ ମୋବାଇଲ ଆପ୍ ମଧ୍ୟ ବିକଶତି ହୋଇଛି। ଏହି ଆପ୍ ଦ୍ଵାରା ହିଟ୍ଓ୍ଵେଭର ସମସ୍ତ ସୂଚନା ଦିଆଯିବ ।

author img

By

Published : Mar 27, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଆଜି ସଚିବାଳୟରେ ଏସଆରସିଙ୍କ ଅଧ୍ୟକ୍ଷତାରେଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ବୈଠକରେ ମୁଖ୍ୟତଃ ବଢୁଥିବା ହିଟ୍ଓ୍ଵେଭକୁ ନେଇ ଆଲୋଚନା ହୋଇଥିଲା । କିଭଳି ଭାବେ ସବୁ ସମୟରେ ହିଟ୍ ଓ୍ଵେଭର ମାତ୍ରା, ଆଗୁଆ ଲୋକଙ୍କୁ ସୂଚନା ଦିଆଯାଇପାରିବ ଓ ଲୋକଙ୍କୁ ସତର୍କ କରାଯାଇପାରିବ, ସେ ସମ୍ପର୍କରେ ମାନସ ମନ୍ଥନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ହିଟ୍ଓ୍ଵେଭ ସମ୍ପର୍କରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମ ଜରିଆରେ କିଭଳି ଲୋକଙ୍କ ପାଖରେ ସମସ୍ତ ଜଳବାୟୁ ସମ୍ପର୍କରେ ଖବର ପହଞ୍ଚି ପାରିବ, ସେ ନେଇ ସୂଚନା ଦେଇଛନ୍ତି ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହାସହ ଏକ ମୋବାଇଲ ଆପ୍ ମଧ୍ୟ ବିକଶତି ହୋଇଛି। ଏହି ଆପ୍ ଦ୍ଵାରା ହିଟ୍ଓ୍ଵେଭର ସମସ୍ତ ସୂଚନା ଦିଆଯିବ ।

ରାଜ୍ୟର ସମସ୍ତ ହସ୍ପିଟାଲରେ ଅଂଶୁଘାତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ବିଜୁଳି କାଟ କିଭଳି ରୋକା ଯାଇପାରିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ସୂଚନାଯୋଗ୍ୟଯେ, ୨୦୧୫ ଠାରୁ ହିଟ୍ଓ୍ଵେଭ ଯୋଗୁଁ ହେଉଥିବା କ୍ଷୟକ୍ଷତି ଓ ଜୀବନହାନିକୁ ପ୍ରାକୃତିକ ବିପତ୍ତି ରୂପେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଯଦି ହିଟ୍ଓ୍ଵେଭରେ କୌଣସି ଲୋକଙ୍କ ମୃତ୍ୟୁ ହୁଏ, ତାଙ୍କର ପରିବାରକୁ ପଚାଶ ହଜାର ଟଙ୍କା ସହାୟତା ଦିଆଯାଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କଂଗ୍ରେସ ଟିକେଟ ବଂଟନ୍ରେ ହୋଇଛି ମୋଟା ଅଙ୍କର କାରବାର। ଏନେଇ ବାରମ୍ବାର ଅଭିଯୋଗ କରୁଛନ୍ତି ଖୋଦ ଦଳ ଭିତରେ ଥିବା ନେତା ଓ କର୍ମୀ। ଆଜି କଳାହାଣ୍ଡି ଜିଲ୍ଲାର କିଛି ନେତା ଓ କର୍ମୀ ସମାନ ଅଭିଯୋଗ ଆଣିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ କହିଛନ୍ତି ଯଦି ଟଙ୍କା କାରବାର ପ୍ରମାଣ ମିଳେ ତେବେ ମୁ କଂଗ୍ରେସ ଛାଡି ଦେବି। ଯେଉଁମାନେ ଟିକେଟ ପାଉନାହାନ୍ତି ସେମାନେ ଏଭଳି ଅଭିଯୋଗ ଆଣୁଛନ୍ତି। ତାର କୌଣସି ସତ୍ୟତ ନାହିଁ। ଅନେକ ଆଶାୟୀ ଦଳରେ ରହିଛନ୍ତି ତେଣୁ ସମ୍ମସ୍ତଙ୍କୁ ସନ୍ତୁଷ୍ଟ କରିବା ସସମ୍ଭାବ ନୁହେଁ ବୋଲି କହିଛନ୍ତି। ସେହିପରି ଭକ୍ତ ଦାସ ଓ ତାଙ୍କ ପୁଅଙ୍କୁ ଟିକେଟ ପ୍ରଦାନ କରିବା ପ୍ରସଙ୍ଗରେ ମୁହଁ ନ ଖୋଲି ଏଡାଇଯାଇଥିଲେ ନିରଂଜନ।

Body:ବାଇଟ- ନିରଂଜନ ପଟ୍ଟନାୟକ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.