ETV Bharat / briefs

ଗ୍ରୀଷ୍ମ ମୁକାବିଲା; ଭୁବନେଶ୍ବରରେ ଖୋଲିଲା 90 ଜଳଛତ୍ର

ମାନବ ସେବା ହିଁ ମାଧବ ସେବା ସେଥିପାଇଁ ତ ଏବେ ପଥଚାରୀଙ୍କୁ ପାନୀୟ ଜଳରୁ ମୁକ୍ତି ଦେବାପାଇଁ ଭୁବନେଶ୍ବରରେ ଖୋଲିଛି 90ରୁ ଊର୍ଦ୍ଧ୍ବ ଜଳଛତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା
author img

By

Published : May 21, 2019, 10:17 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସୂର୍ଯ୍ୟଦେବଙ୍କ ପ୍ରଚଣ୍ଡ ରୌଦ୍ରତାପରେ ତ୍ରାହିତ୍ରାହି ଡାକୁଛନ୍ତି ସାଧାରଣ ଜନତା । ତେଣୁ ପ୍ରତିଦିନ ରାଜଧାନୀ ଭୁବନେଶ୍ବରକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ଟିକିଏ ଜଳକଷ୍ଟରୁ ମୁକ୍ତିଦେବା ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ସହାୟତାରେ ବିଏମସି ସମଗ୍ର ଭୁବନେଶ୍ବରରେ 90 ଗୋଟି ଜଳଛତ୍ର ଖୋଲି ଲୋକଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେଥିମଧ୍ୟରୁ ଭୁବନେଶ୍ବର ଅଟୋ ରିକ୍ସା ମହାସଂଘ ୩୦ଟି, ସାଇ ସେବା ସମିତି ୧୩ଟି, ନାସେଫ ଏନଜିଓ ୧୦ଟି ସେଣ୍ଟଜନ ଆମ୍ବୁଲାନ୍ସ ୭ଟି, ସ୍ବୟଂ ସହାୟିକା ଗୋଷ୍ଠୀ ୩ଟି, ଅଟୋ ଟ୍ରଷ୍ଟ ୩ଟି, ଅନ୍ୟ ୨୩ଟି ସଂସ୍ଥା, ଏପରି ଭାବେ ମୋଟ ୯୦ଟି ଜଳଛତ୍ର ଶିବିର ବିଭିନ୍ନ ବସଷ୍ଟାଣ୍ଡ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଖୋଲାଯାଇଛି । ପ୍ରତି ଜଳଛତ୍ରକୁ ଭୁବନେଶ୍ବର ମହାନଗର ନିଗମ ତରଫରୁ 5ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଉଛି । ଫନି ପୂର୍ବରୁ ଅନେକ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ଫନି ମାଡରେ ସେସବୁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ।

ଏବେ ଖରାକୁ ଦୃଷ୍ଟିରେ ରଖି ପୁଣିଥରେ ବିଭିନ୍ନ ସଂଗଠନ ଓ ବିଏମସି ମିଳିତ ଭାବେ ଜଳଛତ୍ର ଖୋଲିଛନ୍ତି । ପ୍ରତି ଜଳଛତ୍ର କେନ୍ଦ୍ରରେ ଦୈନିକ 5ଶହରୁ ଊର୍ଦ୍ଧ୍ବ ଲୋକ ଜଳପାନ କରୁଛନ୍ତି । ଏହିସବୁ କେନ୍ଦ୍ରରେ ଲେମ୍ବୁ, ଦହି, ସରବତ ସମେତ ଥଣ୍ଡା ପାଣି ଦିଆଯାଉଛି । ଏହି ଜଳଛତ୍ରକୁ ନେଇ ଭୁବନେଶ୍ବର ଅଟୋ ରିକ୍ସା ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ଯେତେବେଳେ ଭୁବନେଶ୍ବରରେ ଜଳ କଷ୍ଟ ହୁଏ ଆମ ସଂଗଠନର ସଦସ୍ୟ ନିସ୍ବାର୍ଥପର ଭାବେ ଲୋକଙ୍କୁ ସେବା ଯୋଗାଇ ଦିଅନ୍ତି ।

ସେପଟେ ଆଗକୁ ଆହୁରି ଜଳଛତ୍ର ସହରରେ ଖୋଲାଯିବ ବୋଲି କହିଛନ୍ତି ବିଏମସି ଆୟୁକ୍ତ ଶ୍ରୀମନ୍ତ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.