ETV Bharat / briefs

ବଦଳିଲା ବିଧାୟକ-ମନ୍ତ୍ରୀଙ୍କ ଆସନ; ବିଧାନସଭାରେ କିଏ କେଉଁଠି ବସିଲେ ଜାଣନ୍ତୁ - MLA ODISHA

ବିଧାନସଭାରେ ବଦଳିଲା ମନ୍ତ୍ରୀ ଓ ବିଧାୟକଙ୍କ ବସିବା ସ୍ଥାନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ ନିରଞ୍ଜନ ପୁଜାରୀ । ସେପଟେ ବିରୋଧୀ ଦଳ ଆସନରେ ବସିଲେ ପ୍ରଦୀପ୍ତ ନାୟକ ।

ଫଟୋ ସୌଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର
author img

By

Published : Jun 25, 2019, 7:28 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ହୋଇଛି । ଶେଷ ହୋଇଥିବା ନିର୍ବାଚନରେ ଅନେକ ନେତା ପରାଜୟ ବରଣ କରିଥିବାବେଳେ ଅନେକ ନୂଆନେତା ନିର୍ବାଚିତ ହୋଇ ଆସିଛନ୍ତି ।

ଭିଡିଓ ସୌୈଜନ୍ୟ: ଚିଫ୍ ବ୍ୟୁରୋ, ଭୁବନେଶ୍ବର

ସେହିପରି ବହୁ ଅନୁଭବୀ ନେତା ନେତା ମଧ୍ୟ ବିଧାନସଭାକୁ ଫେରିଛନ୍ତି । ବିଧାନସଭାର ପରମ୍ପରା ଅନୁସାରେ ମନ୍ତ୍ରୀ, ବିଧାୟକ ମାନଙ୍କ ବସିବା ପାଇଁ ବିଧାନସଭା ପକ୍ଷରୁ ସ୍ଥାନ ବ୍ୟବସ୍ଥା କରାଯାଇଥାଏ । ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀଙ୍କ ପରେ ମୁଖ୍ୟ ସଚେତକ ବରିଷ୍ଠ ବିଧାୟକ ବିରୋଧୀ ଦଳ ନେତାଙ୍କ ପାଇଁ ବସିବାର ସ୍ଥାନ ବ୍ୟବସ୍ଥା ହୋଇଥାଏ । ଚଳିତ ଷୋଡଶ ବିଧାନସଭାରେ ମଧ୍ୟ ବ୍ୟାପକ ଅଦଳ ବଦଳ ହୋଇଛି ବିଧାନସଭାର ଆସନରେ ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବସୁଥିବା ବେଳେ ବିରୋଧୀ ଦଳ ନେତାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବିଜେପିର ପ୍ରଦୀପ୍ତ ନାୟକ ବସିବେ । ପୂର୍ବତନ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଆସନ ବଦଳି ଏଫ ବ୍ଲକର ପ୍ରଥମ ଆସନରେ ବସିବା ପାଇଁ ବ୍ୟବସ୍ଥା ହୋଇଛି । ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପୁଣି ଥରେ ଦ୍ଵିତୀୟ ଧାଡିକୁ ଫେରିଥିବା ବେଳେ ବର୍ତ୍ତମାନର କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରଥମ ଧାଡିକୁ ଆସିଛନ୍ତି ।

ସେହିପରି ଦୀର୍ଘଦିନ ପରେ ମନ୍ତ୍ରୀମଣ୍ଡଳକୁ ଫେରିଥିବା ପଦ୍ମନାଭ ବେହେରା ମୁଖ୍ୟମନ୍ତ୍ରୀ ବସୁଥିବା ବି" ବ୍ଲକକୁ ଫେରିଛନ୍ତି । ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ପ୍ରଥମ ଧାଡ଼ିରୁ ଦ୍ଵିତୀୟ ଧାଡିକୁ, ଅନନ୍ତ ଦାସ, ପ୍ରଦୀପ ପାଣିଗ୍ରାହୀ, ପ୍ରଫୁଲ୍ଲ ମଲ୍ଲିକ ଏମାନେ ବି ପ୍ରଥମ ଧାଡ଼ିରୁ ଦ୍ଵିତୀୟ ଧାଡିରେ ବସିବା ପାଇଁ ଆସନ ପାଇଥିବା ବେଳେ ପ୍ରଥମ ଥର ବିଧାୟକ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଇ" ବ୍ଲକର ତିନି ନମ୍ବର ଆସନରେ ବସିଛନ୍ତି । ଏହାସହ ସୌଭିକ ବିଶ୍ୱାଳ, ବିଷ୍ଣୁଦତ୍ତ ରାଉତରାୟ ଓ ସଂଜୀବ ମଲ୍ଲିକ ସି' ବ୍ଲକରେ ପାଖାପାଖି ଆସନ ପାଇଛନ୍ତି ।

ଅନ୍ୟପଟେ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ସମୀର ଦାସ ଓ ଦିବ୍ୟଶଙ୍କର ମିଶ୍ର ଦ୍ଵିତୀୟ ଧାଡିକୁ ଆସିଛନ୍ତି । ଗତ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଉଷା ଦେବୀ, ବଦ୍ରୀ ନାରାୟଣ ପାତ୍ର ମନ୍ତ୍ରୀ ପଦ ଗଲା ପରେ ପଛଧାଡିକୁ ଆସିଯାଇଛନ୍ତି ।

ସେପଟେ ତାରା ବାହିନୀପତି ବି' ଜି ବ୍ଲକର ଦ୍ଵିତୀୟ ଧାଡିକୁ ଯାଇଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜଙ୍କ ପାଖ ଆସନରେ ସ୍ଥାନ ପାଇଛନ୍ତି ପ୍ରଦୀପ ମହାରଥୀଓ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ନୃସିଂହ ସାହୁ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.