ETV Bharat / briefs

କୋରାପୁଟରେ ପାହାଡ ଚଢି ସ୍କୁଲ ଯାଉଥିବା ପିଲାଙ୍କୁ ସରକାର ଦେବେ ଯାତାୟତ ଖର୍ଚ୍ଚ ! - MASS EDUCA MINISTER

ପାହାଡ ଚଢି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ । ତେବେ ସରକାରଙ୍କ ଏହି ଖର୍ଚ୍ଚ ପରିବର୍ତ୍ତେ ଛାତ୍ରବାସ ନିର୍ମାଣ ଦାବି କରିଛନ୍ତି କୋରାପୁଟ ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 26, 2019, 6:09 PM IST

କୋରାପୁଟ: ଗତ ସପ୍ତାହରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ରାଜ୍ୟରେ 10ଜଣରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି । ଏମିତି 10ରୁ କମ ଛାତ୍ରଛାତ୍ରୀ ଥିବା 966ଟି ସ୍କୁଲ ସରକାର ଚିହ୍ନଟ କରିଛନ୍ତି । ବନ୍ଦ ହେବାକୁ ଥିବା ଏହି ସବୁ ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ସ୍କୁଲରେ ପାଠ ପଢିବା ନେଇ ଗଣ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏହାସହ ଯେଉଁ ଛାତ୍ରଛାତ୍ରୀଙ୍କ ସ୍କୁଲ ଗୋଟିଏ କିଲୋମିଟରରୁ ଅଧିକ ହେବ ସେହି ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନା ଅନୁଯାୟୀ ସରକାର ଯାତାୟାତ ଖର୍ଚ୍ଚ ଦେବେ । ଏହି ଯାତାୟାତା ଖର୍ଚ୍ଚ ସର୍ବୋଚ୍ଚ ବାର୍ଷିକ 6 ହଜାର ଟଙ୍କା ଦେବାକୁ ଚୂଡାନ୍ତ ହୋଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ଏବେ ବି ଗମନା ଗମନ ଉନ୍ନତ ମାନର ହୋଇପାରି ନାହିଁ । ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ଅନ୍ୟତମ । ଏହି ମାଓ ଅଧ୍ୟୁଷିତ ଜିଲ୍ଲାରେ ଏବେବି ବହୁ ଅଞ୍ଚଳ ଅପହଞ୍ଚ ହୋଇ ରହିଛି । ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠ ପଢା କହିଲେ କେବଳ ପଞ୍ଚମ ଶ୍ରେଣୀଯାଏଁ ବିଦ୍ୟାଳୟ ଯାଆନ୍ତି ଛାତ୍ରଛାତ୍ରୀ । ତାପରେ ପାଠ ପଢାରେ ଲାଗିଥାଏ ଡୋରି ।

କାରଣ ଜିଲ୍ଲାର ଦଶମନ୍ତପୁର ବ୍ଲକର ଗିରଲିଗୁମ୍ମା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା କୁଲାଟି ଗାଁ ପାଇଁ ସରକାରଙ୍କ ପ୍ରୋତ୍ସାହନ ରାଶି ଏକ ଅବାସ୍ତବ ଯୋଜନା ଭଳି ମନେ ହୁଏ । କାରଣ ଏହି କୁଲାଟି ଗାଁରେ କୌଣସି ବିଦ୍ୟାଳୟ ନାହିଁ ଗାଁର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ନିକଟସ୍ଥ ଆମ୍ବପଦର ଗାଁକୁ ଯାଇଥାନ୍ତି । ତାହା ପୁଣି ତିନୋଟି ପାହାଡ ଚଢି ଓ ଗୋଟିଏ ନାଳ ପାରି ହୋଇଯିବାକୁ ପଡିଥାଏ ।

ଯଦିଓ ରାସ୍ତା ଗୋଟିଏ ଉକ୍ତ ସ୍କୁଲକୁ ଅଛି ତାହା ବହୁ ଅଞ୍ଚଳ ବୁଲିବୁଲି ଯିବାକୁ ପଡୁଥିବାରୁ ପୁଣି ଆଶା ଜନକ ଗାଡି ଚଳାଚଳ କରୁନଥିବାରୁ ଏମାନଙ୍କର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇପଡିଛି । ଏହି କୁଲାଟି ଗ୍ରାମବାସୀ ଯଦ୍ବାରା ପାହାଡ ପର୍ବତ ଚଢି ନିଜ ପିଲାଙ୍କୁ ପ୍ରତିଦିନ ନେବା ଆଣିବା କରିଥାନ୍ତି । ଅନ୍ୟପଟେ ସରକାରଙ୍କ ଆର୍ଥିକ ସହାୟତା ମଧ୍ୟ ଗ୍ରାମବାସୀଙ୍କୁ ଆକୃଷ୍ଟ କରିପାରି ନାହିଁ । ସେମାନେ ସନ୍ଦେହ କରିଛନ୍ତି ଏହି ଅର୍ଥ ବାଟମାରଣା ହେବ । ସାମାଜିକ କର୍ମୀ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଯାତାୟାତ ଖର୍ଚ୍ଚ ଦେବା ଅପେକ୍ଷା ସବୁ ସ୍କୁଲରେ ଛାତ୍ରବାସ କରାଯାଇ ଛାତ୍ରଛାତ୍ରୀଙ୍କୁ ରଖାଯାଉ ।

ତେବେ ଦେଖିବାର କଥା ହେଉଛି ସରକାରଙ୍କ ଯାତାୟାତ ଖର୍ଚ୍ଚ କେତେ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

FGDFGS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.